ଶିକ୍ଷା ସହ ଅଧିକ ନିଯୁକ୍ତି ସୃଷ୍ଟି ହେବ : ମନ୍ତ୍ରୀ

ଆଗାମୀ ଦିନରେ ରାଜ୍ୟରେ ଶିକ୍ଷା ସହିତ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଶିକ୍ଷା ସହିତ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇବେ । କଟକ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଛାତ୍ରଛାତ୍ରୀମାନେ କିଭଳି ନିଯୁକ୍ତି ପାଇପାରିବେ ସେ ଦିଗରେ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ନେବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହ 10 କୋଟି 40 ଲକ୍ଷ ଟଙ୍କାରେ ନିର୍ମାଣଧୀନ ୨ଟି ବିଲ୍ଡିଂ କାର୍ଯ୍ୟ ବୁଲି ଦେଖିବା ସହିତ ନୂତନ ଏକାଡେମି ହଲ୍, 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସର ଉଦଘାଟନ କରିଥିଲେ । ବିଧାୟକ ପ୍ରଶାନ୍ତ ବେହେରା ଓ ଅନ୍ୟ ଅତିଥିମାନେ ଯୋଗଦେଇ ମହାବିଦ୍ୟାଳୟ ନିର୍ମାଣ ସମୟର ସ୍ମୃତି ମନେ ପକାଇଥିଲେ ।

Leave a Reply

Your email address will not be published. Required fields are marked *