ତାତିରୁ ତ୍ରାହି! ଆଜିଠୁ ପାଗରେ ସାମାନ୍ୟ ପରିବର୍ତ୍ତନ

ତାତିରୁ କେବେ ମିଳିବ ତ୍ରାହି । ଏମିତି ଅନେକ ପ୍ରଶ୍ନ ଥିବାବେଳେ ଆଜି ସକାଳୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ତାତି ଟିକେ କମିଛି । କାଳବୈଶାଖୀ ବର୍ଷା ଆଶଙ୍କା ଥିବାବେଳେ ରାଜ୍ୟବାସୀଙ୍କୁ ସକାଳୁ ସକାଳୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପାଗ ପରିବର୍ତ୍ତନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆଜି ସକାଳୁ ସକାଳୁ ଅସହ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟବାସୀ । ଆସନ୍ତା ୪ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଦିନର ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ଯାଏ ହ୍ରାସ ପାଇପାରେ ।

ଗ୍ରୀଷ୍ମଲହରୀ ପାଇଁ ଦିଆଯାଇଥିବା ସତର୍କ ସୂଚନାକୁ ହଟାଇଦେଇଛି ପାଣିପାଗ ବିଭାଗ । ଆଜି ସକାଳେ ଥଣ୍ଡା ପବନ ବହିଥିବା ବେଳେ ପାଗ ଟିକେ ମେଘୁଆ ଥିଲା । ସେପଟେ, ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଛି । ଗତ କିଛି ଦିନ ହେଲା ରାଜ୍ୟରେ ଅସହ୍ୟ ତାତିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ଗତକାଲି ୨୮ଟି ସହରର ତାପମାତ୍ରା ୪୦ ଉପରେ ଥିବାବେଳେ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ଥିଲା ।

Leave a Reply

Your email address will not be published. Required fields are marked *