Category: ରାଜ୍ୟ ଖବର

  • ଦୁବାଇକୁ ସିଧାସଖଳ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

    ଦୁବାଇକୁ ସିଧାସଖଳ ବିମାନ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

    ରାଜଧାନୀ ଭୁବନେଶ୍ୱରରୁ ସିଧାସଳଖ ବିଦେଶକୁ ଉଡ଼ିଲା ବିମାନ । ଓଡ଼ିଶାରୁ ଡାଇରେକ୍ଟ ବିଦେଶକୁ ଯାତ୍ରା କରିପାରିବେ । ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ । ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ୍ ସହ ମୋଟ ୧୭୦ ଜଣ ଯାତ୍ରୀ ଯାତ୍ରା କରିଥିବା ସୂଚନା ମିଳିଛି । ଯାତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ମିଶନ ଶକ୍ତିର ବହୁ ସଦସ୍ୟା,ଛାତ୍ରଛାତ୍ରୀ ଓ କ୍ରୀଡ଼ାବିତଙ୍କ ସମେତ କର୍ମଜୀବୀ । ଇଣ୍ଡିଗୋ ଏୟାରଲାଇନ୍ସର ୧୮୦ ସିଟ୍ ବିଶିଷ୍ଟ ୩୨୦ ଏୟାରବସ୍, ସପ୍ତାହରେ ତିନି ଦିନ ଉଡ଼ାଣ ଭରିବ । ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ ଏହି ବିମାନ । ଦୁବାଇକୁ ଯିବାଆସିବା କରିବା ପାଇଁ ଟିକେଟ୍ ମୂଲ୍ୟ ୨୦ ହଜାର ଟଙ୍କା ରହିଛି ।

    ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି,ଉତ୍ପାଦନ ଓ ପର୍ଯ୍ୟଟନର ବିକାଶ ଘଟିବ । ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ଏବେ ରାଜଧାନୀରୁ ବିଦେଶକୁ ବିମାନ ସେବା ଆରମ୍ଭ ହେବା ସରକାରଙ୍କ ପାଇଁ ବଡ଼ ସଫଳତା ।

    କେବଳ ଓଡ଼ିଶା ପାଇଁ ନୁହେଁ ବିଦେଶରୁ ଓଡ଼ିଶାକୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଏହାଦ୍ୱାରା ଉପକୃତ ହୋଇପାରିବେ । ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଆସନ୍ତା ମାସ ୩ ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ମଧ୍ୟ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ରାଜ୍ୟ ସରକାର ରାଜ୍ୟବାସୀଙ୍କ ସୁବିଧା ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଉଛନ୍ତି ଯାହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବଢୁଥିବା ବେଳେ ନବୀନଙ୍କ ଉପରେ ସମସ୍ତେ ଭରସା ବି ରଖୁଛନ୍ତି ।

  • ଓଟିପି ସେୟାରିଂ ସ୍କାମ୍ ନେଇ ୩ ଜଣଙ୍କୁ ଧରିଲା STF

    ଓଟିପି ସେୟାରିଂ ସ୍କାମ୍ ନେଇ ୩ ଜଣଙ୍କୁ ଧରିଲା STF

    ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ । ନୟାଗଡ଼ ଏବଂ ଯାଜପୁରରୁ ସେମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା,ସରୋଜ କୁମାର ନାୟକ ଏବଂ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଧରିଛି STF ଟିମ୍ । ସେମାନଙ୍କ ଠାରୁ ୧୯ଟି ଦାମୀ ମୋବାଇଲ,୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ ୨୩ଟି ସିମ୍ କଭର ଜବତ ହୋଇଛି ।

    ସବୁଠାରୁ ବଡ଼ ପ୍ରଶ୍ନ କାହିଁକି ୩ ଅଭିଯୁକ୍ତ ଗିରଫ ହେଲେ । ସେମାନେ ଏମିତି କଣ କଲେ ଯାହାକୁ ଦେଶଦ୍ରୋହୀ ବୋଲି କହିବାକୁ ପଡ଼ିଲା । ୩ ଅଭିଯୁକ୍ତଙ୍କ ନାଁରେ ପାକିସ୍ତାନ ଲିଙ୍କ୍ ରହିଛି । ଓଟିପି ସେୟାରିଂ ସ୍କାମ୍ ସହ ଲିଙ୍କ୍ ଜେନେରେଟ୍ କରି ପାକିସ୍ତାନୀ ଇଣ୍ଟଲିଜେନ୍ସ ଅଧିକାରୀ ଓ ଆଇଏସଆଇ ଏଜେଣ୍ଟମାନଙ୍କୁ ତଥ୍ୟ ଦେଉଥିଲେ। ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଉଥିଲେ ।

    ଗତବର୍ଷ ରାଜସ୍ତାନରେ ହନିଟ୍ରାପ୍ ମାମଲାରେ ଧରାଯାଇଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ ଏହି ୩ ଅଭିଯୁକ୍ତ । ସୋସିଆଲ ମିଡିଆ ପ୍ଳାଟଫର୍ମ, ହ୍ୱାଟ୍ସଆପ୍,ଟେଲିଗ୍ରାମ,ଇନଷ୍ଟାଗ୍ରାମରେ ବିଭିନ୍ନ ଆକାଉଣ୍ଟ ଖୋଲି ପାକିସ୍ତାନୀ ଏଜେଣ୍ଟଙ୍କୁ ଲିଙ୍କ୍ ସେୟାର କରିଥିଲେ । ଏହି ଲିଙ୍କ୍ ବ୍ୟବହାର କରି ଆତଙ୍କବାଦୀମାନଙ୍କ ସହ ଯୋଗାଯୋଗ କରୁଥିଲେ । ଏଥିସହ ମାନବଚାଲାଣ,ହନି ଟ୍ରାପିଂ ଓ ଦେଶ ବିରୋଧୀ ପ୍ରଚାର କରୁଥିଲେ ପାକିସ୍ତାନୀ ଏଜେଣ୍ଟ ।

    ଭାରତୀୟ ମୋବାଇଲ ନମ୍ବର ସଂଯୋଗ ଓ ଭାରତୀୟ ଲୋକଙ୍କ ନାଁରେ ସୋସିଆଲ ମିଡିଆ ଆକାଉଣ୍ଟ ଥିବାରୁ ଏହା ସନ୍ଦେହ ଘେରକୁ ଆସିନଥିଲା । ଅନଲାଇନ୍ ସପିଂ ପାଇଁ ଅନେକ ଆକାଉଣ୍ଟ ଖୋଲି ଆତଙ୍କବାଦୀମାନଙ୍କୁ ସାମଗ୍ରୀ ଯୋଗାଣ କରାଯାଉଥିଲା । ଅଭିଯୁକ୍ତଙ୍କୁ ଓଟିପି ସେୟାରିଂ ସ୍କାମ୍ ନେଇ ଅନେକ ପ୍ରଶ୍ନ ପଚାରିଥିଲା STF ଟିମ୍ । ହେଲେ ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସେମାନଙ୍କୁ ଗିରଫ କରାଯାଇଛି ।

  • ଜୀବନରେ ପିତା-ମାତାଙ୍କୁ ସବୁଠୁ ବେଶୀ ପ୍ରେମ କର, ମନ୍ଦିର ଯିବା ଦରକାର ପଡ଼ିବନି: ଅନୁଭବ

    ଜୀବନରେ ପିତା-ମାତାଙ୍କୁ ସବୁଠୁ ବେଶୀ ପ୍ରେମ କର, ମନ୍ଦିର ଯିବା ଦରକାର ପଡ଼ିବନି: ଅନୁଭବ

    ଷ୍ଟେଜ ଉପରେ ଭାବବିହ୍ୱଳ ହେଲେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଭାଷଣ ଭିତରେ କହୁ କହୁ କହିଦେଲେ ମନର ବେଦନା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଠାରେ ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ପୀଠରେ ଚନ୍ଦନ ଯାତ୍ରା ଚାଲିଥାଏ । ଏହି ଉପଲକ୍ଷେ ମାହାଙ୍ଗା ମହୋତ୍ସବର ଆୟୋଜନ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଉଦଯାପନି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ଭଳି ମଞ୍ଚରେ ଥିଲେ ସାଂସଦ ଅନୁଭବ ମହାନ୍ତି । ଭାଷଣ ଦେବାର ସମୟ ଆସିଲା । ଅନୁଭବ ଆଜିର ଯୁବକ ପିଢ଼ିଙ୍କୁ ବୁଝାଇ ଦେଲେ ପ୍ରକୃତ ପ୍ରେମର ସଂଜ୍ଞା ଏବଂ ଉପସ୍ଥିତ ହଜାର ହଜାର ଦର୍ଶକ ମାନଙ୍କୁ ସମ୍ବୋଧନ କଲାବେଳେ ନିଜେ ଭାବବିହ୍ୱଳ ହୋଇ ବଖାଣିଲେ ନିଜ ପ୍ରେମର ଅଙ୍ଗେଲିଭା କଥା । ନିଜ ଜୀବନର କାହାଣୀ , ପୃଥିବୀର ସବୁଠୁ ବଡ଼ ସିନେମା ହୋଇଗଲାଣି ବୋଲି କହିଥିଲେ ଅନୁଭବ ମହାନ୍ତି । ଆଉ ତାଙ୍କୁ ଏହି ସମୟ ଭିତରେ ଯେମିତି ବଡ଼ କ୍ରୀମିନାଲ ପରି ଲାଗିଲାଣି ବୋଲି କହିଥିଲେ ।

    ହଁ ଆଜ୍ଞା ଓଲିଉଡ ହିରୋ ଅନୁଭବ ମହାନ୍ତି ଆଉ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଲଭ ଷ୍ଟୋରୀ କାହାକୁ ବା ଅଛପା । ପ୍ରେମ ସିନ୍ଦୁରର ରୂପ ନେଲା ପରେ ଦୁହିଙ୍କ ଜୀବନରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ତେଣୁ ଅଭିନେତା ଅନୁଭବ ମହାନ୍ତି ଅବା କେମିତି ଭୁଲିପାରିବେ ପ୍ରେମର ସେହି କରୁଣ ପରିଣତିକୁ । ଆଉ ସେଥିପାଇଁ ଭରା ସଭାରେ ପ୍ରେମକୁ ନେଇ ବହୁତ କିଛି କହିଗଲେ ଅନୁଭବ ମହାନ୍ତି । ଅନୁଭବ କହିଥିଲେ, ”ଭାଇମାନେ ପ୍ରେମ କର, ପ୍ରେମ ଠୁ ପବିତ୍ର ଜିନିଷ ଆଉ କିଛି ବି ନାହିଁ । ହେଲେ ପ୍ରେମ କଲାବେଳେ ଟିକେ ଦେଖି ଚାହିଁ କର । ତମେ ଜନ୍ମ ହେଲା ବେଳେ ଯିଏ ତମକୁ ଅଧିକ ଭଲପାଉଥିଲେ ସେ ହେଉଛନ୍ତି ତମ ବାପା-ମା । ତେଣୁ ତମ ବାପା ମାଙ୍କୁ ତମେ ଅଧିକ ଭଲପାଅ ।”

  • ପାଞ୍ଚଦିନ ବ୍ୟାପୀ ଚାଲିଥିବା ମାହାଙ୍ଗା ମହୋତ୍ସବ ଉଦଯାପିତ

    ପାଞ୍ଚଦିନ ବ୍ୟାପୀ ଚାଲିଥିବା ମାହାଙ୍ଗା ମହୋତ୍ସବ ଉଦଯାପିତ

    ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଧୂମ ଧାମରେ ପାଞ୍ଚଦିନ ବ୍ୟାପୀ ଚାଲିଥିବା ମାହାଙ୍ଗା ମହୋତ୍ସବ ଉଦଯାପିତ ହୋଇଯାଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଜିଗ୍ନିପୁର ଠାରେ ଥିବା ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ଚନ୍ଦନଯାତ୍ରା ଅବସରରେ ଏହି ମହୋତ୍ସବ ଆୟୋଜନ ହୋଇଥିଲା । ଉତ୍ସବରେ ଓଡ଼ିଶାର ନାମିଦାମୀ କଳାକାରମାନେ ଦର୍ଶକମାନଙ୍କ ଭରପୁର ମନୋରଞ୍ଜନ କରିଥିଲେ । ଖାଲି ସେତିକି ନୁହେଁ ମିନା ବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ଉଠାଇଥିଲେ ହଜାର ହଜାର ଦର୍ଶକ । ଝିଲିମିଲି ରଙ୍ଗୀନ  ଆଲୋକ ମାଳାରେ ସଜେଇ ହୋଇଥିଲା ପୁରା ଚନ୍ଦନ ପୋଖରୀ  । ଯେଉଁଆଡ଼େ ଦେଖିଲେ ସବୁଠି ଥିଲା ରଙ୍ଗ ବେରଙ୍ଗର ଲାଇଟ ସଜ୍ଜା। ମିନାବଜାର ସାଂଗକୁ ଉଠା ଦୋକାନୀଙ୍କ ପସାର ମେଲିଥିଲା ମହୋତ୍ସବ ପଡିଆର ଏଣେ ତେଣେ । ମିଶନ ଶକ୍ତି ଦ୍ୱାରା ମହିଳାଙ୍କ ଦ୍ୱାରା ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସହ ରାଜ୍ୟ ସରକାରଙ୍କ ପ୍ରାଣି ବିକାଶ ବିଭାଗ ପକ୍ଷରୁ ଷ୍ଟଲ କରାଯାଇ ପଶୁ ସମ୍ପଦ ସମ୍ବନ୍ଧିତ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା।  

    ପାଞ୍ଚ ଦିନର ଆନନ୍ଦ ଉଲ୍ଳାସ ଶେଷରେ ସରିଛି। ଶେଷଦିନ ଅର୍ଥାତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପ୍ରର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ  ପାତ୍ର, ସାଂସଦ ଅନୁଭବ ମହାନ୍ତି , ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ଏବଂ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମହିଳା କମିଶନ ଅଧକ୍ଷା ମିନତୀ ବେହେରା ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ବିଧାୟକ ପ୍ରତାପ ଜେନା ସମ୍ବର୍ଦ୍ଧିତ କରିଥିଲେ।

    ସୂଚନାଯୋଗ୍ୟ, ମାହାଙ୍ଗା ମହୋତ୍ସବ ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ କମିଟି ପକ୍ଷରୁ ଉତ୍ସବର ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଏହାର ଭରପୂର ମଜା ନେଇଥିଲେ ଦର୍ଶକ । ସେପଟେ, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ସମ୍ମାନିତ ହୋଇଥିଲେ ।

    ୫ ଦିନି ଧରି ମାହାଙ୍ଗା ମହୋତ୍ସବର ମଜା ନେବେ ଦର୍ଶକ । ପ୍ରଥମ ଦିନରୁ ହିଁ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ, ଓରମାସ ଓ ମାହାଙ୍ଗା ମହୋତ୍ସବ କମିଟି ଦ୍ୱାରା ଏହାକୁ ଆୟୋଜନ କରାଯାଇଛି ।

  • ବୌଦ୍ଧ: ଜଙ୍ଗଲରେ ଲୁଚାଇଥିବା ୨୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ

    ବୌଦ୍ଧ: ଜଙ୍ଗଲରେ ଲୁଚାଇଥିବା ୨୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ

    ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ଏତେ ପରିମାଣର ଗଞ୍ଜେଇ ଜବତ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଙ୍ଗଲରେ ଲୁଚାଇଥିବା ପ୍ରାୟ ୨୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ ।

    ବୌଦ୍ଧ ସଦର ଥାନା ଅନ୍ତର୍ଗତ ମାତାଗାଡୁ ଡଙ୍କେନ୍ ଜଙ୍ଗଲରେ ଛାନଭିନ୍ କରିଥିଲା ପୋଲିସ । ସେଠାରୁ ପ୍ରାୟ ୨୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା ବୌଦ୍ଧ ଆଦର୍ଶ ଥାନା ପୋଲିସ । ଏହି ଗଞ୍ଜେଇର ଅନୁମାନିକ ମୂଲ୍ୟ ୨ କୋଟି ୮୦ ଲକ୍ଷ ଟଙ୍କା ହେବ । ଘଟଣାସ୍ଥଳରୁ ଗଞ୍ଜେଇ ସହ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି । ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଦନ ଗୁରୁ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ।

    ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଜଙ୍ଗଲରେ ଏତେ ପରିମାଣର ଗଞ୍ଜେଇ ଲୁଚାଇଥିଲେ ମାଫିଆ । ଦୀର୍ଘଦିନ ହେଲା ଏହି ଗଞ୍ଜେଇ ବେପାର ଚାଲିଥିବା ବେଳେ ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଇ ହୋଇଥିଲା । ଆଦର୍ଶ ଥାନା ଆଇଆଇସି ମାଧବାନନ୍ଦ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଜଙ୍ଗଲରେ ରେଡ୍ କରିଥିଲା । ପୋଲିସ ଚଢ଼ାଉ ବେଳେ ଘଟଣାସ୍ଥଳରୁ ମାଫିଆମାନେ ଚମ୍ପଟ ମାରିଥିଲେ । ସେମାନଙ୍କୁ ଧରିବାରେ ପୋଲିସ ଫେଲ୍ ମାରିଛି । ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଅନ୍ୟପଟେ, ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଘଟଣାରେ ଜବତ ପ୍ରାୟ ୫୬୩୩ କେଜି ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯାଇଛି ।

    ମାଲକାନଗିରି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଭଳି ଅଞ୍ଚଳରେ ଗଞ୍ଜେଇ କାରବାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଅନ୍ୟ ରାଜ୍ୟକୁ ଗଞ୍ଜେଇ ପଠାଇ ମାଫିଆମାନେ ମାଲେମାଲ ହେଉଛନ୍ତି । ଏଥିରେ ରୋକ୍ ଲଗାଇବା ପାଇଁ ପୋଲିସ ପକ୍ଷରୁ ଅଭିଯାନ ଆରମ୍ଭ ହେଉଛି । କେତେବେଳେ ଗଞ୍ଜେଇ ଜବତ ହେଉଛି ତ କେତେବେଳେ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରାଯାଉଛି । ମାଫିଆ, ଚାଲାଣକାରୀ ଏମାନଙ୍କୁ ଧରିବାରେ ପୋଲିସ ସଫଳ ହେଉଛି ତ ଆଉ କେତେବେଳେ ଦୁର୍ବୃତ୍ତମାନେ ଚମ୍ପଟ ମାରୁଛନ୍ତି । ତେଣୁ ମାଫିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ନିଜ ଅଭିଯାନକୁ ଜାରି ରଖିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ବି ହେଉଛି । ଆସନ୍ତା ଦିନରେ ଅଭିଯାନ ଜାରି ରହିବ ଏବଂ ମାଫିଆଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

  • ବୌଦ୍ଧ: ଘର ଭିତରେ ପଶିଲା କାର୍, ମହିଳାଙ୍କ ମୃତ୍ୟୁ

    ବୌଦ୍ଧ: ଘର ଭିତରେ ପଶିଲା କାର୍, ମହିଳାଙ୍କ ମୃତ୍ୟୁ

    ବୌଦ୍ଧ ଜିଲ୍ଲା ୫୭ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲୁହୁରାଗଡ଼ିଆ ଛକରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

    ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଏକ ଇନୋଭା କାର୍ ଲୁହୁରାଗଡ଼ିଆ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜପଥ ପାର୍ଶ୍ୱରେ ଥିବା ଏକ ଘର ଭିତରକୁ ପଶି ମହିଳାଙ୍କୁ ଧକ୍କା ଦେଇଥିଲା କାର୍ । ପରେ ପରେ କାରଟି ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା । ମୃତ ମହିଳା ଲୁହୁରାଗଡ଼ିଆ ଗାଁର ପାନେଶ୍ଵରୀ ଧଳ ।

    ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ପ୍ରତିବାଦରେ ଗାଁ ଲୋକେ ୫୭ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ିମଟର ଅଟକି ରହିଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକେ ଯାଆସ କରିବାରେ ହଇରାଣ ହୋଇଛନ୍ତି । ଘଟଣାସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ବୁଝାସୁଝା କରୁଛି । କାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।

    ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଆସୁଥିବା ଇନୋଭା କାର୍ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଘରେ ଭିତରେ ପଶିଯାଇଥିଲା କାର୍ ।

  • ସମ୍ବଲପୁର: ୧୫ ଦିନ ପରେ ବନ୍ଦ ଘରୁ ମା’ଓ ୨ ଶିଶୁଙ୍କ ମୃତଦେହ ଠାବ

    ସମ୍ବଲପୁର: ୧୫ ଦିନ ପରେ ବନ୍ଦ ଘରୁ ମା’ଓ ୨ ଶିଶୁଙ୍କ ମୃତଦେହ ଠାବ

    ସମ୍ବଲପୁର ଜିଲ୍ଲାରେ ଚାଞ୍ଚଲ୍ୟ । ବନ୍ଦ ଘରୁ ତିନି ଜଣଙ୍କ ମୃତଦେହ ଠାବ କରାଯାଇଛି । ଘରୁ ଜଣେ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି । ମୃତ ଶିଶୁଙ୍କ ମଧ୍ୟରେ ୪ ବର୍ଷୀୟ ଝିଅ ଓ ୭ ବର୍ଷୀୟ ପୁଅ ଅଛନ୍ତି । ଗତ ୧୫ ଦିନ ହେଲା ଘରଟି ବାହାରୁ ତାଲା ପଡ଼ି ବନ୍ଦ ରହିଥିଲା । ଏବେ ଏହି ଘଟଣା ପଦାକୁ ଆସିଛି ।

    କିଏ, କାହିଁକି ସେମାନଙ୍କୁ ହତ୍ୟା କଲା । ନା ମହିଳା ଆତ୍ମହତ୍ୟା କରି ପିଲାଙ୍କୁ ମାରିଦେଲେ । ଏହାରି ଭିତରେ ଅନେକ ପ୍ରଶ୍ନ । ପୂର୍ବରୁ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଧନୁପାଲ୍ଲୀ ଥାନା ପୋଲିସ ଏଭଳି ଏକ ଘଟଣାର ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ନାମ ସାଜିଆ ପରବୀନ । ମୃତକଙ୍କ ପଡ଼ୋଶୀ କହିଛନ୍ତି ଯେ ଜଣେ ରଙ୍ଗମିସ୍ତ୍ରୀ, ମହିଳାଙ୍କ ଘରକୁ ଯାଆସ କରୁଥିଲେ । ହେଲେ କିଛି ଦିନ ହେଲା ସେ ଆଉ ଆସୁନାହାଁନ୍ତି । ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ସଂପୃକ୍ତି ଥିବା ନେଇ ସନ୍ଦେହ କରିଛି ପୋଲିସ ।

    ୧୫ ଦିନ ହେଲା ୩ଟି ମୃତଦେହ ଘର ଭିତରେ ପଡ଼ିଥିବାରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘରୁ ପଚାଗନ୍ଧ ନିର୍ଗତ ହେଉଥିଲା । ହେଲେ ତଳ ମହଲାରେ କୁକୁଡ଼ା ମାଂସ ଦୋକାନ ଥିବାରୁ ଏଭଳି ଗନ୍ଧକୁ କିଏ ବାରି ପାରିନଥିଲେ । ତେବେ ତଳ ମହଲାରେ ଥିବା ଦୋକାନୀ ଆଜି ପୋଲିସକୁ ଖବର ଦେଇଥିଲେ । ଧନୁପାଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗିଥିଲା । ହେଲେ ଘର ଭିତରେ ପଶିବା ପରେ ଆଷ୍ଚର୍ଯ୍ୟ ହୋଇଥିଲା ପୋଲିସ । ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ମୃତଦେହ ବ୍ୟବଛେଦ ପାଇଁ ପଠାଯିବ ବୋଲି ସଦର ଏସଡିପିଓ କହିଛନ୍ତି । ସେପଟେ, ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

  • ଝାରସୁଗୁଡ଼ା ରେଜଲ୍ଟ ପରେ ବିଜେପି କର୍ମୀଙ୍କୁ ଛୁରାମାଡ଼ !

    ଝାରସୁଗୁଡ଼ା ରେଜଲ୍ଟ ପରେ ବିଜେପି କର୍ମୀଙ୍କୁ ଛୁରାମାଡ଼ !

    ଝାରସୁଗୁଡ଼ା ରେଜଲ୍ଟ ଆସିବା ପରେ ହିଂସା ଦେଖିବାକୁ ମିଳିଛି । ଫଳାଫଳ ପରେ ଜଣେ ବିଜେପି କର୍ମୀଙ୍କୁ ଛୁରାମାଡ଼ କରାଯାଇଛି । ଝାରସୁଗୁଡ଼ା ସଦର ବ୍ଲକ୍ ଶ୍ରୀପୁରା ସୁନାମାଲ ଗାଁରେ ଏହି ଅଘଟଣ ଘଟିଛି । ବିଜୟୀ ହୋଇଥିବା ବିଜେଡିର ଜଣେ କର୍ମୀ ବାଣ ଫୁଟାଉଥିବା ବେଳେ ଏହା ବିରୋଧ କରାଯାଇଥିଲା । ତେଣୁ ସେ ଆକ୍ରମଣର ଶିକାର ହୋଇଛନ୍ତି । ବିଜେଡି କର୍ମୀଙ୍କ ଛୁରାମାଡ଼ରେ ଗୁରୁତର ହୋଇଥିବା ବିଜେପି କର୍ମୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତି ସୁନାମାଲ ଗାଁର ସୁବ୍ରତ ପ୍ରଧାନ ।

    ଆହତ ସୁବ୍ରତଙ୍କ ମୁଣ୍ଡ ଓ ଅଖିରେ ଗଭୀର ଆଘାତ ଲାଗିଛି । ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ଦିଗରେ ପୋଲିସ ପ୍ରଶାସନ ଦୃଷ୍ଟି ନ ଦେବା ଏହାର କାରଣ ବୋଲି ଅଭିଯୋଗ ହୋଇଛି । ଏହି ଘଟଣା ପରେ ସୁନାମାଳ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

    ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮ ହଜାର ୨୩୭ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଦୀପାଳି । ଦୀପାଳିଙ୍କୁ ମୋଟ ୧,୭,୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ ଖଣ୍ଡ ଭୋଟ୍ ମିଳିଛି । ଦୀପାଳି ନିଜ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

  • ୧୪ରୁ ରାଜ୍ୟର ତାପମାତ୍ରାରେ ୨-୩ ଡିଗ୍ରି ବୃଦ୍ଧି ସମ୍ଭାବନା

    ୧୪ରୁ ରାଜ୍ୟର ତାପମାତ୍ରାରେ ୨-୩ ଡିଗ୍ରି ବୃଦ୍ଧି ସମ୍ଭାବନା

    ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋକା’ ବାଙ୍ଗଲାଦେଶ ମୁହାଁ ହୋଇଥିଲେ ବି ଏହାର ପ୍ରଭାବରେ ଶୁକ୍ରବାର ଓ ଶନିବାର ରାଜ୍ୟର ବହୁ ସ୍ଥାନରେ ମେଘୁଆ ପାଗ ରହିଛି। ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କିନ୍ତୁ ୧୪ ତାରିଖରୁ ତାପମାତ୍ରାରେ ୨ରୁ ୪ ଡିଗ୍ରି ବୃଦ୍ଧି ପାଇବା ନେଇ ଅନୁମାନ ଲଗାଇଛି ଭୁବନେଶ୍ୱର ପାଣିପାଗ ବିଭାଗ।

    ରାଜ୍ୟରେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୧.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୧.୨ଡିଗ୍ରି, ବୌଦ୍ଧରେ ୪୦.୬ ଡିଗ୍ରି, ରାଉରକେଲାରେ ୪୦.୪ ଡିଗ୍ରି ଓ ବଲାଙ୍ଗୀରରେ ୪୦ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ମେଘୁଆ ପାଗ ଯୋଗୁଁ ଆଜି ଭୁବନେଶ୍ବରର ସର୍ବୋ‌ଚ୍ଚ ତାପମାତ୍ରା ୩୭.୨ ଡିଗ୍ରି ଓ କଟକରେ ୩୭ଡିଗ୍ରି ରେକର୍ଡ ହୋଇଛି। କିନ୍ତୁ ପ୍ରବଳ ଗୁଳୁଗୁଳି ଉପକୂଳବାସୀଙ୍କୁ ହନ୍ତସନ୍ତ କରିଥିଲା। ଶନିବାର ଦିନ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ରହିବ।

    ଶୁକ୍ରବାର ରାଜ୍ୟର ମୋଟାମୋଟି ତାପମାତ୍ରା କମିବା ସହ ସୂର୍ଯ୍ୟତାପରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ବାତ୍ୟା ପ୍ରଭାବ ଓଡିଶାକୁ ରହିବ ନାହିଁ। ତେବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର, କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

    ସେପଟେ, ବିଭାଗ ସୂଚନା ମୁତାବକ, ରାଜ୍ୟରେ ୧୪ ତାରଖରୁ ତାପମାତ୍ରା ୨-୩ ଡିଗ୍ରି ବୃଦ୍ଧି ପାଇବ। ୧୫ ତାରିଖରୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀ‌ଷ୍ମ ପ୍ରବାହ ଅନୁଭୂତ ହେବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା କିଛି କିଛି ସ୍ଥାନରେ ୪୫ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି। ୧୫ ତାରିଖରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଉତ୍କଟ ହେବାର ସମ୍ଭାବନା ଥିବାରୁ ଏହି ୪ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୬ ତାରିଖ ଦିନ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜନିତ ୟେଲୋୱାର୍ଣ୍ଣିଂ ଜାରି କରାଯିବା ସହ ଏହି ଦୁଇ ଦିନ ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଖରାକୁ ନ ବାହାରିବାକୁ ତଥା ଅଧିକ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଚାଷ ଜମିରେ ଜଳସେଚନ ଜାରି ରଖିବା ଓ ବିଶେଷକରି ଆଖୁ, ମକା, ମୁଗ ଓ ଡାଲିଜାତୀୟ ଫସଲ ତଥା ପନିପରିବା ଓ ଫସଲକୁ ଜଳସେଚନ ଚାଲୁ ରଖିବାକୁ କୃଷକଙ୍କୁ ପରାମର୍ଶ ଦିଆଯାଇଛି।

    ଇତିମଧ୍ୟରେ କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଥିବା ଭୀଷଣ ବାତ୍ୟା ‘ମୋକା’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପୋର୍ଟବ୍ଲେୟାରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ୫୩୦ କିମି, ବାଂଲାଦେଶର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୯୫୦ କିମି ଓ ମିଆଁମାର୍‌ର ଦକ୍ଷିଣ-ଦକ୍ଷିଣ ପଶ୍ଚିମରୁ ୮୭୦ କିମି ଦୂରରେ ରହିଛି। ଏହା ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି।

    ଆଜି ମୋକା ଉଗ୍ର ରୂପ ନେବା ସହ ବାତ୍ୟାର ଆଖି ଦୃଶ୍ୟମାନ ହୋଇଛି। ଏହି ସ୍ଥିତିରେ ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍ ଉପକୂଳ ଅତିକ୍ରମ କରିବ ବାତ୍ୟା ମୋକା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ତଥା ସ୍ଥଳବିଶେଷରେ ପବନର ବେଗ ୧୭୫କିମି ଛୁଇଁବାର ସମ୍ଭାବନା ରହିଛି।

  • +2 ପରୀକ୍ଷାଫଳ ଦ୍ୱନ୍ଦ୍ୱ ଦୂର କଲା CHSE

    +2 ପରୀକ୍ଷାଫଳ ଦ୍ୱନ୍ଦ୍ୱ ଦୂର କଲା CHSE

    ମେ’ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ । ଏହା ମଧ୍ୟରେ ରେଜଲ୍ଟ ପ୍ରକାଶ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE । ଗତବର୍ଷ ଯେମିତି ରେଜଲ୍ଟ ପ୍ରକାଶ ପାଇଥିଲା ଚଳିତଥର ମଧ୍ୟ ସେହି ପ୍ରକ୍ରିୟାରେ ପରୀକ୍ଷାଫଳ ଆସିବ । ଚଳିତବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଏବଂ କ୍ୱାର୍ଟର ଆଣ୍ଡ ପରୀକ୍ଷା ଆଧାରରେ ପ୍ରକାଶିତ ହେବ ପରୀକ୍ଷାଫଳ ।

    କ୍ବାର୍ଟର ଏଣ୍ଡ ମାର୍କ ମିଶି ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ନେଇ ସିଏଚଏସଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ମିଶିବ । ସେହିପରି କ୍ୱାର୍ଟର ଏଣ୍ଡ ପରୀକ୍ଷାର ୨୦ ପ୍ରତିଶତ ମିଶି ଫାଇନାଲ୍ ରେଜଲ୍ଟ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପୂର୍ବରୁ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ବେଷ୍ଟ ଅଫ୍ ଟୁ ବା ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଯିବ । ଫାଇନାଲ୍ ପରୀକ୍ଷାର ମାର୍କ ସହ ୨୦ ପ୍ରତିଶତ ମାର୍କ ମିଶାଯିବ । ଏଭଳି ରେଜଲ୍ଟ ପ୍ରକାଶିତ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯେଉଁ ଛାତ୍ରଛାତ୍ରୀମାନେ କ୍ବାର୍ଟର ଏଣ୍ଡ ପରୀକ୍ଷା ଦେଇନାହାଁନ୍ତି ସେମାନେ କୌଣସି ଟେନସନ୍ ନେବାର ନାହିଁ । ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

    ଚଳିତଥର ମୂଲ୍ୟାୟନରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ବୋର୍ଡ । ତ୍ରୁଟିଶୂନ୍ୟ ମାର୍କ ପ୍ରକାଶ କରିବା ନେଇ ସମସ୍ତ ପ୍ରକ୍ରିୟା ଜାରି ରହିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।