Category: ରାଜ୍ୟ ଖବର

  • ୪.୧୩ କୋଟି ଟଙ୍କା ଠକେଇ: ଇଓଡବ୍ଲୁ ପଞ୍ଝାରେ 3

    ୪.୧୩ କୋଟି ଟଙ୍କା ଠକେଇ: ଇଓଡବ୍ଲୁ ପଞ୍ଝାରେ 3

    ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ତିନି ଜଣଙ୍କ ଉପରେ ଇଓଡବ୍ଲୁର ଛାଟ। କଟକର ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ବରିଷ୍ଠ କିରାଣୀ ଓ ପୂର୍ବତନ ଏଲଆଇସି ଏଜେଣ୍ଟଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ), ଗିରଫ କରିଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଶେଖ୍ ଅବଦୁଲ ହାୟୀ, ଖ୍ରୀଷ୍ଟ ମହାବିଦ୍ୟାଳୟର ଅରବାନ କୋଅପରେଟିଭ ବ୍ୟାଙ୍କର ସଂପ୍ରସାରଣ କାଉଣ୍ଟରର ସିନିୟର ଆସିଷ୍ଟାଣ୍ଟ ପ୍ରକାଶ କୁମାର ମହାପାତ୍ର ଓ ୨୦୦୨ରୁ ୨୦୨୨ ଯାଏ ଏଲଆଇସି ଏଜେଣ୍ଟ ଭାବେ କାମ କରିଥିବା ମୁସ୍ତାକିମ୍ ରଜା। ମୁସ୍ତାକିମ୍ ରଜା।  ଏମାନଙ୍କୁ ଗତକାଲି କଟକରୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ ଜେଏମଏଫସି କେର୍ଟରେ ହାଜର କରାଯାଇଛି।

    ଅର୍ବାନ କୋପରେଟିଭ ବ୍ୟାଙ୍କର ଚିଫ ଏକ୍ଜୁକ୍ୟୁଟିଭ ଅଫିସର ପ୍ରିୟବ୍ରତ ପଣ୍ଡାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ୨୦୧୯ରୁ ୨୦୨୧ ମଧ୍ୟରେ ୩ଜଣଙ୍କୁ ଜାଲି ଏଲଆଇସି ସାର୍ଟିଫିକେଟ୍ ଜରିଆରେ ୩.୮୨ କୋଟି ଟଙ୍କାର ୮ଟି  ଋଣ ଦେଇଥିଲେ। ଏହାର ପରିମାଣ ଏବେ ୪.୧୩ କୋଟିରେ ପହଞ୍ଚିଛି।

  • ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, କିରାଣିକୁ ଧରିଲା ଭିଜିଲାନ୍ସ

    ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, କିରାଣିକୁ ଧରିଲା ଭିଜିଲାନ୍ସ

    ଲାଞ୍ଚ ନେଇ କିରାଣି ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ BEO ଅଫିସର ବରିଷ୍ଠ କିରାଣିକୁ ଧରିଛି ଭିଜିଲାନ୍ସ ଟିମ୍ । ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

    ପଟ୍ଟାମୁଣ୍ଡାଇ ଅଞ୍ଚଳର ଶିକ୍ଷକ ପ୍ରଫୁଲ କୁମାର ପରିଡ଼ାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛି କିରାଣି । ଏରିଏର ସଂକ୍ରାନ୍ତୀୟ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ପ୍ରଫୁଲ୍ଲ ପରିଡ଼ା । ଆଜି କନିଷ୍ଠ କିରାଣି ମାନସ ରଞ୍ଜନ ଧଳ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ ହ୍ୟାଣ୍ଡରେ ଧରିଥିଲା । ଟଙ୍କା ଜବତ ସହ ମାନସଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । BEO ଅଫିସରେ ଭିଜିଲାନ୍ସ ପକ୍ଷରୁ କାଗଜପତ୍ର ଯାଞ୍ଚ କରାଯାଇଛି । ଏଥିସହ ଘଟଣାର ତଦନ୍ତ ଜାରି ରହିଛି ।

  • ଶକ୍ତିଶାଳୀ ହେବ ଟିମ୍ ଓଡ଼ିଶା, ଦାୟିତ୍ୱ ଗ୍ରହଣ ପରେ କହିଲେ ଦିନେଶ

    ଶକ୍ତିଶାଳୀ ହେବ ଟିମ୍ ଓଡ଼ିଶା, ଦାୟିତ୍ୱ ଗ୍ରହଣ ପରେ କହିଲେ ଦିନେଶ

    ଓଡ଼ିଶା କ୍ରିକେଟ ଟିମ୍ ହେଡ୍ କୋଚ୍ ଭାବେ ଦାୟିତ୍ଵ ନେଇଛନ୍ତି ଦିନେଶ ମୋଙ୍ଗିଆ । ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି । ୨୦୨୪କୁ ଟାର୍ଗେଟ୍ ରଖି ସେ ଏଭଳି ଗୁରୁ ଦାୟିତ୍ୱ ନେଇଥିବା କହିଛନ୍ତି ଦିନେଶ ।

    ଓଡ଼ିଶା କ୍ରିକେଟ୍ ଟିମର ନୂଆ ବସ୍ । ଟିମ୍ ଓଡ଼ିଶାକୁ ସୁଦୃଢ଼ ଏବଂ ଶକ୍ତିଶାଳୀ କରିବେ । ଖେଳାଳିଙ୍କୁ ନୂଆ ନୂଆ ଟିପ୍ସ ଦେବେ । ଜାତୀୟ ଏବଂ ରଣଜୀ ମୁକାବିଲାରେ ଭଲ ପ୍ରଦର୍ଶନ କରିବେ ଖେଳାଳି । ବ୍ୟାଟିଂ ଏବଂ ବୋଲିଂରେ କମାଲ କରିବେ ଓଡ଼ିଆ ପ୍ଲେୟାର । ଆଜି ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରେସମିଟରେ ଏଭଳି କିଛି କହିଛନ୍ତି ମୁଖ୍ୟ କୋଚ୍ ଦିନେଶ ମୋଙ୍ଗିଆ । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଦିନେଶ, ଓଡ଼ିଶା ଟିମକୁ ସମ୍ପୂର୍ଣ୍ଣ ବଦଳାଇବେ । ଏକ ଶକ୍ତିଶାଳୀ ଟିମ୍ ଗଠନ କରିବା ପାଇଁ ସେ ଆଶା ରଖିଛନ୍ତି । ଦକ୍ଷ, ଅଭିଜ୍ଞ ତଥା ବିସ୍ଫୋରକ ଖେଳାଳିଙ୍କୁ ନେଇ ଟିମ୍ ଚୟନ ହେବ । ପୂର୍ବ ଅପେକ୍ଷା ଅଧିକ ସଫଳତା ପାଇବ ଟିମ୍ ଓଡ଼ିଶା ।

    ୨୦୨୪ରେ ଅଧିକ ସଫଳତା ପାଇବା ନେଇ ଖେଳାଳିଙ୍କ ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । ଓଡ଼ିଶାରେ ପ୍ରତିଭାବାନ ଖେଳାଳିଙ୍କ ଅଭାବ ନାହିଁ । କେବଳ ଟିକେ ଗାଇଡ୍ କଲେ ସେମାନେ ଉଚ୍ଚକୁ ଯାଇପାରିବେ, ସଫଳତା ବି ପାଇପାରିବେ । ପୂର୍ବରୁ ଓଡ଼ିଶାର କିଛି ଖେଳାଳି ଅନ୍ତର୍ଜାତୀୟ ମ୍ୟାଚରେ କମାଲ କରିଛନ୍ତି । ଏବେ ବି ସମସ୍ତଙ୍କ ପାଖେ ସୁଯୋଗ ରହିଛି । ତେବେ ଏହାର ଠିକ୍ ବିନିଯୋଗ ଦିଗରେ ଧ୍ୟାନ ଦେବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ମୁଖ୍ୟ କୋଚ୍ ।

  • ବ୍ରାହ୍ମଣୀ’ରେ ନାବାଳକଙ୍କ ସଲିଳ ସମାଧି, ନାଉରିଆଙ୍କ ମିଳୁନି ପତ୍ତା

    ବ୍ରାହ୍ମଣୀ’ରେ ନାବାଳକଙ୍କ ସଲିଳ ସମାଧି, ନାଉରିଆଙ୍କ ମିଳୁନି ପତ୍ତା

    ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ । ଆଜି ସକାଳୁ ସକାଳୁ ନଦୀରେ ବୁଡ଼ିଗଲା ଏକ ଯାତ୍ରୀବାହୀ ଡଙ୍ଗା । ଭାରସାମ୍ୟ ହରାଇ ଡଙ୍ଗାଟି ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

    କେନ୍ଦ୍ରାପଡ଼ା ଜିଲ୍ଲା ଏକକମାଣିଆ ପଞ୍ଚାୟତରୁ ଏକ ଯାତ୍ରୀବାହୀ ଡଙ୍ଗା ରାଜନଗର କେରଡ଼ାଗଡ଼କୁ ଯାଉଥିଲା । ଏଥିରେ ଥିଲେ ୩୦ ଜଣ ଯାତ୍ରୀ । ହେଲେ କିଏ ଜାଣିଥିଲା କିଛି ସମୟ ପରେ ଅଘଟଣ ଘଟିବ । ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇଥିଲା । ଧୀରେ ଧୀରେ ଡଙ୍ଗାଟି ଓଲଟି ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା ।

    କାଳବିଳମ୍ବ ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଗାଁ ଲୋକେ । ୨ ଜଣଙ୍କୁ ଛାଡ଼ି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ନାଉରିଆ ସମେତ ଅନ୍ୟ ଜଣେ ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା । ଗାଁ ଲୋକେ ଖୋଜାଖୋଜି ଜାରି ରଖିଥିଲେ । ଏବେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ୍‌ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

    ଦୀର୍ଘ ସମୟର ଖୋଜାଖୋଜି ପରେ ୧୬ ବର୍ଷୀୟା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାର ନାଁ ଦେବେନ୍ଦ୍ର ବେହେରା । ତେବେ ଏଯାଏ ୫୦ ବର୍ଷୀୟ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ କୌଣସି ପତ୍ତା ମିଳିନି । ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି ।

    ଦୀର୍ଘଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ଲୋକେ ଏଭଳି ଡଙ୍ଗାରେ ଯାତ୍ରା କରୁଛନ୍ତି । ବ୍ରିଜ୍ ନିର୍ମାଣ ପାଇଁ ୨୦୧୬ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ବେଳେ ଏଯାଏ କିନ୍ତୁ ହୋଇପାରିନି । ଏକମାଣିଆ ପଞ୍ଚାୟତର ଲୋକେ ଏଭଳି ଜୀବନକୁ ବାଜି ଲଗାଇ ଡଙ୍ଗାରେ ଯାଆସ କରୁଛନ୍ତି । ବାରମ୍ବାର ଅଘଟଣ ଘଟୁଥିଲେ ବି ପ୍ରଶାସନର ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • ଜଗା ଦର୍ଶନକୁ ଆସିଥିବା ଦକ୍ଷିଣୀ ଭକ୍ତଙ୍କ ମୃତ୍ୟୁ

    ଜଗା ଦର୍ଶନକୁ ଆସିଥିବା ଦକ୍ଷିଣୀ ଭକ୍ତଙ୍କ ମୃତ୍ୟୁ

    ଶ୍ରୀମନ୍ଦିରକୁ ଜଗା ଦର୍ଶନକୁ ଆସିଥିବା ଜଣେ ଦକ୍ଷିଣ ଭାରତୀୟ ଭକ୍ତଙ୍କ ମନ୍ଦିର ପରିସରରେ ଉଡିଗଲା ହଂସା। । ଭକ୍ତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଖୁସିବାସିରେ ଆସିଥିବା ପରିବାର କାନ୍ଦ ବୋବାଳିରେ ଫାଟିଗଲା ମେଡିକାଲ ପରିସର।

    ବିଶାଖାପାଟନମର ଭି ଏସ ଦିବାକର ପାଖି ପରିବାର ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ପୁରୀ। ନିୟମ ଅନୁଯାୟୀ ଧାଡିରେ ଯାଇ ପଦ୍ମମୁଖଙ୍କୁ କରିଥିଲେ ଦର୍ଶନ। ରତ୍ନ ସିଂହାଶନରେ ଦର୍ଶନ ସାରି ଯାଇଥିଲେ ମହାଲକ୍ଷ୍ମୀ ମନ୍ଦିର ଆଡକୁ। ମା’ଙ୍କୁ ଭାବ ବିହ୍ୱଳ ହୋଇ ଦର୍ଶନ କରୁଥିବା ବେଳେ ହଠାତ୍ ସେଠାରେ ବେହୋସ ହୋଇ ପଡିଯାଇଥିଲେ ଦିବାକର। ପରିବାର ଲୋକେ ମନ୍ଦିର କର୍ମକର୍ତ୍ତାଙ୍କ ସହାୟତାରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ ଜବାବ ତଲବ

    ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ ଜବାବ ତଲବ

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବତଲବ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ ଜାରି କରି ମାଗୁଛନ୍ତି ଜବାବ।ସମାଜସେବୀ ଦିଲ୍ଲୀପ ବରାଳଙ୍କ ଆବେଦନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ନୋଟିସ କରିଛନ୍ତି ହାଇକୋର୍ଟ।
    ଜଷ୍ଟିସ ରଘୁବୀର ଦାସ କମିଶନ ୨୦୧୮ ନଭେମ୍ବରରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ସାରି ସରକାରଙ୍କ ଆଇନ ବିଭାଗକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଏଯାବତ୍ ରିପୋର୍ଟକୁ ସରକାର ସାର୍ବଜନୀନ କରି ନାହାନ୍ତି। ଏହାକୁ ନେଇ ସମାଜସେବୀ ବରାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାଚିକାକୁ ଗ୍ରହଣ କରି ହାଇକୋର୍ଟ ନୋଟିସ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

    ସୂଚନାଯୋଗ୍ୟ, ୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିସନ ଆଇନ ବିଭାଗ ଓ ଗୃହ ବିଭାଗକୁ ୩୨୪ ପୃଷ୍ଠାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିଲେ। କମିସନ ବାବଦକୁ ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ

  • ସିଆରପିଏଫ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା

    ସିଆରପିଏଫ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା

    ରାୟଗଡ଼ା ସ୍ଥିତ ସିଆରପିଏଫ କ୍ୟାମ୍ପରେ କର୍ମଚାରୀଙ୍କ ଆତ୍ମହତ୍ୟା। ଗାଧୁଆ ଘରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ମୃତକ ହେଲେ ସୁନିଲ କୁମାର। ତାଙ୍କ ଘର ବିହାରରେ।

    ସୂଚନା ମୁତାବକ, ରାୟଗଡା ସିଆରପିଏଫର ଚତୁର୍ଥ ବାଟାଲିଆନର ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ। ତାଙ୍କ ଘର ବିହାରରେ।  ଆଜି ସେ କ୍ୟାମ୍ପରେ ଥିବା ଗାଧୁଆ ଘରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ଗାଧୁଆଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

    ଖବର ପାଇ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ସେ ଅତ୍ମହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ। ପୋଲିସ ତଦନ୍ତ ଚଳାଇଛି। ଘଟଣା ସଂପର୍କରେ ସିଆରପିଏଫ୍ କିମ୍ବା ପୁଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

  • ତୃତୀୟ ପର୍ଯ୍ୟାୟରେ ୩୫୭ ହାଇସ୍କୁଲର ଟ୍ରାନ୍ସଫର୍ମେସନ

    ତୃତୀୟ ପର୍ଯ୍ୟାୟରେ ୩୫୭ ହାଇସ୍କୁଲର ଟ୍ରାନ୍ସଫର୍ମେସନ

    ବଦଳୁଛି ଓଡ଼ିଶା ହାଇସ୍କୁଲର ରୂପରେଖ । ଗୋଟିଏ ପରେ ଗୋଟିଏ ହାଇସ୍କୁଲର ନବ କଳେବର ହେଉଥିବାରୁ ନୂଆ ରୂପ ଏବଂ ନୂଆ ପରିଚୟ ମିଳୁଛି। ନୂଆ ଶ୍ରେଣୀଗୃହ ସହିତ ନୂଆ ଲାଇବ୍ରେରୀ ବି ଉପଲବ୍ଧ ହେଉଛି । 5T ଅଧୀନରେ ଟ୍ରାନ୍ସଫର୍ମେସନ ଦ୍ୱାରା ସମସ୍ତ ସ୍କୁଲର ପରିଭାଷା ବଦଳାଇବାକୁ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢ଼ା ଯାଉଛି ।

    ତୃତୀୟ ପର୍ଯ୍ୟାୟରେ ଆଜି ୪ ଜିଲ୍ଲାରେ ୩୫୭ ହାଇସ୍କୁଲ ରୂପାନ୍ତରଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଜିଲ୍ଲାରେ ୮୭ ସ୍କୁଲ, ଗଞ୍ଜାମ ଜିଲ୍ଲାରେ ୧୦୬ ସ୍କୁଲ, କେନ୍ଦୁଝର ଜିଲ୍ଲାରେ ୫୭ ସ୍କୁଲ ଏବଂ ଜଗତସିଂହପୁର ଜିଲ୍ଲାରେ ୧୦୭ ସ୍କୁଲର ରୂପାନ୍ତରଣ ହେବ ।

  • ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

    ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

    ରାଜ୍ୟ କ୍ୟାବିନେଟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପାଇଁ ତାଲିକାଭୁକ୍ତ ୨୨ଟି ପଛୁଆ ବର୍ଗ ଜାତି ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗ ତାଲିକାରେ ସାମିଲ ହୋଇଛି । ଏ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶରେ ମୋହର ଲଗାଇଛି କ୍ୟାବିନେଟ୍ । ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ ଅଧିନିୟମ, ୧୯୯୩ର ଧାରା-୯ ଅଧିନରେ ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ଅଧ୍ୟାଦେଶ ଘୋଷଣା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

    ସେହିପରି ବିଜୁ ସେତୁ ଯୋଜନା ଆହୁରି ୨ ବର୍ଷ ବୃଦ୍ଧି ହୋଇଛି । ଏହି ପ୍ରସ୍ତାବରେ ମୋହର ଲାଗାଇଛି କ୍ୟାବିନେଟ୍ । ତେଣୁ ୨୦୨୫-୨୬ ବର୍ଷ ପର୍ଯ୍ୟନ୍ତ ବିଜୁ ସେତୁ ନିର୍ମାଣ ହେବ । ଅତିରିକ୍ତ ୩୫୯୭.୨୨ କୋଟି ଖର୍ଚ୍ଚରେ ୮୬୬ଟି ନୂତନ ସେତୁ ନିର୍ମାଣ ହେବ । ଅଧୁରା ଥିବା ଅନ୍ୟାନ୍ୟ ସେତୁର ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହେବ ।

    ଏଥିସହ RDSS ଯୋଜନାରେ ଉପଭୋକ୍ତାଙ୍କୁ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସହ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ ପାଇଁ ୩ ବର୍ଷରେ ୬୨୮୪ କୋଟି ଖର୍ଚ୍ଚ ହେବ । ଏଥିରେ ରାଜ୍ୟ ସରକାରଙ୍କ ୨୩୪୨ କୋଟି ରହିବ ଯାହାକୁ ଗ୍ରୀନ୍ ସିଗନାଲ୍ ମିଳିଛି ।

    ସେପଟେ, କଟକ ରିଂ ରୋଡର ଖାନନଗର ଠାରୁ ଲିଙ୍କ୍ ରୋଡ୍ ଯାଏ ୬ ଥାକିଆ ରାସ୍ତାର ଉନ୍ନତିକରଣ କାମ ହେବ । ଏଥିପାଇଁ ଆରକେଜି କନଷ୍ଟ୍ରକ୍ସନର ୧୨୧.୬୫ କୋଟି ଟେଣ୍ଡରକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦିଆଯାଇଛି । ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି । ଓଡ଼ିଶା ସ୍ପେସିଫାଇଡ୍ ଲଘୁ ଖଣିଜ ନିଲାମ ନିୟମ,୨୦୧୯ର ସଂଶୋଧନକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ ।

  • ପ୍ରଶ୍ନପତ୍ର ତ୍ରୁଟି, ବିବାଦ ପରେ ପୁଣି OSSC ପରୀକ୍ଷା !

    ପ୍ରଶ୍ନପତ୍ର ତ୍ରୁଟି, ବିବାଦ ପରେ ପୁଣି OSSC ପରୀକ୍ଷା !

    OSSC ପ୍ରଶ୍ନପତ୍ରରେ ତ୍ରୁଟି ପରେ ଜୋରଦାର ବିବାଦ ଦେଖାଦେଇଥିଲା । ତେବେ ଶେଷରେ ଓଏସଏସସି ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଛି । ପ୍ରଶ୍ନପତ୍ରରେ ବିକୃତ ଓଡ଼ିଆ ଲେଖା ଥିବାରୁ ଏହାକୁ ଜୋରଦାର ବିରୋଧର ହୋଇଥିଲା ।

    ପ୍ରଶ୍ନପ୍ରତ୍ରରେ ତ୍ରୁଟି ପରେ ବିବାଦ ଏବଂ ପୁଣି ଥରେ ପରୀକ୍ଷା ବାତିଲ । ତେଣୁ ସାନି ପରୀକ୍ଷା ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ଓଏସଏସସି । ସେପଟେ, ପ୍ରଶ୍ନପତ୍ର ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିଛି ଓଏସଏସସି । ରବିବାର ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ଗ୍ରୁପ୍-ବି ପଦବୀ ପାଇଁ ପରୀକ୍ଷା କରିଥିଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ । ଯେଭଳି ଭାବରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏଥିରେ ଥିବା ତ୍ରୁଟିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ପ୍ରଶ୍ନପତ୍ରର ଅକ୍ଷରଗୁଡ଼ିକ ଓଡ଼ିଆରେ ଲେଖାଥିଲେ ସୁଦ୍ଧା ଗୋଟିଏ ଶବ୍ଦ ବୁଝିବା ସମ୍ଭବ ନଥିଲା ।