ପ୍ରଶ୍ନପତ୍ର ତ୍ରୁଟି, ବିବାଦ ପରେ ପୁଣି OSSC ପରୀକ୍ଷା !

OSSC ପ୍ରଶ୍ନପତ୍ରରେ ତ୍ରୁଟି ପରେ ଜୋରଦାର ବିବାଦ ଦେଖାଦେଇଥିଲା । ତେବେ ଶେଷରେ ଓଏସଏସସି ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ ହୋଇଛି । ପ୍ରଶ୍ନପତ୍ରରେ ବିକୃତ ଓଡ଼ିଆ ଲେଖା ଥିବାରୁ ଏହାକୁ ଜୋରଦାର ବିରୋଧର ହୋଇଥିଲା ।

ପ୍ରଶ୍ନପ୍ରତ୍ରରେ ତ୍ରୁଟି ପରେ ବିବାଦ ଏବଂ ପୁଣି ଥରେ ପରୀକ୍ଷା ବାତିଲ । ତେଣୁ ସାନି ପରୀକ୍ଷା ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ଓଏସଏସସି । ସେପଟେ, ପ୍ରଶ୍ନପତ୍ର ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରିଛି ଓଏସଏସସି । ରବିବାର ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ଗ୍ରୁପ୍-ବି ପଦବୀ ପାଇଁ ପରୀକ୍ଷା କରିଥିଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ । ଯେଭଳି ଭାବରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏଥିରେ ଥିବା ତ୍ରୁଟିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ପ୍ରଶ୍ନପତ୍ରର ଅକ୍ଷରଗୁଡ଼ିକ ଓଡ଼ିଆରେ ଲେଖାଥିଲେ ସୁଦ୍ଧା ଗୋଟିଏ ଶବ୍ଦ ବୁଝିବା ସମ୍ଭବ ନଥିଲା ।

Leave a Reply

Your email address will not be published. Required fields are marked *