ସମଲିଙ୍ଗିଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର କଣ କରିବେ: ସିଜେଆଇ

ସମଲିଙ୍ଗି ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ଦାୟର 20 ଯାଚିକାର ଶୁଣାଣି ସମ୍ବିଧାନିକ ପୀଠରେ ଚାଲିଥିବା ବେଳେ, ଆଜିର ଶୁଣାଣି କାଳରେ ସମଲିଙ୍ଗିଙ୍କ ସୁରକ୍ଷାକୁ ନେଇ ଏକାଧିକ ଦିଗ ଉପରେ ଗୁରୁତ୍ବାରୋପ କରିଛନ୍ତି ଖଣ୍ଡପୀଠ। ସମଲିଙ୍ଗି ଦମ୍ପତିଙ୍କୁ ମୌଳିକ ସାମାଜିକ ଅଧିକାର ପ୍ରଦାନ, ସେମାନଙ୍କ ଯୁଗ୍ମ ଆକାଉଣ୍ଟ ଖୋଲିବା କିମ୍ବା ବୀମା ପଲିସିରେ ପାର୍ଟନଙ୍କୁ କେମିତି ନୋମିନି କରାଯିବ, ତା’ର ବ୍ୟବସ୍ଥା କରାଯିବା ଦରକାର ବୋଲି କୋର୍ଟ କହିଛନ୍ତି।

ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଗୋଟିଏ ସପ୍ତାହ ଧରି ଶୁଣାଣି କରୁଛନ୍ତି। ଆଜିର ଶୁଣାଣି କାଳରେ ସମଲିଙ୍ଗି ଦମ୍ପତିଙ୍କୁ କେମିତି ମୌଳିକ ସାମାଜିକ ସୁରକ୍ଷା ମିଳିବ ସେନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ସଲିସିଟର ଜେନେରାଲଙ୍କୁ ଉପଯୁକ୍ତ ଜବାବ ମେ’ ୩ ତାରିଖ ସୁଦ୍ଧା ଦାଖଲ କରିବାକୁ କହିଛନ୍ତି।

ସିଜେଆଇ ପ୍ରଶ୍ନ କରିଛନ୍ତି, ବୈବାହିକ ସମ୍ପର୍କର ପରିଭାଷା କଣ, ବୁଝିବାକୁ ଚାହୁଁ। ଦୀର୍ଘ ବର୍ଷ ପାଇଁ ଏକାଠି ରହିବାକୁ ମଧ୍ୟ ବିବାହର ମାନ୍ୟତା ଦିଆଯାଉଛି। ଏଥିସହ ସଂସଦକୁ ଏହା ଉପରେ ନିଷ୍ପତ୍ତି ନେବାକୁ ସଲିସିଟର ଜେନେରାଲଙ୍କ ପୂର୍ବ ଯୁକ୍ତିକୁ ନେଇ ସିଜେଆଇ କହିଛନ୍ତି କି, ଆମେ ଆପଣଙ୍କ ଯୁକ୍ତିକୁ ଗ୍ରହଣ କରୁଛୁ। ଯଦି ଏହା ସଂସହର କାମ ତା’ହେଲେ, ଏବେ କ’ଣ ହେବ? ସରକାର ସହବାସ ସମ୍ପର୍କ ରଖୁଥିବା ଲୋକଙ୍କ ସହିତ କ’ଣ କରିବେ? ସେମାନଙ୍କ ସାମାଜିକ କଲ୍ୟାଣ ଓ ନିରାପତ୍ତା ପାଇଁ କ’ଣ ପଦକ୍ଷେପ ନିଆଯିବ? ସେମାନଙ୍କ ସାମାଜିକ ବାସନ୍ଦତାକୁ କିପରି ସୁନିଶ୍ଚିତ କରିବେ ସରକାର?

Your email address will not be published. Required fields are marked *