ତୃତୀୟ ପର୍ଯ୍ୟାୟରେ ୩୫୭ ହାଇସ୍କୁଲର ଟ୍ରାନ୍ସଫର୍ମେସନ

ବଦଳୁଛି ଓଡ଼ିଶା ହାଇସ୍କୁଲର ରୂପରେଖ । ଗୋଟିଏ ପରେ ଗୋଟିଏ ହାଇସ୍କୁଲର ନବ କଳେବର ହେଉଥିବାରୁ ନୂଆ ରୂପ ଏବଂ ନୂଆ ପରିଚୟ ମିଳୁଛି। ନୂଆ ଶ୍ରେଣୀଗୃହ ସହିତ ନୂଆ ଲାଇବ୍ରେରୀ ବି ଉପଲବ୍ଧ ହେଉଛି । 5T ଅଧୀନରେ ଟ୍ରାନ୍ସଫର୍ମେସନ ଦ୍ୱାରା ସମସ୍ତ ସ୍କୁଲର ପରିଭାଷା ବଦଳାଇବାକୁ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସରକାରୀ ସ୍କୁଲ ପ୍ରତି ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ପାଠପଢ଼ା ଯାଉଛି ।

ତୃତୀୟ ପର୍ଯ୍ୟାୟରେ ଆଜି ୪ ଜିଲ୍ଲାରେ ୩୫୭ ହାଇସ୍କୁଲ ରୂପାନ୍ତରଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳ ଜିଲ୍ଲାରେ ୮୭ ସ୍କୁଲ, ଗଞ୍ଜାମ ଜିଲ୍ଲାରେ ୧୦୬ ସ୍କୁଲ, କେନ୍ଦୁଝର ଜିଲ୍ଲାରେ ୫୭ ସ୍କୁଲ ଏବଂ ଜଗତସିଂହପୁର ଜିଲ୍ଲାରେ ୧୦୭ ସ୍କୁଲର ରୂପାନ୍ତରଣ ହେବ ।

Leave a Reply

Your email address will not be published. Required fields are marked *