ପଶ୍ଚିମବଙ୍ଗ: ରାମନବମୀ ହିଂସାର ତଦନ୍ତ କରିବ ଏନଆଇଏ

କୋଲକାତା ହାଇକୋର୍ଟ ଚଳିତ ରାମ ନବମୀରେ ପଶ୍ଚିମ ବଙ୍ଗରେ ହୋଇଥିବା ହିଂସାର ଏନ୍‌ଆଇଏ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରାମନବମୀ ହିଂସାକାଣ୍ଡର ଏନଆଇଏ ତଦନ୍ତ ଦାବି କରି ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ।

ହାଇକୋର୍ଟ ଅଧିକାରୀଙ୍କ ଯାଚିକାର ଶୁଣାଣି କରି ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୁଇ ସପ୍ତାହ ଭିତରେ ରିପୋର୍ଟ ଦଖଲ କରିବାକୁ କହିଛନ୍ତି। ପୋଲିସକୁ ମଧ୍ୟ ଏଫଆଇଆର ଓ ସିସିଟିଭି ଫୁଟେଜ  ହସ୍ତାନ୍ତର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗର ହାୱଡ଼ା, ହୁଗଲୀ ଓ ଡାଲଖୋଲାରେ ରାମ ନବମୀ ଅବସରରେ ବାହାରିଥିବା ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ସଂଘର୍ଷ ଲାଗିଥିଲେ। ଉତ୍ୟକ୍ତ ଲୋକେ ଗାଡ଼ି ଜଳାପୋଡ଼ା  କରିବା ସହ ଦୋକାନ ଭଙ୍ଗାରୁଜା, ପଥର ମାଡ଼ କରିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *