୪.୧୩ କୋଟି ଟଙ୍କା ଠକେଇ: ଇଓଡବ୍ଲୁ ପଞ୍ଝାରେ 3

୪.୧୩ କୋଟି ଟଙ୍କା ଠକେଇ ମାମଲାରେ ତିନି ଜଣଙ୍କ ଉପରେ ଇଓଡବ୍ଲୁର ଛାଟ। କଟକର ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ବରିଷ୍ଠ କିରାଣୀ ଓ ପୂର୍ବତନ ଏଲଆଇସି ଏଜେଣ୍ଟଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ), ଗିରଫ କରିଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଶେଖ୍ ଅବଦୁଲ ହାୟୀ, ଖ୍ରୀଷ୍ଟ ମହାବିଦ୍ୟାଳୟର ଅରବାନ କୋଅପରେଟିଭ ବ୍ୟାଙ୍କର ସଂପ୍ରସାରଣ କାଉଣ୍ଟରର ସିନିୟର ଆସିଷ୍ଟାଣ୍ଟ ପ୍ରକାଶ କୁମାର ମହାପାତ୍ର ଓ ୨୦୦୨ରୁ ୨୦୨୨ ଯାଏ ଏଲଆଇସି ଏଜେଣ୍ଟ ଭାବେ କାମ କରିଥିବା ମୁସ୍ତାକିମ୍ ରଜା। ମୁସ୍ତାକିମ୍ ରଜା।  ଏମାନଙ୍କୁ ଗତକାଲି କଟକରୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ ଜେଏମଏଫସି କେର୍ଟରେ ହାଜର କରାଯାଇଛି।

ଅର୍ବାନ କୋପରେଟିଭ ବ୍ୟାଙ୍କର ଚିଫ ଏକ୍ଜୁକ୍ୟୁଟିଭ ଅଫିସର ପ୍ରିୟବ୍ରତ ପଣ୍ଡାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ୨୦୧୯ରୁ ୨୦୨୧ ମଧ୍ୟରେ ୩ଜଣଙ୍କୁ ଜାଲି ଏଲଆଇସି ସାର୍ଟିଫିକେଟ୍ ଜରିଆରେ ୩.୮୨ କୋଟି ଟଙ୍କାର ୮ଟି  ଋଣ ଦେଇଥିଲେ। ଏହାର ପରିମାଣ ଏବେ ୪.୧୩ କୋଟିରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *