ଏ କେମିତିକା ଠକ?, ଶିକ୍ଷକଙ୍କୁ ଠାରୁ ଲକ୍ଷାଧିକ ନେଇଗଲା

କେମିକାଲରେ କାଗଜ ବୁଡ଼ାଇଲେ ବାହାରିବ 500 ଟଙ୍କିଆ ନୋଟ୍ । ଖନ୍ତାପଡ଼ା ଥାନା ଅଞ୍ଚଳର ଜଣେ ଯୁବକ ଏଭଳି କହି ଶିକ୍ଷକଙ୍କୁ ଚୁନ ଲଗାଇଛି । ସୋନପୁର ବୀରମହାରାଜପୁର ଅଞ୍ଚଳର ଶିକ୍ଷକ ସନ୍ତୋଷ ମହାକୁଡ଼ଙ୍କ ଠାରୁ ଏକ ଲକ୍ଷ ଦଶ ହଜାର ଟଙ୍କା ଠକି ନେଇଛି ।

ଠକ ଯୁବକଙ୍କ ଚାଲରେ ଫସିଲେ ଶିକ୍ଷକ । ଗତ 11 ତାରିଖରେ ଶିକ୍ଷକ ସନ୍ତୋଷ ମହାକୁଡ଼ଙ୍କୁ କେମିକାଲ ଏବଂ କିଛି କାଗଜ ଦେବା ପାଇଁ ଖନ୍ତାପଡ଼ାସ୍ଥିତ ଦାଣ୍ଡକାଳୀ ମନ୍ଦିର ନିକଟକୁ ଡାକିଥିଲେ । ସେଠାରେ ସେମାନେ ସନ୍ତୋଷଙ୍କ ଫୋନ୍ ପେ ଏବଂ ଏଟିଏମରୁ ଏକ ଲକ୍ଷ ଦଶ ହଜାର ଟଙ୍କା ନେଇଥିଲେ । ସନ୍ତୋଷ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଖନ୍ତାପଡ଼ା ପୋଲିସ ତଦନ୍ତ କରିବା ସହ ଖନ୍ତାପଡ଼ା ଅଞ୍ଚଳର ଜଣକୁ ଗିରଫ କରିଛି । ଏହି ଠକ ଗ୍ୟାଙ୍ଗରେ ସୋନପୁର ଏବଂ ଅନ୍ୟ କିଛି ଅଞ୍ଚଳର ଯୁବକମାନେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି । ଖୁବଶୀଘ୍ର ସେମାଙ୍କୁ ଗିରଫ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ସଦର ଏସଡିପିଓ ।

Leave a Reply

Your email address will not be published. Required fields are marked *