ଲିଙ୍କ୍ ରୋଡରେ ଜଳିଗଲା ବସ୍, ନଥିଲେ ଯାତ୍ରୀ

କଟକ ଲିଙ୍କ୍ ରୋଡରେ ଅଗ୍ନିକାଣ୍ଡ ଘଟିଛି । ଛିଡ଼ା ହୋଇଥିବା ଏକ ବସରେ ନିଆଁ ଲାଗିବାରୁ ଏହା ହୁତୁହୁତୁ ହୋଇ ଜଳିଗଲା । ଚାରିଆଡ଼କୁ ନିଆଁ ବ୍ୟାପିଯାଇଥିଲା । ତେବେ ବସରେ କୌଣସି ଯାତ୍ରୀ ନଥିବାରୁ ଜୀବନହାନୀ ହୋଇନି । କେବଳ ବସଟି ପୋଡ଼ିଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । କାଳବିଳମ୍ବ ନକରି ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ ଟିମ୍ । ପ୍ରବଳ ଗ୍ରୀଷ୍ମପ୍ରବାହ ଏବଂ ନିଆଁ ଚାରିଆଡୁକୁ ବ୍ୟାପିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ । ତେବେ, ଠିକ୍ ସମୟରେ ନିଆଁ ଲିଭାଇ ଦେଇଥିଲା ଅଗ୍ନିଶମ ବିଭାଗ । ବସରେ କିଭଳି ନିଆଁ ଲାଗିଲା ସେ ନେଇ କୌଣସି ସଠିକ୍ ଉତ୍ତର ମିଳିନାହିଁ । ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *