ମୋବାଇଲ୍ ନିଶା ହେଲା କାଳ, ବିସ୍ଫୋରଣରେ ଗଲା ନାବାଳିକା ଜୀବନ

ଆପଣ ମୋବାଇଲ୍ ବ୍ୟବହାର କରୁଛନ୍ତି କି ? ଟିକେ ସାବଧାନ । କେତେବେଳେ ବି ବିସ୍ଫୋରଣ ହୋଇପାରେ । ମୋବାଇଲରେ ବ୍ୟବହୃତ ବ୍ୟାଟେରୀ ଡେମେଜ୍ ଅଛି କି ? ତୁରନ୍ତ ବ୍ୟାଟେରୀ ବଦଳାଇ ଦିଅନ୍ତୁ । ମୋବାଇଲ୍ ଦୀର୍ଘଦିନ ବ୍ୟବହାର କରୁଥିଲେ ଟିକେ ସାବଧାନତା ଅବଲମ୍ବନ କରନ୍ତୁ । ଆଜିକାଲି ଅଧିକାଂଶ ସ୍ଥାନରେ ମୋବାଇଲ୍ ବିସ୍ଫୋରଣ ଖବର ଆସୁଛି । ଏଥିରେ କାହାର ବି ଜୀବନ ଯାଇପାରେ ।

ଏମିତି ଏକ ଦୁଃଖଦ ଘଟଣା ଘଟିଛି କେରଳର ଥିରୁଭିଲଭାମାଲାରେ । ୮ ବର୍ଷୀୟା ନାବାଳିକା, ନାଁ ତାର ଆଦିତ୍ୟଶ୍ରୀ । ମୋବାଇଲ ଦେଖାରେ ମାତିଥିଲା । ପୁଣି ରାତି ସାଢ଼େ ୧୦ଟାରେ ମୋବାଇଲ୍ ମଜା ନେଉଥିଲା । ପିଲାଳିଆ ମନ, ମୋବାଇଲରେ ଖେଳ ଚାଲିଥିଲା । ହେଲେ କିଏ ଜାଣିଥିଲା, ଜୀବନରେ ଆଉ କେବେ ମୋବାଇଲ୍ ଧରିପାରିବନି । କିଏ ଜାଣିଥିଲା ଦୁନିଆରୁ ସେ ଚାଲିଯିବ ।

ମୋବାଇଲ୍ ଦେଖୁଦେଖୁ ହଠାତ୍ ବିସ୍ଫୋରଣ ହେଲା । ମୋବାଇଲ୍ ପାର୍ଟସ ଏଣେତେଣେ ଛିଟିକି ପଡ଼ିଲା । ନାବାଳିକା ମୁହଁ ନିକଟରେ ହିଁ ବିସ୍ଫୋରଣ ହେଲା । ଆଖିପିଛୁଳାକେ ଘଟଣାସ୍ଥଳରେ ହିଁ ଆଦିତ୍ୟଶ୍ରୀଙ୍କ ଜୀବନ ଚାଲିଗଲା । ତେଣୁ ପରିବାର ସଦସ୍ୟ ଏଥିପ୍ରତି ସାବଧାନ ହେବା ଉଚିତ୍ । ପିଲାଙ୍କୁ ମୋବାଇଲ୍ ଦେବା କେତେଦୂର ଠିକ୍ ଚିନ୍ତା କରିବାର ସମୟ ଆସିଛି । ଆଦିତ୍ୟଶ୍ରୀ ତୃତୀୟ ଶ୍ରେଣୀର ଛାତ୍ରୀ ଥିଲା । ହେଲେ ମୋବାଇଲ୍ ନିଶା ଆଜି ତାର ଜୀବନ ନେଇଗଲା ।

Leave a Reply

Your email address will not be published. Required fields are marked *