ପାଞ୍ଚଦିନ ବ୍ୟାପୀ ଚାଲିଥିବା ମାହାଙ୍ଗା ମହୋତ୍ସବ ଉଦଯାପିତ

ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଧୂମ ଧାମରେ ପାଞ୍ଚଦିନ ବ୍ୟାପୀ ଚାଲିଥିବା ମାହାଙ୍ଗା ମହୋତ୍ସବ ଉଦଯାପିତ ହୋଇଯାଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଜିଗ୍ନିପୁର ଠାରେ ଥିବା ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ଚନ୍ଦନଯାତ୍ରା ଅବସରରେ ଏହି ମହୋତ୍ସବ ଆୟୋଜନ ହୋଇଥିଲା । ଉତ୍ସବରେ ଓଡ଼ିଶାର ନାମିଦାମୀ କଳାକାରମାନେ ଦର୍ଶକମାନଙ୍କ ଭରପୁର ମନୋରଞ୍ଜନ କରିଥିଲେ । ଖାଲି ସେତିକି ନୁହେଁ ମିନା ବଜାର ସାଙ୍ଗକୁ ଚଟପଟା ଖାଦ୍ୟର ମଜା ଉଠାଇଥିଲେ ହଜାର ହଜାର ଦର୍ଶକ । ଝିଲିମିଲି ରଙ୍ଗୀନ  ଆଲୋକ ମାଳାରେ ସଜେଇ ହୋଇଥିଲା ପୁରା ଚନ୍ଦନ ପୋଖରୀ  । ଯେଉଁଆଡ଼େ ଦେଖିଲେ ସବୁଠି ଥିଲା ରଙ୍ଗ ବେରଙ୍ଗର ଲାଇଟ ସଜ୍ଜା। ମିନାବଜାର ସାଂଗକୁ ଉଠା ଦୋକାନୀଙ୍କ ପସାର ମେଲିଥିଲା ମହୋତ୍ସବ ପଡିଆର ଏଣେ ତେଣେ । ମିଶନ ଶକ୍ତି ଦ୍ୱାରା ମହିଳାଙ୍କ ଦ୍ୱାରା ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ ସହ ରାଜ୍ୟ ସରକାରଙ୍କ ପ୍ରାଣି ବିକାଶ ବିଭାଗ ପକ୍ଷରୁ ଷ୍ଟଲ କରାଯାଇ ପଶୁ ସମ୍ପଦ ସମ୍ବନ୍ଧିତ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା।  

ପାଞ୍ଚ ଦିନର ଆନନ୍ଦ ଉଲ୍ଳାସ ଶେଷରେ ସରିଛି। ଶେଷଦିନ ଅର୍ଥାତ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପ୍ରର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ  ପାତ୍ର, ସାଂସଦ ଅନୁଭବ ମହାନ୍ତି , ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ଏବଂ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ମହିଳା କମିଶନ ଅଧକ୍ଷା ମିନତୀ ବେହେରା ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗଦେଇଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କ ସମେତ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ବିଧାୟକ ପ୍ରତାପ ଜେନା ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ, ମାହାଙ୍ଗା ମହୋତ୍ସବ ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ କମିଟି ପକ୍ଷରୁ ଉତ୍ସବର ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଏହାର ଭରପୂର ମଜା ନେଇଥିଲେ ଦର୍ଶକ । ସେପଟେ, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ସମ୍ମାନିତ ହୋଇଥିଲେ ।

୫ ଦିନି ଧରି ମାହାଙ୍ଗା ମହୋତ୍ସବର ମଜା ନେବେ ଦର୍ଶକ । ପ୍ରଥମ ଦିନରୁ ହିଁ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ, ଓରମାସ ଓ ମାହାଙ୍ଗା ମହୋତ୍ସବ କମିଟି ଦ୍ୱାରା ଏହାକୁ ଆୟୋଜନ କରାଯାଇଛି ।

Leave a Reply

Your email address will not be published. Required fields are marked *