ଓଡ଼ିଶାରେ ପ୍ରଥମ

କଟକ ଏସସିବି ମେଡିକାଲରେ ବିରଳ ଅସ୍ତ୍ରୋପଚାର । ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି। ଏଥିରେ ସଫଳତା ପାଇଛନ୍ତି ଡାକ୍ତରୀ ଟିମ୍ । ରୋଗୀର ସଫଳ ଅସ୍ତ୍ରୋପଚାର କରିଛନ୍ତି ହୋଲ ଟିମ୍ ।

କାର୍ଡିଓଭାସକୁଲାର ସର୍ଜରୀ ବିଭାଗରେ ଏହି ଅପରେସନ କରାଯାଇଥିଲା । ଏହା ଓଡ଼ିଶାରେ ପ୍ରଥମ । କଟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ ଥିବାବେଳେ କୋଭିଡ ପରେ ଏହାର ବ୍ୟବହାର ହେଉନଥିଲା । ତେବେ ଦେବଗଡ଼ ଅଞ୍ଚଳର ୨୧ ବର୍ଷୀୟ ଜଣେ ଯୁବକଙ୍କ ଏବେ ସଫଳ ଅସ୍ତ୍ରୋପଚାର ହୋଇଛି । ଇକମୋ ମେସିନ ଦ୍ୱାରା ଜଟିଳ ଅପରେସନ୍ କରି ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଇଛି । ଏବେ ରୋଗୀ ଜଣକ ଆଇସିୟୁରେ ଅଛନ୍ତି । ଶ୍ବାସନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା । ଏଣୁ ଇକମୋ ମେସିନ ଦ୍ୱାରା ଅପରେସନ୍ କରାଯାଇଥିଲା ।

ଆସନ୍ତା ଦିନରେ ଆହୁରି ଅଧିକରୁ ଅଧିକ ଅପରେସନ୍ ଇକମୋ ମେସିନ ସହାୟତାରେ କରାଯିବ । ବିଭାଗୀୟ ମୁଖ୍ୟ ତଥା ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ଏଭଳି କହିଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର ସକ୍ସେସ ହୋଇଥିବାରୁ ସେ ପୁରା ଟିମକୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *