‘ନବୀନ’ ନଂ : 3

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଏ, ନବୀନଙ୍କ ଲୋକପ୍ରିୟତା ଏତେ ବଢ଼ିଛି ଯେ ତାଙ୍କ ନାଁ ହିଁ ଯଥେଷ୍ଟ । ନିର୍ବାଚନ ହେଉ ଅବା କୌଣସି ପ୍ରତିଯୋଗିତା ତାଙ୍କ ଏଣ୍ଟ୍ରି ସବୁବେଳେ ବିଜୟର ସ୍ୱାଦ ପାଇଛି । କହିବାକୁ ଗଲେ ତାଙ୍କ ଡିକ୍ସିନାରୀରେ ପରାଜୟ ୱାର୍ଡ ନାହିଁ । ବିଭିନ୍ନ ଯୋଜନା କରିବା, ରାଜ୍ୟବାସୀଙ୍କ ଫାଇଦା ଚିନ୍ତା କରିବା, ସେମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରକାର ଅଭ୍ୟାସରେ ପରିଣତ ହେଲାଣି ।

ଏସବୁ ଭିତରେ ନବୀନ ବନିଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ମାନେ, ତାଙ୍କର ମୋଟ ସମ୍ପତ୍ତି ୬୩ କୋଟି ୮୭ ଲକ୍ଷ । ଏଡିଆର୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏଥିସହ ନବୀନଙ୍କ ନାଁରେ କୌଣସି ଅପରାଧୀକ ମାମଲା ନାହିଁ । ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଯାହାଙ୍କ ସଂପତ୍ତି ପରିମାଣ ୫୧୦ କୋଟି ୩୮ ଲକ୍ଷ । ଦ୍ୱିତୀୟରେ ଥିବା ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ସମ୍ପତ୍ତି ରହିଛି ୧୬୩ କୋଟି ୫୦ ଲକ୍ଷ । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୋଟ ସମ୍ପତ୍ତି ୧୫ କୋଟି ୩୮ ଲକ୍ଷ ଥିବାବେଳେ ସେ ତାଲିକାରେ ଶେଷରେ ରହିଛନନ୍ତି । ଏଡିଆର୍ ରିପୋର୍ଟ ଅନୁସାରେ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କ୍ରିମିନାଲ କେସ୍ ରହିଛି । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ମାମଲା ଥିବାବେଳେ ଲୋକପ୍ରିୟ ସିଏମ୍ ନବୀନଙ୍କ ନାଁରେ ଗୋଟିଏ ବି କ୍ରିମିନାଲ କେସ୍ ନାହିଁ । ଏଥିସହ
ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବୋଲି ରିପୋର୍ଟରୁ ଜଣାପଡ଼ିଛି । ଆୟରେ ସର୍ବାଧିକ ଅଭିବୃଦ୍ଧି ବିଜେଡିର ହୋଇଛି ।

ରାଜନୈତିକ ଦଳଗୁଡ଼ିକୁ ସେମାନଙ୍କ ଆୟ-ବ୍ୟୟର ବିବରଣୀ ଅକ୍ଟୋବର ଶେଷ ସୁଦ୍ଧା ଦାଖଲ କରିବାକୁ ଭାରତୀୟ ନିର୍ବାଚନ କମିଶନ କହିଥିଲେ । ୩୧୮.୭୪୫ କୋଟି ସହ ସବୁଠୁ ଧନୀ ଦଳ ଭାବେ ଡିଏମକେ ତାଲିକାର ୧ ନମ୍ବରରେ ରହିଛି । ସେହିପରି ଟିଆରଏସ୍ ତୃତୀୟ ଓ ୱାଇଏସଆର୍ କଂଗ୍ରେସର ସ୍ଥାନ ଚତୁର୍ଥ ଏବଂ ଆମ୍ ଆଦମି ପାର୍ଟିର ସ୍ଥାନ ୭ ନମ୍ବରରେ ରହିଛି ।

Leave a Reply

Your email address will not be published. Required fields are marked *