ଗଦା ବୁଲାଇ ସାହି ପରିକ୍ରମା କଲେ ବାହୁବଳୀ ହନୁମାନ

ହନୁମାନଙ୍କ ମୁଖା ମେଲଣରେ ବୁଲିଲେ ବାହୁବଳୀ ହନୁମାନ । ସାହି ପରିକ୍ରମା କରିବା ସହ ନିଜ କଳା ପ୍ରଦର୍ଶନ କରିଛନ୍ତି ବାହୁବଳୀ । ତାଙ୍କୁ ଯିଏ ଦେଖିଲା ଭାବବିହ୍ଵଳ ହୋଇ ମୁଣ୍ଡିଆ ମାରିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ରାଣୀହାଟସ୍ଥିତ ଶଗଡ଼ିଆ ସାହିରେ । ପ୍ରପେସରପଡ଼ା ଯୁବକ ସଂଘ ପକ୍ଷରୁ ହନୁମାନ ମୁଖା ମେଳଣର ଆୟୋଜନ କରାଯାଇଥିଲା ।

ଦୀର୍ଘ ବର୍ଷ ଧରି ଏହି ମୁଖା ମେଳଣର ଆୟୋଜନ ହୋଇ ଆସୁଥିବା ବେଳେ ଚଳିତ ଥର 14ଟି ମୁଖା ସାମିଲ ହୋଇଥିଲେ । ରାଣୀହାଟ ପୂଜା ମଣ୍ଡପ ନିକଟରୁ ହନୁମାନ ମୁଖା ପୂଜା ପାଇବା ପରେ ବିରାଟ ଶୋଭାଯାତ୍ରାରେ ବାହାରି ପ୍ରପେସରପଡ଼ା ପରିକ୍ରମା କରିଥିଲା। ଏଥିରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ବାହୁବଳୀ ହନୁମାନ। ହରିୟାଣାରୁ ଆସିଥିବା ଏହି ୮ ଫୁଟର ବାହୁବଳୀ ହନୁମାନ ଶଗଡ଼ିଆ ସାହି ସମେତ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କୁ ଦେଖିବା ପାଇଁ ଲୋକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ବାହୁବଳୀ ହନୁମାନ ଗଦା ବୁଲେଇବା ସହ ନିଜ କଳା ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *