Category: କଟକ

  • ଲିଙ୍କ୍ ରୋଡରେ ଜଳିଗଲା ବସ୍, ନଥିଲେ ଯାତ୍ରୀ

    ଲିଙ୍କ୍ ରୋଡରେ ଜଳିଗଲା ବସ୍, ନଥିଲେ ଯାତ୍ରୀ

    କଟକ ଲିଙ୍କ୍ ରୋଡରେ ଅଗ୍ନିକାଣ୍ଡ ଘଟିଛି । ଛିଡ଼ା ହୋଇଥିବା ଏକ ବସରେ ନିଆଁ ଲାଗିବାରୁ ଏହା ହୁତୁହୁତୁ ହୋଇ ଜଳିଗଲା । ଚାରିଆଡ଼କୁ ନିଆଁ ବ୍ୟାପିଯାଇଥିଲା । ତେବେ ବସରେ କୌଣସି ଯାତ୍ରୀ ନଥିବାରୁ ଜୀବନହାନୀ ହୋଇନି । କେବଳ ବସଟି ପୋଡ଼ିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । କାଳବିଳମ୍ବ ନକରି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ଟିମ୍ । ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ନିଆଁ ଚାରିଆଡୁକୁ ବ୍ୟାପିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ । ତେବେ, ଠିକ୍ ସମୟରେ ନିଆଁ ଲିଭାଇ ଦେଇଥିଲା ଅଗ୍ନିଶମ ବିଭାଗ । ବସରେ କିଭଳି ନିଆଁ ଲାଗିଲା ସେ ନେଇ କୌଣସି ସଠିକ୍ ଉତ୍ତର ମିଳିନାହିଁ । ଘଟଣାର ତଦନ୍ତ ଜାରି ରହିଛି ।

  • ଦର୍ଶନ ପାଇଁ ମହାଦେବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

    ଦର୍ଶନ ପାଇଁ ମହାଦେବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

    କଟକ ସାଲେପୁରର ଗଙ୍ଗେଶ୍ୱର ମହାଦେବ ପୀଠରେ ଝାମୁ ଯାତ୍ରା ଓ ପାଟୁଆ ଯାତ୍ରା ଆରମ୍ଭ ହୋଇଛି । ହଜାର ହଜାର ଭକ୍ତ, ମାନସିକଧାରୀ ମହାଦେବଙ୍କ ଉଦ୍ଦେଶ୍ୟରେ ଝାମୁ ଜାଳିଛନ୍ତି । ଏଥିସହ ଟୋପର ଲାଗି କରିଛନ୍ତି । ଓଷା ରଖିଥିବା ଭକ୍ତମାନେ ଭୋଗ ସହ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ମହାବିଷୁବ ସଂକ୍ରାନ୍ତି ପୂର୍ବଦିନ ଠାରୁ ଆରମ୍ଭ ଏହି ଯାତ୍ରା ୩ ଦିନ ଯାଏ ଚାଲବ । ମାନସିକଧାରୀ ଭକ୍ତ ବେତ ପାଟୁଆ,ଖଣ୍ଡା ପାଟୁଆ,କଣ୍ଟା ପାଟୁଆ,ଚରକି ପାଟୁଆ ହୋଇଥାନ୍ତି । ପାଟୁଆମାନଙ୍କୁ ମଧ୍ୟ ସାଧାରଣ ଭକ୍ତ ଦର୍ଶନ କରିଥାନ୍ତି । ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • ଶିକ୍ଷା ସହ ଅଧିକ ନିଯୁକ୍ତି ସୃଷ୍ଟି ହେବ : ମନ୍ତ୍ରୀ

    ଶିକ୍ଷା ସହ ଅଧିକ ନିଯୁକ୍ତି ସୃଷ୍ଟି ହେବ : ମନ୍ତ୍ରୀ

    ଆଗାମୀ ଦିନରେ ରାଜ୍ୟରେ ଶିକ୍ଷା ସହିତ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଶିକ୍ଷା ସହିତ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇବେ । କଟକ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଛାତ୍ରଛାତ୍ରୀମାନେ କିଭଳି ନିଯୁକ୍ତି ପାଇପାରିବେ ସେ ଦିଗରେ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ 10 କୋଟି 40 ଲକ୍ଷ ଟଙ୍କାରେ ନିର୍ମାଣଧୀନ ୨ଟି ବିଲ୍ଡିଂ କାର୍ଯ୍ୟ ବୁଲି ଦେଖିବା ସହିତ ନୂତନ ଏକାଡେମି ହଲ୍, 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଉଦଘାଟନ କରିଥିଲେ । ବିଧାୟକ ପ୍ରଶାନ୍ତ ବେହେରା ଓ ଅନ୍ୟ ଅତିଥିମାନେ ଯୋଗଦେଇ ମହାବିଦ୍ୟାଳୟ ନିର୍ମାଣ ସମୟର ସ୍ମୃତି ମନେ ପକାଇଥିଲେ ।

  • ମହାନଦୀରେ ଛଡ଼ାଗଲା ୧୨ ଲକ୍ଷ ଯାଅଁଳ,ମତ୍ସ୍ୟଜୀବୀଙ୍କୁ ଫାଇଦା

    ମହାନଦୀରେ ଛଡ଼ାଗଲା ୧୨ ଲକ୍ଷ ଯାଅଁଳ,ମତ୍ସ୍ୟଜୀବୀଙ୍କୁ ଫାଇଦା

    ମହାନଦୀରେ ଆଜି ୧୨ ଲକ୍ଷ ଯାଅଁଳ ଛଡ଼ାଯାଇଛି । ଏହାଦ୍ୱାରା 7 ହଜାରରୁ ଅଧିକ ପରିବାର ଉପକୃତ ହେବେ । ପ୍ରାୟ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିପାରିବେ ।

    ରାଜ୍ୟବାସୀଙ୍କ ଫାଇଦା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମହାନଦୀରେ ମାଛ ସଂଖ୍ୟା ଦିନକୁ ଦିନ କମିକମି ଯାଉଛି । ମତ୍ସ୍ୟଜୀବୀଙ୍କ ଜୀବିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଜନାର ଶୁଭାରମ୍ଭ କରାଯାଇଛି । ବାଙ୍କୀ,ଡମପଡ଼ା, ନରାଜ, ମୁଣ୍ଡଳି, ଧବଳେଶ୍ୱର ପରେ ଆଜି ଜଗତପୁର ମହାନଦୀ ବ୍ୟାରେଜ ନିକଟରେ ୧୨ ଲକ୍ଷ ଯାଅଁଳ ଛଡ଼ାଯାଇଛି । ଏଯାଏ ରାଜ୍ୟର ପାଞ୍ଚଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା କୃଷିମନ୍ତ୍ରୀ କହିଛନ୍ତି ।

  • କୋଭିଡ୍ ମୁକାବିଲା ପାଇଁ SCBରେ ‘ମକଡ୍ରିଲ୍’

    କୋଭିଡ୍ ମୁକାବିଲା ପାଇଁ SCBରେ ‘ମକଡ୍ରିଲ୍’

    ପୁଣି ନାଲି ଆଖି ଦେଖାଇଲାଣି ମହାମାରୀ କୋରୋନା । ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କୋରୋନା ମୁକାବିଲା ପାଇଁ ଏବେଠାରୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

    କୋଭିଡ ମୁକାବିଲା ପାଇଁ ମକଡ୍ରିଲ୍ । କଟକ ଏସିବି ମେଡିକାଲ କୋଭିଡ୍ ୱାର୍ଡ ପରିସରରେ ଅଭିଜ୍ଞ ଡାକ୍ତର ଏବଂ କୋଭିଡ ନିରୀକ୍ଷକମାନଙ୍କ ଦ୍ୱାରା ଏହି ମକଡ୍ରିଲ୍ କରାଯାଇଛି । ଜଣେ କୋଭିଡ୍ ସଂକ୍ରମିତଙ୍କୁ ଏସସିବି ମେଡିକାଲ କିପରି ଅଣାଯିବ ସେ ନେଇ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଇଛି । ୧୦୮ ଆମ୍ବୁଲାନ୍ସରେ ଏସସିବି ଅଣାଯିବା ପରେ ପ୍ରଥମେ ଆଣ୍ଟିଜେନ ଟେଷ୍ଟ ହେବ । ଆକ୍ରାନ୍ତ ବ୍ୟକ୍ତି କିପରି ଘରେ ହେଉ ଅବା ଏସସିବିରେ ସଫଳ ଚିକିତ୍ସିତ ହୋଇପାରିବ ସେ ନେଇ ମକଡ୍ରିଲ୍ ହୋଇଛି ।

    ଏହି କାର୍ଯ୍ୟକ୍ରମରେ ଏସସିବି ବରିଷ୍ଠ ଡାକ୍ତର,ଷ୍ଟାଫନର୍ସ, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା,ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । କୋଭିଡ୍ ମୁକାବିଲା ପାଇଁ ଏସସିବି ମେଡିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସସିବି କର୍ତ୍ତୃପକ୍ଷ ।

  • ମୃତଦେହ କାହାର ? ଶବ ସତ୍କାର କଲେ ଅଜଣା ପରିବାର

    ମୃତଦେହ କାହାର ? ଶବ ସତ୍କାର କଲେ ଅଜଣା ପରିବାର

    କୋରିଏରରେ ବମ୍ବେରୁ ଆସିଲା ମୃତଦେହ । ଆତ୍ମୀୟସ୍ଵଜନ ଭାବି କାଳବିଳମ୍ବ ନକରି ଶବ ସତ୍କାର କରିନେଲେ ପରିବାର ଲୋକେ । ହେଲେ ପୁଣି ଥରେ କୋରିଏରରେ ଆସୁଛି କାହାର ଶବ ? ଚିନ୍ତାରେ ପରିବାର । କଟକ ନେମାଳ ଥାନା ଅଞ୍ଚଳ କୁଆଁଶାଳ ଗାଁରେ ଏଭଳି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ।

    କୁଆଁଶାଳ ଗାଁର ବିଳାସ ଭୂଆଁ । ଏକ ବର୍ଷ ହେଲା ସେ ବମ୍ବେରେ ଏକ ଘରୋଇ କମ୍ପାନୀର କାର୍ ସୋ’ରୁମରେ କାର୍ଯ୍ୟରତ ଥିଲେ । ଗତ ୮ ତାରିଖରେ ବ୍ରେନ୍ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହୋଇଥିଲା । ଏକ କୋରଏର ସଂସ୍ଥା ସାହାଯ୍ୟରେ ଶବ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ ଘରେ ପହଞ୍ଚିଥିଲା କୋରିଏର । ଦୁଇତିନି ଦିନ ବିତିଯାଇଥିବାରୁ ପରିବାର ଲୋକେ ଠିକଭାବେ ମୃତଦେହ ଦେଖିପାରିନଥିଲେ । ବିଳମ୍ବ ନକରି ନଦୀକୂଳ ଶ୍ମଶାନରେ ଅନ୍ତ୍ୟେଷ୍ଟି କାର୍ଯ୍ୟ ଶେଷ କରିଥିଲେ । ଶବ ସତ୍କାର ପରେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା ପୁଣି କୋରିଏର । କାରଣ ଆଉ ଏକ ଶବ ଆସୁଛି । ଏ ଶବ କାହାର । କେଉଁଠି ଆସୁଛି । କାହାର ଶବ ସତ୍କାର କରାଗଲା ସେ ନେଇ ଅନେକ ପ୍ରଶ୍ନ ।

    ଭୁଲ୍ କିଏ କଲା, କେଉଁଠି ରହିଲା ଭୁଲ୍ । କୋରିଏର ସଂସ୍ଥାର ଅବହେଳା ଏବଂ ଭୁଲ୍ ଆଡ୍ରେସ୍ ଯୋଗୁଁ ରାଜସ୍ଥାନ ଜୟପୁରର ମୃତଦେହ କୁଆଁଶାଳ ଗାଁରେ ପହଞ୍ଚିଥିଲା । ଦ୍ୱିତୀୟ ଥର ଆସୁଥିବା କୋରିଏରରେ ସେମାନଙ୍କ ପରିବାର ସଦସ୍ୟ ବିଳାସଙ୍କ ଶବ ରହିଛି । ଏଭଳି ଘଟଣା ଅଞ୍ଚଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ, ଅସ୍ତି ନେବା ପାଇଁ ପୋଲିସ ସହାୟତାରେ କୁଆଁଶାଳ ଗାଁକୁ ଆସୁଛନ୍ତି ଜୟପୁର ଲୋକ ।

  • ଓଡ଼ିଶାରେ ପ୍ରଥମ

    ଓଡ଼ିଶାରେ ପ୍ରଥମ

    କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। ଏଥିରେ ସଫଳତା ପାଇଛନ୍ତି ଡାକ୍ତରୀ ଟିମ୍ । ରୋଗୀର ସଫଳ ଅସ୍ତ୍ରୋପଚାର କରିଛନ୍ତି ହୋଲ ଟିମ୍ ।

    କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା । ଏହା ଓଡ଼ିଶାରେ ପ୍ରଥମ । କଟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ ଥିବାବେଳେ କୋଭିଡ ପରେ ଏହାର ବ୍ୟବହାର ହେଉନଥିଲା । ତେବେ ଦେବଗଡ଼ ଅଞ୍ଚଳର ୨୧ ବର୍ଷୀୟ ଜଣେ ଯୁବକଙ୍କ ଏବେ ସଫଳ ଅସ୍ତ୍ରୋପଚାର ହୋଇଛି । ଇକମୋ ମେସିନ ଦ୍ୱାରା ଜଟିଳ ଅପରେସନ୍ କରି ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଇଛି । ଏବେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି । ଶ୍ବାସନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ଏଣୁ ଇକମୋ ମେସିନ ଦ୍ୱାରା ଅପରେସନ୍ କରାଯାଇଥିଲା ।

    ଆସନ୍ତା ଦିନରେ ଆହୁରି ଅଧିକରୁ ଅଧିକ ଅପରେସନ୍ ଇକମୋ ମେସିନ ସହାୟତାରେ କରାଯିବ । ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ଏଭଳି କହିଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର ସକ୍ସେସ ହୋଇଥିବାରୁ ସେ ପୁରା ଟିମକୁ ପ୍ରଶଂସା କରିଛନ୍ତି ।

  • ‘ବଚସା’ରୁ ଗୋଷ୍ଠୀ ସଂଘର୍ଷ

    ‘ବଚସା’ରୁ ଗୋଷ୍ଠୀ ସଂଘର୍ଷ

    ଦାଣ୍ଡଯାତ୍ରା ରୋଷଣୀ ବେଳେ ଗୋଷ୍ଠୀ ସଂଘର୍ଷ । ଦୁଇ ଗାଁ ଲୋକେ ମୁହାଁମୁହିଁ ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ଥାନା ସହାନିଆଜପୁରରେ । ମାମଲା ଏବେ ଥାନାରେ ପହଞ୍ଚିଥିବା ବେଳେ କିଛି ଯୁବକ ଅଟକ ଅଛନ୍ତି ।

    ସହାନିଆଜପୁର ଦାଣ୍ଡଯାତ୍ରାକୁ ରୋଷଣୀ ଯାଉଥିବା ବେଳେ ଗଣ୍ଡଗୋଳ ହୋଇଛି । ଏଥିରେ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୋବିନ୍ଦପୁର ଗାଁର କିଛି ଯୁବକଙ୍କ ଆକ୍ରମଣରେ ସହାନିଆଜପୁର ଗାଁ ଲୋକେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆହତମାନଙ୍କ ଚିକିତ୍ସା ପରେ ସେମାନେ ମେଡିକାଲରୁ ଫେରିଛନ୍ତି ।

    ଅଭିଯୋଗ ପରେ ଗୋବିନ୍ଦପୁର ଗାଁର କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛନ୍ତି ଥାନା ଅଧିକାରୀ । ରୋଷଣୀରେ ବାଜା ବଜାଇବାକୁ କେନ୍ଦ୍ରକରି ବଚସା ହୋଇଥିଲା । ଏହାପରେ ଗଣ୍ଡଗୋଳ ଘଟି ଏହା ଉଗ୍ରରୂପ ନେଇଥିଲା ।

  • ୧୪୯ ଗାଁକୁ ବିଶୁଦ୍ଧ ପାନୀୟ

    ୧୪୯ ଗାଁକୁ ବିଶୁଦ୍ଧ ପାନୀୟ

    କଟକ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରୀ ଅନୁମୋଦନ ମିଳିଛି । ୧୫୩ କୋଟି ୫୧ ଲକ୍ଷ ଟଙ୍କାର ଗୋଟିଏ ବୃହତ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ଦ୍ୱାରା ସାଲେପୁର ନିର୍ବାଚନ ମଣ୍ଡଳୀରେ ଥିବା ୧୩ଟି ପଞ୍ଚାୟତ, ଟାଙ୍ଗୀ ଚୌଦ୍ୱାର ବ୍ଲକର ୫ଟି ପଞ୍ଚାୟତଓ ଆଠଗଡ଼ରେ ଥିବା 5ଟି ପଞ୍ଚାୟତରେ ୧୪୯ ଗାଁ ରହିଛି । ଏଠାରେ ବାସ କରୁଥିବା ୧,୪୭,୫୪୨ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ।

    ଏ ନେଇ କଟକ ସର୍କିଟ ହାଉସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ବିଧାୟକ ପ୍ରଶାନ୍ତ ବେହେରା,ବିଧାୟକ ସୌଭିକ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଅଞ୍ଚଳର ବିକାଶ ତଥା ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସେମାନେ ପ୍ରଶଂସା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରକଳ୍ପଗୁଡ଼ିକୁ ୨୪ ମାସ ଅର୍ଥାତ୍ ୨ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

  • ବାବା ବେଶରେ ଅଭିଯୁକ୍ତ, ମାଡ଼ି ବସିଲା ପୋଲିସ

    ବାବା ବେଶରେ ଅଭିଯୁକ୍ତ, ମାଡ଼ି ବସିଲା ପୋଲିସ

    ଅଲେଖ ବାବା ବେଶରେ ତିନିବର୍ଷ ଧରି ଢେଙ୍କାନାଳ ହିନ୍ଦୋଳ ଜିଲ୍ଲାର ଆତ୍ମଗୋପନ କରି ଲୁଚି ରହିଥିଲା ହତ୍ୟାକାରୀ ଦୀପକ । 2020ରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟା ଘଟଣାର ଥିଲା ଅନ୍ୟ ଅଭିଯୁକ୍ତ। ପୋଲିସ ଅତି ଚତୁରତାର ସହ ତାକୁ ଗିରଫ କରିଛି ।

    ମୁହଁରେ ଦାଢ଼ି ଆଉ ଦେହରେ ଗେରୁଆ ବସ୍ତ୍ର । ବାବା ବେଶରେ ହତ୍ୟା ଅଭିଯୁକ୍ତ । ବାବା ଗେଟ୍ ଅପରେ କଟକ ହାଡ଼ିଆ ହତ୍ୟା ଘଟଣାର ମୁଖ୍ଯ ଅଭିଯୁକ୍ତ ଦୀପକ ମଲ୍ଲିକ । କମିଶନରେଟ୍ ପୋଲିସର ସ୍ପେସାଲ୍ ଟିମ୍ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ପାଇଁ ସେ ପଶ୍ଚାତାପ ବୋଲି କହିଛି । ହାଡିଆ ବ୍ୟବସାୟିକ ଶତ୍ରୁତାରୁ ଦୀପକକୁ ମାଡ଼ ମାରିଥିଲା । ତେବେ କ୍ରୋଧ ସମ୍ଭାଳି ନପାରି ହାଡି଼ଆକୁ କଟୁରୀରେ ହାଣି ଥିବା କହିଛି ଅଭିଯୁକ୍ତି ।

    2020, ସେପ୍ଟେମ୍ବର 2 ତାରିଖ । ରାତି ପ୍ରାୟ ସାଢେ 10ଟା । ବିଡାନାସୀ ଥାନା ଇପସାର୍ ଗଡ଼ାରେ ଅଲିସା ବଜ଼ାରର ହାଡ଼ିଆ ଓରଫ ପ୍ରକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ଲୁହା ରଡ଼ରେ ମାଡ଼ ମାରିବା ସହ ଭୁଜାଲିରେ ହାଣି ହତ୍ୟା କରିଥିଲେ ଦୀପକ ଏବଂ ସାନ୍ତୁନ ମଲ୍ଲିକ । ହତ୍ୟା ଘଟଣାର ବର୍ଷେ ପରେ ସାନ୍ତୁନୁକୁ ପୋଲିସ ହାଇଦ୍ରାବାଦରୁ ଗିରଫ କରି ଜେଲ୍ ପଠାଇଥିଲା । ହେଲେ ଦୀପକ କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲା ।

    ସେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଏକ ଆଶ୍ରମରେ ବାବା ବେଶରେ ଲୁଚି ରହିଥିଲା । ଖବର ପାଇ ବିଡ଼ାନାସି ପୋଲିସ ଦୀପକକୁ ଧରିବାରେ ସଫଳ ହୋଇଛି । ମଦ ବ୍ୟବସାୟ ଓ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଡିସିପି । ହାଡ଼ିଆ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ସମସ୍ତ 10 ସହଯୋଗୀଙ୍କୁ ଗିରଫ କରି ଜେଲ୍ ପଠାଇଛି କଟକ କମିଶନରେଟ ପୋଲିସ ।