କୋଭିଡ୍ ମୁକାବିଲା ପାଇଁ SCBରେ ‘ମକଡ୍ରିଲ୍’

ପୁଣି ନାଲି ଆଖି ଦେଖାଇଲାଣି ମହାମାରୀ କୋରୋନା । ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କୋରୋନା ମୁକାବିଲା ପାଇଁ ଏବେଠାରୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

କୋଭିଡ ମୁକାବିଲା ପାଇଁ ମକଡ୍ରିଲ୍ । କଟକ ଏସିବି ମେଡିକାଲ କୋଭିଡ୍ ୱାର୍ଡ ପରିସରରେ ଅଭିଜ୍ଞ ଡାକ୍ତର ଏବଂ କୋଭିଡ ନିରୀକ୍ଷକମାନଙ୍କ ଦ୍ୱାରା ଏହି ମକଡ୍ରିଲ୍ କରାଯାଇଛି । ଜଣେ କୋଭିଡ୍ ସଂକ୍ରମିତଙ୍କୁ ଏସସିବି ମେଡିକାଲ କିପରି ଅଣାଯିବ ସେ ନେଇ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଇଛି । ୧୦୮ ଆମ୍ବୁଲାନ୍ସରେ ଏସସିବି ଅଣାଯିବା ପରେ ପ୍ରଥମେ ଆଣ୍ଟିଜେନ ଟେଷ୍ଟ ହେବ । ଆକ୍ରାନ୍ତ ବ୍ୟକ୍ତି କିପରି ଘରେ ହେଉ ଅବା ଏସସିବିରେ ସଫଳ ଚିକିତ୍ସିତ ହୋଇପାରିବ ସେ ନେଇ ମକଡ୍ରିଲ୍ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଏସସିବି ବରିଷ୍ଠ ଡାକ୍ତର,ଷ୍ଟାଫନର୍ସ, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା,ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । କୋଭିଡ୍ ମୁକାବିଲା ପାଇଁ ଏସସିବି ମେଡିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସସିବି କର୍ତ୍ତୃପକ୍ଷ ।

Leave a Reply

Your email address will not be published. Required fields are marked *