‘ବଚସା’ରୁ ଗୋଷ୍ଠୀ ସଂଘର୍ଷ

ଦାଣ୍ଡଯାତ୍ରା ରୋଷଣୀ ବେଳେ ଗୋଷ୍ଠୀ ସଂଘର୍ଷ । ଦୁଇ ଗାଁ ଲୋକେ ମୁହାଁମୁହିଁ ହୋଇଛନ୍ତି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଭଦ୍ରେଶ୍ୱର ଥାନା ସହାନିଆଜପୁରରେ । ମାମଲା ଏବେ ଥାନାରେ ପହଞ୍ଚିଥିବା ବେଳେ କିଛି ଯୁବକ ଅଟକ ଅଛନ୍ତି ।

ସହାନିଆଜପୁର ଦାଣ୍ଡଯାତ୍ରାକୁ ରୋଷଣୀ ଯାଉଥିବା ବେଳେ ଗଣ୍ଡଗୋଳ ହୋଇଛି । ଏଥିରେ ୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୋବିନ୍ଦପୁର ଗାଁର କିଛି ଯୁବକଙ୍କ ଆକ୍ରମଣରେ ସହାନିଆଜପୁର ଗାଁ ଲୋକେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆହତମାନଙ୍କ ଚିକିତ୍ସା ପରେ ସେମାନେ ମେଡିକାଲରୁ ଫେରିଛନ୍ତି ।

ଅଭିଯୋଗ ପରେ ଗୋବିନ୍ଦପୁର ଗାଁର କିଛି ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛନ୍ତି ଥାନା ଅଧିକାରୀ । ରୋଷଣୀରେ ବାଜା ବଜାଇବାକୁ କେନ୍ଦ୍ରକରି ବଚସା ହୋଇଥିଲା । ଏହାପରେ ଗଣ୍ଡଗୋଳ ଘଟି ଏହା ଉଗ୍ରରୂପ ନେଇଥିଲା ।

Leave a Reply

Your email address will not be published. Required fields are marked *