ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ଼ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ସହରରେ ଏବେ ଉତ୍ତେଜନା ଲାଗି ରହିଛି । ଏଥିପାଇଁ ଆଜି ସକାଳ ୧୦ଟାରୁ ସହରରେ ୪୮ ଘଣ୍ଟିଆ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଚିଠି ନମ୍ବର ୩୬୦ରେ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଫେସବୁକ,ଟ୍ୱିଟର ପରି ସୋସିଆଲ ମିଡିଆ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି ।

ଏହି ଘଟଣାରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ୨୫ରୁ ଅଧିକ ଲୋକଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଏଥିସହ ସହରରେ ଶାନ୍ତି ବଜାୟ ରଖିବା ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ଇତିମଧ୍ୟରେ ୪୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । କିଛି ପେଟ୍ରୋଲ ବୋମା ଜବତ ମଧ୍ୟ ହୋଇଛି । ଆଜି ସନ୍ଧ୍ୟା ୫ଟା ବେଳେ ପୋଲିସ ପକ୍ଷରୁ ଜିଲ୍ଲା ସ୍କୁଲ ଛକରୁ ଗେଙ୍ଗୁଟିପାଲ୍ଲୀ ପର୍ଯ୍ୟନ୍ତ ଫ୍ଲାଗମାର୍ଚ୍ଚ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *