ଜେଲରେ ବଢୁଛି ଏଚଆଇଭି ସଂକ୍ରମଣ

ଉତ୍ତରାଖଣ୍ଡର ହଲଦ୍ୱାନୀ ଜେଲରେ 44 କଏଦୀ ଏଚଆଇଭିରେ ସଂକ୍ରମିତ। ଜେଲର 44 ପୁରୁଷ ବନ୍ଦୀଙ୍କ ସହ ଜଣେ ମହିଳା ବନ୍ଦୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ସୁଶିଲ ତିୱାରି ହସ୍ପିଟାଲର ଏଆରଟି କେନ୍ଦ୍ର ପ୍ରଭାରୀ ଡାକ୍ତର ପରମଜିତ ସିଂହ ସୂଚନା ଦେଇଛନ୍ତି। ଡାକ୍ତରଙ୍କ ମୁତାବକ, ଲଗାତର ଜେଲରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଜେଲ ପ୍ରଶାସନ ଭିତରେ ଛନକା ପସିଛି।

ଜେଲରେ କଏଦୀଙ୍କ ଚିକିତ୍ସାକୁ ନେଇ ଡାକ୍ତର କହିଛନ୍ତି କି, ଏଚଆଇଭି ରୋଗୀଙ୍କ ପାଇଁ ଏକ ଆଣ୍ଟିରେଟ୍ରୋ ଭାଇରାଲ ଥେରାପି କେନ୍ଦ୍ର ରହିଛି। ଯେଉଁଠି ସଂକ୍ରମିତଙ୍କ ଚିକିତ୍ସା କରାଯାଇଥାଏ। ଆମ ଟିମ ଲଗାତର ଜେଲରେ କଏଦୀଙ୍କ ଯାଞ୍ଚ କରୁଛନ୍ତି। ଯେଉଁ ରୋଗୀ ଏଚଆଇଭି ସଂକ୍ରମିତ ହୁଅନ୍ତି, ତାଙ୍କୁ ନାସନାଲ ଏଡସ କଣ୍ଟ୍ରୋଲ ଅର୍ଗାନାଇଜେସନର ଗାଉଡଲାଇନ ଆଧାରରେ ଚିକିତ୍ସା ଓ ଔଷଧ ଯୋଗାଯାଇଥାଏ।

ଡାକ୍ତର ଆହୁରି କହିଛନ୍ତି କି, ବର୍ତ୍ତମାନ ହଲଦ୍ୱାନୀ ଜେଲରେ 1629 ପୁରୁଷ ଓ 70 ମହିଳା କଏଦୀ ଅଛନ୍ତି। ଜେଲରେ ଏତେ ସଂଖ୍ୟାରେ କଏଦୀ ପଜିଟିଭ ମିଳିବା ପରେ ଜେଲ ପ୍ରଶାସନ ନିୟମିତ ଯାଞ୍ଚ କରୁଛି, ଯେମିତି ସଂକ୍ରମିତଙ୍କର ଠିକ ସମୟରେ ଚିକିତ୍ସା ହୋଇପାରିବ।  

Leave a Reply

Your email address will not be published. Required fields are marked *