ଆରପାରିରେ ପୂର୍ବତନ ସାଂସଦ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ’ଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିୟୋଗ ଘଟିଛି । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। ଆଜି ସକାଳ ପ୍ରାୟ ୭ଟା ବେଳେ ବିୟୋଗ ଘଟିଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଥିଲା । ତ୍ରିଲୋଚନଙ୍କ ବିୟୋଗକୁ ନେଇ ନେତା, ବିଶିଷ୍ଟ ବ୍ୟକ୍ତି, ସ୍ଥାନୀୟ ଲୋକେ, ସମର୍ଥକ ସମସ୍ତେ ଶୋକବ୍ୟକ୍ତ କରିଛନ୍ତି ।

ଏକାଧାରରେ ସେ ଜଣେ ନେତା, ବିଶିଷ୍ଟ ଶିକ୍ଷାବିତ୍, ଅର୍ଥନୀତିଜ୍ଞ ଥିଲେ । ବୟସ ବୃଦ୍ଧି ସହ ଅସୁସ୍ଥତା ଯୋଗୁଁ ସେ ଆଜି ଆରପାରିକୁ ଚାଲିଯାଇଛନ୍ତି । କଟକ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭାବେ କାର୍ଯ୍ୟକରି ବେଶ୍ ଲୋକପ୍ରିୟ ହୋଇଥିଲେ । ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ କାନୁନଗୋ । ୧୯୯୯ରେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ । କାନୁନଗୋ ୩ ଥର ବିଧାୟକ ଏବଂ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଲୋକଙ୍କ ସେବା କରି ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କାନୁନଗୋ । ସେ ୧୯୪୦ ମସିହା ନଭେମ୍ବର ୨୪ ତାରିଖରେ କଟକ ବଡ଼ମୂଳେଇ ଗାଁରେ ଜନ୍ମ ହୋଇଥିବା ବେଳେ ଆଜି ଏ ମାଟିକୁ ଅଲବିଦା କହିଛନ୍ତି ।

Leave a Reply

Your email address will not be published. Required fields are marked *