ସପା ନେତା ଆଜମ ଖାନ ହସ୍ପିଟାଲରେ

ସପାର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ସୋମବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର ବିଗିଡି ଯାଇଥିଲା। ତାଙ୍କୁ ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜମଙ୍କ ସ୍ଥିତି ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ବେଳେ ସେ ଡାକ୍ତରଙ୍କ ତତ୍ୱାବଧାନରେ ଥିବା କୁହାଯାଇଛି। ଏହା ପୂର୍ବରୁ ମଧ୍ୟ ବହୁବାର ତାଙ୍କ ସ୍ୱାସ୍ଥ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଜମ ଖାନ ରାମପୁର ଲୋକସଭା ଆସନରୁ ସାଂସଦ ହୋଇଥିବା ବେଳେ ରାମପୁର ବିଧାନସଭା ଆସନରୁ 10 ଥର ବିଧାୟକ ରହିଥିଲେ। ହିଂସା ଉଦ୍ରେକକାରୀ ଭାଷଣ ଦେବା ମାମଲାରେ ସ୍ଥାନୀୟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କ ବିଧାନସଭା ସଦସ୍ୟତା ଚାଲିଯାଇଥିଲା।

Leave a Reply

Your email address will not be published. Required fields are marked *