ମହାନଦୀରେ ଛଡ଼ାଗଲା ୧୨ ଲକ୍ଷ ଯାଅଁଳ,ମତ୍ସ୍ୟଜୀବୀଙ୍କୁ ଫାଇଦା

ମହାନଦୀରେ ଆଜି ୧୨ ଲକ୍ଷ ଯାଅଁଳ ଛଡ଼ାଯାଇଛି । ଏହାଦ୍ୱାରା 7 ହଜାରରୁ ଅଧିକ ପରିବାର ଉପକୃତ ହେବେ । ପ୍ରାୟ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିପାରିବେ ।

ରାଜ୍ୟବାସୀଙ୍କ ଫାଇଦା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମହାନଦୀରେ ମାଛ ସଂଖ୍ୟା ଦିନକୁ ଦିନ କମିକମି ଯାଉଛି । ମତ୍ସ୍ୟଜୀବୀଙ୍କ ଜୀବିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଜନାର ଶୁଭାରମ୍ଭ କରାଯାଇଛି । ବାଙ୍କୀ,ଡମପଡ଼ା, ନରାଜ, ମୁଣ୍ଡଳି, ଧବଳେଶ୍ୱର ପରେ ଆଜି ଜଗତପୁର ମହାନଦୀ ବ୍ୟାରେଜ ନିକଟରେ ୧୨ ଲକ୍ଷ ଯାଅଁଳ ଛଡ଼ାଯାଇଛି । ଏଯାଏ ରାଜ୍ୟର ପାଞ୍ଚଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା କୃଷିମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *