+2 ପରୀକ୍ଷାଫଳ ଦ୍ୱନ୍ଦ୍ୱ ଦୂର କଲା CHSE

ମେ’ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ । ଏହା ମଧ୍ୟରେ ରେଜଲ୍ଟ ପ୍ରକାଶ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE । ଗତବର୍ଷ ଯେମିତି ରେଜଲ୍ଟ ପ୍ରକାଶ ପାଇଥିଲା ଚଳିତଥର ମଧ୍ୟ ସେହି ପ୍ରକ୍ରିୟାରେ ପରୀକ୍ଷାଫଳ ଆସିବ । ଚଳିତବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଏବଂ କ୍ୱାର୍ଟର ଆଣ୍ଡ ପରୀକ୍ଷା ଆଧାରରେ ପ୍ରକାଶିତ ହେବ ପରୀକ୍ଷାଫଳ ।

କ୍ବାର୍ଟର ଏଣ୍ଡ ମାର୍କ ମିଶି ଫାଇନାଲ ରେଜଲ୍ଟ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏ ନେଇ ସିଏଚଏସଇ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ମିଶିବ । ସେହିପରି କ୍ୱାର୍ଟର ଏଣ୍ଡ ପରୀକ୍ଷାର ୨୦ ପ୍ରତିଶତ ମିଶି ଫାଇନାଲ୍ ରେଜଲ୍ଟ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପୂର୍ବରୁ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ ପରୀକ୍ଷାରୁ ବେଷ୍ଟ ଅଫ୍ ଟୁ ବା ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଯିବ । ଫାଇନାଲ୍ ପରୀକ୍ଷାର ମାର୍କ ସହ ୨୦ ପ୍ରତିଶତ ମାର୍କ ମିଶାଯିବ । ଏଭଳି ରେଜଲ୍ଟ ପ୍ରକାଶିତ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଯେଉଁ ଛାତ୍ରଛାତ୍ରୀମାନେ କ୍ବାର୍ଟର ଏଣ୍ଡ ପରୀକ୍ଷା ଦେଇନାହାଁନ୍ତି ସେମାନେ କୌଣସି ଟେନସନ୍ ନେବାର ନାହିଁ । ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଆଧାରରେ ମାର୍କ ମିଳିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ଚଳିତଥର ମୂଲ୍ୟାୟନରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ବୋର୍ଡ । ତ୍ରୁଟିଶୂନ୍ୟ ମାର୍କ ପ୍ରକାଶ କରିବା ନେଇ ସମସ୍ତ ପ୍ରକ୍ରିୟା ଜାରି ରହିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *