ଯାତ୍ରୀଙ୍କ ଅଭଦ୍ରାମି, ଉଡ଼ାଣସ୍ଥଳୀକୁ ଫେରିଲା ବିମାନ

ଏୟାର ଇଣ୍ଡିଆର ଦିଲ୍ଲୀ-ଲଣ୍ଡନ(ଏଆଇ-111)ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ପୁଣି ଦିଲ୍ଲୀ ବିମାନ ବନ୍ଦରକୁ ଫେରି ଆସିଛି । ବିମାନରେ ଜଣେ ଯାତ୍ରୀଙ୍କ ଅଭଦ୍ରୋଚିତ ବ୍ୟବହାର ପାଇଁ ଏପରି ପଦକ୍ଷେପ ନିଆଗଲା। ଏନେଇ ବିମାନ ବନ୍ଦର ପୋଲିସରେ ଅଭିଯୋଗ ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି ।

ଆଜି ଏଆଇ-111 ବିମାନ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଯାତ୍ରୀ ଜଣକ ବିମାନର କ୍ରୁ ମେମ୍ବରଙ୍କ ସହ ଦୁର୍ବ୍ୟବହାର କରିଥିଲେ। ବାରମ୍ବାର ତାଗିଦ ପରେ ମଧ୍ୟ ମାନି ନଥିଲେ। ତେଣୁ ବାଧ୍ୟ ହୋଇ ପାଇଲଟ୍ ବିମାନକୁ ମଝି ରାସ୍ତାରୁ ଉଡ଼ାଣସ୍ଥଳୀକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନ ଦିଲ୍ଲୀ ବନ୍ଦରରେ ପହଞ୍ଚିବା ପରେ ଥାନାରେ ଏକ ଏଫଆଇଆର ଦିଆଯାଇଥିଲା ଯାହା ଆଧାରରେ ପୋଲିସ ଉକ୍ତ ଯାତ୍ରୀଙ୍କୁ କଷ୍ଟୋଡିକୁ ନେଇଛି ।

ତେବେ ଗତ କିଛି ଦିନ ଧରି ଏୟାର ଇଣ୍ଡିଆର ବିମାନରେ ଏପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ନେଇ ଅନେକ ହଙ୍ଗାମା ହୋଇଛି। ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ 70 ବର୍ଷୀୟା ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ ଯେଉଁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *