ଆଇଟି ପରେ ଇଡି ନଜରରେ ବିବିସି

ବିବିସି ଇଣ୍ଡିଆର ସମସ୍ୟା ସରୁନି। ଆୟକର ବିଭାଗର ଚଢାଉ ପରେ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନଜର ଏବେ ବିବିସି ଉପରେ।  ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ଏଫଇଏମଏ) ଉଲ୍ଲଙ୍ଘନକୁ ନେଇ ଇଡି ବିବିସି ବିରୋଧରେ ଏକ ମାମଲା ରୁଜୁ କରି ପଚରାଉଚରା ଚଳାଇଛି।

ବିଦେଶୀ ମୁଦ୍ରା ହେରଫେରକୁ ନେଇ ବିବିସି ଉପରେ ଯାଞ୍ଚ ହେଉଥିବା  ଇଡି ସୂତ୍ରରୁ ସୂଚନା ଦିଆଯାଇଛି। ଚଳିତ ଫେବୃଆରୀରେ ଆଇଟିର ଯାଞ୍ଚ ପରେ ବିବିସି ଦ୍ୱାରା ହୋଇଥିବା ଆଇନ ବିରୋଧୀ କାର୍ଯ୍ୟ ସମ୍ପର୍କରେ ଜଣା ପଡିଥିଲା। ଆଇଟି ଜାଣିବାକୁ ପାଇଥିଲା କି, ବିଦେଶୀ ମୁଦ୍ରା ସଂଗ୍ରହ, ଲାଭ ଡାଇଭର୍ଟ ଓ ବେଆଇନ ଅନୁପାଳନର ଅଭିଯୋଗକୁ ନେଇ ଦିଲ୍ଲୀ ଓ ମୁମ୍ବାଇରେ ବିବିସି କାର୍ଯ୍ୟାଳୟଗୁଡିକରେ ଚଢାଉ କରାଯାଇଥିଲା। ଯାଞ୍ଚ ସମୟରେ ବିବିସିର ବରିଷ୍ଠ କର୍ମଚାରୀଙ୍କୁ ଜେରା କରିବାକୁ ଦିନ ରାତି ଲଗାଇ ଦେଇଥିଲା ଆଇଟି। ସେତେବେଳେ ବିବିସି ପକ୍ଷରୁ ଏହାକୁ ଆଇଟିର ନିୟମିତ ସର୍ଭେ ବୋଲି କୁହାଯାଇଥିଲା।

ତେବେ, 2002ରେ ଗୁଜରାଟରେ ହୋଇଥିବା ଦଙ୍ଗା ଘଟଣା ଉପରେ ବିବିସି ଦୁଇଟି ସିରିଜରେ ଏକ ଡକୁମେଣ୍ଟାରୀ ପ୍ରସ୍ତୁତ କରିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଉ ତାଙ୍କ ପ୍ରୋତ୍ସାହନାରେ ଦଙ୍ଗା ହୋଇଥିବା ବିବିସି ଭିଡିଓରେ ଦର୍ଶାଯାଇଥିଲା।    

Leave a Reply

Your email address will not be published. Required fields are marked *