ଶୁଆକୁ କହିଲା କଥା…ଆଉ ତାପରେ…

ଶୁଆକୁ କଥା ଶିଖାଇବା ପଡ଼ିଲା ମହଙ୍ଗା । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ଅଭିଯୋଗରେ ଶେଷରେ ଗିରଫ ହୋଇଛନ୍ତି ଅମାନିଆ ଚିନ୍ମୟ । ୟୁଟ୍ୟୁବ୍ ଚ୍ୟାନେଲରେ ଭ୍ୟୁୟରସିପ୍ ବଢ଼ାଇବା ଲକ୍ଷ୍ୟରେ ଶୁଆକୁ କଥା ଶିଖାଉଥିଲେ । ହେଲେ ଶେଷରେ ତାଙ୍କୁ ଗିରଫ ହେବାକୁ ପଡ଼ିଛି ।

କେନ୍ଦୁଝର ବଂଶପାଳ ବ୍ଳକ୍ କୁମୁଣ୍ଡି ଗାଁର ଚିନ୍ମୟ ମହାନ୍ତ । ‘ଚିନ୍ମୟ ଭାଇ’ନାଁରେ ସେ ଖୋଲିଛନ୍ତି ଏକ ୟୁଟ୍ୟୁବ୍ ଚ୍ୟାନେଲ । ଏଥିରେ ସେ ଅଧିକ ଲୋକପ୍ରିୟ ହୋଇଛନ୍ତି । ତେଣୁ ଏହାର ଲୋକପ୍ରିୟତା ଆହୁରି ଅଧିକ କରିବା ପାଇଁ ଉଦ୍ୟମ କରିଥିଲେ ଚିନ୍ମୟ ବାବୁ । ଆଲେକଜାଣ୍ଡ୍ରିଆନ୍ ପାର୍କିଟ୍ ପ୍ରଜାତିର ଏକ ଶୁଆକୁ ସେ କଥା କହିବା ଶିଖାଉଥିଲେ । ଶୁଆ କାମୁଡ଼ିବ ନାହିଁ । ଏଭଳି କହି ଚ୍ୟାନେଲରେ ଡେମୋ ଦେଖାଉଥିଲେ ।

ଏସବୁ ଭିଡିଓ ଦର୍ଶକଙ୍କ ନିକଟରେ ପହଞ୍ଚିଥିଲେ । ଚିନ୍ମୟଙ୍କ ଏଭଳି କାର୍ଯ୍ୟକୁ କିନ୍ତୁ ପଶୁପ୍ରେମୀ ନାପସନ୍ଦ କରିଥିଲେ । ଏଭଳି କାର୍ଯ୍ୟ ପଶୁପକ୍ଷୀ ବିରୋଧୀ ବୋଲି ଅଭିଯୋଗ କରି ବନବିଭାଗକୁ ଖବର ଦେଇଥିଲେ । ଭୁବନେଶ୍ଵର ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ ଅଭିଯୋଗ ଆଣିବା ପରେ PCCFଙ୍କ ନିର୍ଦ୍ଦେଶରେ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ରେଞ୍ଜ ଅଫିସର ମାନସ କୁମାର ମୁର୍ମୁ, ଚିନ୍ମୟଙ୍କୁ ଗିରଫ କରିଛନ୍ତି ।

Leave a Reply

Your email address will not be published. Required fields are marked *