ଦର୍ଶନ ପାଇଁ ମହାଦେବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କଟକ ସାଲେପୁରର ଗଙ୍ଗେଶ୍ୱର ମହାଦେବ ପୀଠରେ ଝାମୁ ଯାତ୍ରା ଓ ପାଟୁଆ ଯାତ୍ରା ଆରମ୍ଭ ହୋଇଛି । ହଜାର ହଜାର ଭକ୍ତ, ମାନସିକଧାରୀ ମହାଦେବଙ୍କ ଉଦ୍ଦେଶ୍ୟରେ ଝାମୁ ଜାଳିଛନ୍ତି । ଏଥିସହ ଟୋପର ଲାଗି କରିଛନ୍ତି । ଓଷା ରଖିଥିବା ଭକ୍ତମାନେ ଭୋଗ ସହ ମହାଦେବଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ମହାବିଷୁବ ସଂକ୍ରାନ୍ତି ପୂର୍ବଦିନ ଠାରୁ ଆରମ୍ଭ ଏହି ଯାତ୍ରା ୩ ଦିନ ଯାଏ ଚାଲବ । ମାନସିକଧାରୀ ଭକ୍ତ ବେତ ପାଟୁଆ,ଖଣ୍ଡା ପାଟୁଆ,କଣ୍ଟା ପାଟୁଆ,ଚରକି ପାଟୁଆ ହୋଇଥାନ୍ତି । ପାଟୁଆମାନଙ୍କୁ ମଧ୍ୟ ସାଧାରଣ ଭକ୍ତ ଦର୍ଶନ କରିଥାନ୍ତି । ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *