ଅଧିକାରୀ ସାମଲ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳରେ କ୍ରିକେଟ୍ ମ୍ୟାଚର ମଜା । ଦ୍ୱିତୀୟ ଅଧିକାରୀ ସାମଲ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ୍ ମ୍ୟାଚ୍ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି ସମାଜସେବୀ ଗଙ୍ଗାଧର ସାମଲ । ଏହା ସମ୍ପୂର୍ଣ୍ଣ ଭାବେ ଫ୍ଲଡ୍ ଲାଇଟରେ ଖେଳାଯିବ । ମ୍ୟାଚ୍ ମଜା ନେବା ପାଇଁ ଦର୍ଶକଙ୍କ ଭିଡ଼ ମଧ୍ୟ ଜମିଛି ।

କ୍ରିକେଟ୍ ଟୁର୍ଣ୍ଣମେଣ୍ଟକୁ ଆୟୋଜନ କରିଛି ମହାବୀର ବଜାର କ୍ରିକେଟ୍ କ୍ଲବ୍ । ଚଳିତଥର ୧୬ଟି ଟିମ୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ବଛାବଛା ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ଚାମ୍ପିଅନ୍ ଟିମକୁ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏଥିସହ ଉପବିଜେତାଙ୍କୁ ୫୦ ହଜାର ଟଙ୍କା ଦିଆଯିବ । ମ୍ୟାନ୍ ଅଫ୍ ଦି ମ୍ୟାଚ୍, ମ୍ୟାନ୍ ଅଫ୍ ଦି ସିରିଜ୍, ବେଷ୍ଟ ସିକ୍ସର ଭଳି ପ୍ରାଇଜ୍ ରଖାଯାଇଛି ।

ଗତବର୍ଷ ପ୍ରଥମ ଥର ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିଲା । ଏଥର ଦ୍ୱିତୀୟ ଥର ପାଇଁ ଆୟୋଜନ ହୋଇଛି ଟୁର୍ଣ୍ଣାମେଣ୍ଟ । ସାମଲ ପରିବାର ପକ୍ଷରୁ ଆୟୋଜକଙ୍କୁ ଧନ୍ୟବାଦ ଦିଆଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା କରି ଦର୍ଶକ ଏହାର ମଜା ନିଅନ୍ତୁ ବୋଲି ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *