ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, କିରାଣିକୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଇ କିରାଣି ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ BEO ଅଫିସର ବରିଷ୍ଠ କିରାଣିକୁ ଧରିଛି ଭିଜିଲାନ୍ସ ଟିମ୍ । ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ପଟ୍ଟାମୁଣ୍ଡାଇ ଅଞ୍ଚଳର ଶିକ୍ଷକ ପ୍ରଫୁଲ କୁମାର ପରିଡ଼ାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛି କିରାଣି । ଏରିଏର ସଂକ୍ରାନ୍ତୀୟ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ପ୍ରଫୁଲ୍ଲ ପରିଡ଼ା । ଆଜି କନିଷ୍ଠ କିରାଣି ମାନସ ରଞ୍ଜନ ଧଳ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ ହ୍ୟାଣ୍ଡରେ ଧରିଥିଲା । ଟଙ୍କା ଜବତ ସହ ମାନସଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । BEO ଅଫିସରେ ଭିଜିଲାନ୍ସ ପକ୍ଷରୁ କାଗଜପତ୍ର ଯାଞ୍ଚ କରାଯାଇଛି । ଏଥିସହ ଘଟଣାର ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *