ଭାରତର ମହାନ ଶିଳ୍ପପତି ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’

ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ରତର ଟାଟା ହେଉଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି । ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ତାଙ୍କୁ ସମ୍ମାନୀତ କରିଛନ୍ତି ଅଷ୍ଟ୍ରେଲିଆର ରାଜଦୂତ । ଅଷ୍ଟ୍ରେଲିଆର ରାଜଦୂତ ବେରୀ ଓ ଫେରେଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚଚନା ଦେଇଥିବା ବେଳେ ଲେଖିଛନ୍ତି, ଭାରତ ସହ ଅଷ୍ଟ୍ରେଲିଆରେ ମଧ୍ୟ ରତନ ଟାଟାଙ୍କ ଯୋଗଦାନ ଅତୁଳନୀୟ ଆଉ ସେ ଜଣେ ବିଶିଷ୍ଠ ଶିଳ୍ପପତି । ସୋସିଆଲ ମିଡିଆରେ ଫେରେଲ ଲେଖିଛନ୍ତି, ଭାରତରେ ରତନ ଟାଟା ଶିଳ୍ପ ସହିତ ଲୋକଙ୍କ ସେବା ପାଇଁ ମଧ୍ୟ ବେଶ୍ ପରିଚିତ । ରତନ ଟାଟାଙ୍କର ଯୋଗଦାନ ଅଷ୍ଟ୍ରେଲିଆରେ ମଧ୍ୟ ଦେଖିବାକୁ ମିଳେ ।

ରତନ ଟାଟା ଏହି ସମ୍ମାନ ପାଇଁ ଅତ୍ୟନ୍ତ ଖୁସି ଥିବା ଦର୍ଶାଇ ସୋସିଆଲ ମିଡିଆରେ ଲେଖିଛନ୍ତି, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପାଇଁ ତାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନ ଦିଆଯାଇଥିବାରୁ ସେ ବେଶ୍ ଖୁସି ।

ଅଷ୍ଟ୍ରେଲିଆ ଆଉ ଭାରତ ମଧ୍ୟରେ ଏକ ସୁସ୍ଥ ବାଣିଜ୍ୟକ ସ୍ଥିତି ତିଆରି କରିବାରେ ରତନ ଟାଟାଙ୍କ ଭୂମିକା ବେଶ ପ୍ରଶଂସନୀୟ । ସେଥିପାଇଁ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସଂପର୍କ, ବାଣିଜ୍ୟ, ନିବେଶ ଏବଂ ସମାଜସେବା ପାଇଁ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନରେ ସମ୍ମାନଜନକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ରତନ ଟାଟାଙ୍କ ମହତ କାର୍ଯ୍ୟ ପାଇଁ ସେ ସର୍ବାଦା ଦେଶ ତଥା ସମଗ୍ର ବିଶ୍ବରେ ଜଣେ ମହାନ ଶିଳ୍ପପତିର ଆଖ୍ୟା ପାଇଆସିଛନ୍ତି ।

Leave a Reply

Your email address will not be published. Required fields are marked *