ସିଆରପିଏଫ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା

ରାୟଗଡ଼ା ସ୍ଥିତ ସିଆରପିଏଫ କ୍ୟାମ୍ପରେ କର୍ମଚାରୀଙ୍କ ଆତ୍ମହତ୍ୟା। ଗାଧୁଆ ଘରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ମୃତକ ହେଲେ ସୁନିଲ କୁମାର। ତାଙ୍କ ଘର ବିହାରରେ।

ସୂଚନା ମୁତାବକ, ରାୟଗଡା ସିଆରପିଏଫର ଚତୁର୍ଥ ବାଟାଲିଆନର ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ଦୁଇ ବର୍ଷ ହେବ କାର୍ଯ୍ୟରତ ଥିଲେ। ତାଙ୍କ ଘର ବିହାରରେ।  ଆଜି ସେ କ୍ୟାମ୍ପରେ ଥିବା ଗାଧୁଆ ଘରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ଗାଧୁଆଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

ଖବର ପାଇ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ସେ ଅତ୍ମହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ। ପୋଲିସ ତଦନ୍ତ ଚଳାଇଛି। ଘଟଣା ସଂପର୍କରେ ସିଆରପିଏଫ୍ କିମ୍ବା ପୁଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *