ଭୁବନେଶ୍ୱର ପାଳୁଛି 75ତମ ରାଜଧାନୀ ପ୍ରତିଷ୍ଠା ଦିବସ

ରାଜଧାନୀ ଭୁବନେଶ୍ୱର ତାର 75 ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1948 ଏପ୍ରିଲ 13 ତାରିଖରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହରୁ ରାଜଧାନୀର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଓ ସ୍ଥାପତ୍ୟକାର ଓଟ୍ଟୋ କୋଇନ୍ସବର୍ଗର ସେହି ବର୍ଷ 40ହଜାର ଜନବସତିକୁ ଲକ୍ଷ୍ୟରେ ରଖି ସହରର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ସେବେଠାରୁ ଭୁବନାଶ୍ୱର ସ୍ଥାପତ୍ୟ ଓ ଆଧୁନିକତାର ମଡେଲ ହୋଇରହି ଆସିଛି।

ତିନି ଦିନିଆ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ଆଜି ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯକ୍ରମକୁ  ବାଚସ୍ପତି ବିକ୍ରମ ଆରୁଖ ଉଦ୍ଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ମନ୍ତ୍ରୀ, ବିଧାୟକ, ଆଧିକାରୀ ଉପସ୍ଥିତ ଥିଲେ। ରାଜଧାନୀର ହୀରକ ଜୟନ୍ତୀ ପାଳନ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ତିନି ଦିନ ବ୍ୟାପି ଚାଲିଥିବା ଏହି ଉତ୍ସବ ପାଇଁ ରାଜଧାନୀସ୍ଥିତ ଲୋକସଭା ଭବନ, ବିଧାନସଭା, କମିଶନରେଟ ପୋଲିସ, ତୋଷାଳି ପ୍ଲାଜା, ଏକାମ୍ର କାନନ ପରି ସହରର ପରିଚୟ ବହନ କରିଥିବା କୋଠାକୁ ଆଲୋକମାଳାରେ ସଜ୍ଜା ଯାଇଛି।

2000 ବର୍ଷ ପୁରୁଣା ଭୁବନେଶ୍ୱରକୁ 40,ହଜାର ଜନବସତି ଲକ୍ଷ୍ୟକୁ ନେଇ ରାଜଧାନୀର ପ୍ରତିଷ୍ଠା ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 12 ଲକ୍ଷ ଟପିଗଲାଣି। ଓଟ୍ଟୋ କୋଇନ୍ସବର୍ଗର 12 ସ୍କୋୟାର କିମି ପରିସିମା ଉପରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିଲେ। ସେତେବେଳେ ସହରର ଜନସଂଖ୍ୟା 15 ହଜାର ରହିଥିଲା। ପ୍ଲାନିଂ ପାଇଁ ସେହି ସମୟରେ ଖର୍ଚ୍ଚ ଆକଳନ ହୋଇଥିଲା 2.89 କୋଟି।

Leave a Reply

Your email address will not be published. Required fields are marked *