IPLରେ ଆଜି ଲଢ଼ିବେ ଚେନ୍ନାଇ ଓ ହାଇଦ୍ରାବାଦ

IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୭.୩୦ରେ ଚେନ୍ନାଇରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ।

ଚଳିତ ସିଜିନରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଚେନ୍ନାଇ ସୁପର କିଙ୍ଗସ । ଦଳ ୫ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଖେଳାଳି ।

ସେପଟେ, ହାଇଦ୍ରାବାଦ ୫ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ବ୍ରୁକ୍ସ, ମୟଙ୍କ ଅଗ୍ରୱାଲ, ମାରକ୍ରମ, କ୍ଲାଜେନଙ୍କ ପରି ହାର୍ଡ ହିଟର ଏବେ ପୁରା ଫର୍ମକୁ ଫେରିଛନ୍ତି । ତେଣୁ ଆଜିର ଚେନ୍ନାଇ ବିପକ୍ଷ ମ୍ୟାଚ୍ ଜିତିବାକୁ ଦଳ ସବୁ ବଳ ପ୍ରୟୋଗ କରିବ ।

Leave a Reply

Your email address will not be published. Required fields are marked *