ଟ୍ରାନ୍ସଫର୍ମରରେ ପିଟିହୋଇ ଦୋକାନ ଘରେ ଚଢ଼ିଗଲା ହାଇୱା

କଟକ ଚାନ୍ଦବାଲି ରୋଡ୍ ସାଲେପୁର ନିକଟ ସପନପୁରରେ ଦୁର୍ଘଟଣା । ପାରାଦୀପରୁ ଆସୁଥିବା ଏକ ଜିପସମ୍ ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମରରେ ପିଟି ହେବାସହ ଏକ ଦୋକାନ ଉପରେ ଚଢ଼ିଯାଇଥିଲା ଗାଡ଼ି ।

ତେବେ ଦୁର୍ଘଟଣାରେ କେହି ବି ମୃତାହତ ହୋଇନାହାଁନ୍ତି । ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଦୋକାନୀ । ଏଥିରେ ଦୋକାନ ଘର ଭାଙ୍ଗି ଚୁରମାର ହୋଇଯାଇଛି । ଏଥିସହ ସାଲେପୁର ସହରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *