Category: କ୍ରୀଡା

  • ସାବଧାନ ! IPL ଜୁଆଡ଼ିଙ୍କୁ ଧରିଲା ପୋଲିସ

    ସାବଧାନ ! IPL ଜୁଆଡ଼ିଙ୍କୁ ଧରିଲା ପୋଲିସ

    ଫଟାଫଟ୍ କ୍ରିକେଟ୍ IPLରେ ବ୍ୟାଟିଂ ଅପେକ୍ଷା ବେଟିଂର ଚାହିଦା ବଢୁଛି । ମ୍ୟାଚ୍ ଜିତିବା, ହାରିବା ଉପରେ ବାଜି ଜୋରଦାର ହେଉଛି । ମାନେ ଅର୍ଥ ଲଗାଇ ଜୁଆ ଖେଳ ହେଉଛି । ଖେଳାଳିଙ୍କୁ ଚୌକା, ଛକା ସହ ମ୍ୟାଚ୍ ଜିତିବା ଜରୁରୀ । ହେଲେ ଏଠି ଅର୍ଥ କେତେ ଜିତୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । କଳେବଳେ କୌଶଳେ, ମ୍ୟାଚରୁ ଆପଣ କେତେ ଟଙ୍କା ଲାଭ ପାଉଛନ୍ତି ତା ଉପରେ ଜୁଆଡ଼ିଙ୍କ ନଜର ଥାଏ । କିନ୍ତୁ ଆପଣ ଜାଣି ନାହାଁନ୍ତି ବୋଧେ ଆପଣଙ୍କ ପିଛା କରୁଛି ପୋଲିସ । କେବେ ମାଡ଼ି ବସିବ ଟିକେ ସାବଧାନ ହୁଅନ୍ତୁ ।

    ହଁ ଜୁଆଡ଼ି ବନ୍ଧୁ, IPL ଉପରେ କଡ଼ା ନଜର ରଖିଥିବା ପୋଲିସ ଟିମ୍ ବିଭିନ୍ନ ସ୍ଥାନରୁ ବେଟିଂ କରୁଥିବା ଜୁଆଡ଼ିଙ୍କୁ ଗିରଫ କରୁଛି । ଏବେ ନୂଆପଡ଼ା ଜିଲ୍ଲା ଖରିଆର ରୋଡରେ ଆଇପିଏଲ ବେଟିଂରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି ଖରିଆର ରୋଡ୍ ଟାଉନ୍ ଥାନା ପୋଲିସ । SI ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଏକ ଘରେ ରେଡ୍ କରିଥିଲା । ରାତିରେ ପାଟ୍ରୋଲିଂ ବେଳେ ଖବର ପାଇ ଏହି ଚଢା଼ଉ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ରାୟପୁର, ବେମାତାରା ଏବଂ ରାଜ ନନ୍ଦଗାଁ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ୨୧ଟି ଫୋନ୍, ୪ଟି ଲାପଟପ୍, ୧୫ ଏଟିଏମ୍ କାର୍ଡ, ୧୦ଟି ଚେକ୍ ବୁକ୍ ଜବତ ହୋଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ୫ଟି ପାସବୁକ୍, ଆଧାର କାର୍ଡ, ଡିଏଲ୍, ଏୟାର ବ୍ୟାଗ୍ ଜବତ କରିଛି ପୋଲିସ । ସମସ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

  • IPLରେ ଆଜି ଲଢ଼ିବେ ଚେନ୍ନାଇ ଓ ରାଜସ୍ଥାନ

    IPLରେ ଆଜି ଲଢ଼ିବେ ଚେନ୍ନାଇ ଓ ରାଜସ୍ଥାନ

    ଫଟାଫଟ୍ କ୍ରିକେଟ୍ ଆଇପିଏଲରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ଚେନ୍ନାଇରେ ସନ୍ଧ୍ୟା ୭.୩୦ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ।

    ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଟିମ୍ ଚେନ୍ନାଇ ଆଜି ଚଳିତ ସିଜିନରେ ଚତୁର୍ଥ ମ୍ୟାଚ୍ ଖେଳିବ । ଧୋନିଙ୍କ ନେତୃତ୍ୱରେ ଦଳ ରାଜସ୍ଥାନ ବିପକ୍ଷରେ ଲଢ଼ିବ । ଇନଫର୍ମ ଗାଏକୱାଡ, କନୱର, ରାହାଣେ, ମୋଇନ୍ ଅଲ୍ଲୀ, ଡୁବେ, ଜାଡେଜାଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ କ୍ୟାପଟେନ୍ କୁଲ । ଦଳ ଖେଳିଥିବା ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି ।

    ସେପଟେ, ରାଜସ୍ଥାନ ମଧ୍ୟ ସମାନ ସ୍ଥିତିରେ ରହିଛି । ୨ଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏରେ ହାରିଛି ଟିମ୍ । ବିସ୍ଫୋରକ ବଟଲର ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ବ୍ୟାଟ୍ ଚାଲିଲେ ବିଜୟ ଏକପ୍ରକାର ନିଶ୍ଚିତ । ହେଟମ୍ୟାର, ପାଡିକଲ, ରିୟାନ୍ ପରାଗ ମଧ୍ୟ ବ୍ୟାଟିଂରେ କମାଲ କରିବା ଆଶା ରହିଛି । ସେହିପରି, ବୋଲ୍ଟ, ଚହଲ ଏବଂ ଅଶ୍ୱିନ ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ । ଉଭୟ ଦଳ ଏଯାଏ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ଆଜି ବିଜୟୀ ହେବାକୁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ।
    ଗତକାଲି ଏକ ମ୍ୟାଚରେ ଦିଲ୍ଲୀକୁ ୬ ୱିକେଟରେ ପରାସ୍ତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଥିଲା ମୁମ୍ବାଇ ।

  • IPLରେ ଆଜି ଲଢ଼ିବେ RCB ଓ LSG

    IPLରେ ଆଜି ଲଢ଼ିବେ RCB ଓ LSG

    IPL: LSG VS RCB

    IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମୁକାବିଲା ହେବ । ସନ୍ଧ୍ୟା ୭.୩୦ରେ ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ଦୁଇ ଟିମ୍ ।

    ଡୁପ୍ଲେସିସଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦଳ ଏଯାଏ ୨ଟି ମ୍ୟାଚ୍ ଖେଳିଛି । ଗୋଟିଏରେ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ପରାସ୍ତ ହୋଇଛି । ଆଜି ଲକ୍ଷ୍ନୌ ବିପକ୍ଷରେ ଉନ୍ନତ ଖେଳ ପ୍ରଦର୍ଶନ କରି ବିଜୟୀ ହେବାକୁ ଆଶା ରଖିଛି ଆରସିବି ।

    ସେପଟେ, ଗତବର୍ଷ ପରି ଚଳିତଥର ମଧ୍ୟ ଫର୍ମରେ ରହିଛି ରାହୁଲଙ୍କ ଲକ୍ଷ୍ନୌ ଟିମ୍ । ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରୁଛନ୍ତି ଖେଳାଳି । ଲକ୍ଷ୍ନୌ ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ହାରିଛି । ଆରସିବି ବିପକ୍ଷରେ ବିଜୟ ହାସଲ ପାଇଁ ରଣନୀତି ପ୍ରସ୍ତୁତ କରିଛି ରାହୁଲ ଆଣ୍ଡ କୋ ।

  • KKRର ରୋମାଞ୍ଚକ ବିଜୟ,ଦୟାଲଙ୍କ ଉପରେ ଭାରି ପଡ଼ିଲେ’ରିଙ୍କୁ’

    KKRର ରୋମାଞ୍ଚକ ବିଜୟ,ଦୟାଲଙ୍କ ଉପରେ ଭାରି ପଡ଼ିଲେ’ରିଙ୍କୁ’

    RINKU: STAR OF KKR

    ଫଟାଫଟ୍ କ୍ରିକେଟ IPLରେ ରାତାରାତି ଷ୍ଟାର ପାଲଟିଗଲେ କୋଲକାତା ପ୍ଲେୟାର । ଏକ ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ଗୁଜରାଟ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଜଣେ ଷ୍ଟାର ପ୍ଲେୟାର । କେବଳ ଛକା ମାରି ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛନ୍ତି ।

    ସୁପର ସଣ୍ଡରେ କୋଲକାତା ନାଇଟ୍ ରାଇଡର୍ସର ରୋମାଞ୍ଚକ ବିଜୟ ହାସଲ । ମ୍ୟାଚର ହିରୋ ସାଜିଥିଲେ ଏମିତି ଜଣେ ପ୍ଲେୟାର ଯିଏ କେବଳ ଛକା ମାରିବାରେ ମାହିର । ନାଁ ରିଙ୍କୁ ସିଂ । ବିସ୍ଫୋରକ ବ୍ୟାଟସମ୍ୟାନ ତାଲିକାରେ ନିଜ ନାଁକୁ ସେ ସାମିଲ କରିଛନ୍ତି ।

    ଗୁଜରାଟ’ର ୨୦୪ ରନ୍ ଜବାବରେ କୋଲକାତା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କିନ୍ତୁ ଭେଙ୍କେଟେସ ଆୟାର ଓ ଅଧିନାୟକ ବିସ୍ଫୋରକ ବ୍ୟାଟିଂ କରି ଟିମକୁ ବିଜୟ ନିକଟତର କରାଇଥିଲେ । ମାତ୍ର ଶେଷ ଭାଗରେ ରସିଦ ଖାନ୍ ହ୍ୟାଟ୍ରିକ୍ ଅର୍ଜନ କରିବାରୁ କେକେଆର ହାରିବା ଏକ ପ୍ରକାର ନିଶ୍ଚିତ ଥିଲା । ମାତ୍ର ଖେଳର ମୋଡ଼ ବଳାଇଥିଲେ ରିଙ୍କୁ ସିଂ ।

    ଶେଷ ଓଭରରେ କୋଲକାତା ପାଇଁ ୨୯ ରନ୍ ଆବଶ୍ୟକ ଥିଲା । ୟସ୍ ଦୟାଲଙ୍କ ପ୍ରଥମ ବଲରେ ୧ ରନ୍ ନେଇଥିଲେ ଉମେଶ ଯାଦବ । ଦ୍ୱିତୀୟ ବଲ୍ ସାମ୍ନା କରିଥିଲେ ମ୍ୟାଚ୍ ହିରୋ ରିଙ୍କୁ । ଆରମ୍ଭ ହୋଇଥିଲା ଛକା ବର୍ଷା । ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ବଲ ଅର୍ଥାତ ଲଗାତର ୫ ବଲରେ ୫ଟି ଛକା ମାରି ଏକ ଅବିଶ୍ୱାସନୀୟ ବିଜୟ ଦେଇଥିଲେ ରିଙ୍କୁ ସିଂ । ଏହି ମ୍ୟାଚ୍ ପାଇଁ ସେ ଷ୍ଟାର ପାଲଟିଗଲେ । ମ୍ୟାଚ୍ ହାତଛଡ଼ା କରି ନିରାଶ ହେଲା ଗୁଜରାଟ ।

    ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ପଞ୍ଜାବକୁ ୮ ୱିକେଟରେ ପରାସ୍ତ କରିଥିଲା ହାଇଦ୍ରାବାଦ ।

  • ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଗୁଜରାଟ, ପଞ୍ଜାବ

    ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଗୁଜରାଟ, ପଞ୍ଜାବ

    IPLରେ ଆଜି ୨ଟି ମୁକାବିଲା । ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ । ଅପରାହ୍ଣ ୩.୩୦ରେ ଅହମ୍ମଦାବାଦରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ସନ୍ଧ୍ୟା ୭.୩୦ରେ ପଞ୍ଜାବ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ ।

    ଗତଥରର ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଚଳିତ ସିଜିନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ଦଳ ଖେଳିଥିବା ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଛି । ବ୍ୟାଟିଂ, ବୋଲିଂରେ କମାଲ କରି ବିଜୟ ଧାରା ଅବ୍ୟାହତ ରଖିଛି ଗୁଜରାଟ । ଆଜି ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ସେପଟେ, କୋଲକାତା ୨ଟି ମ୍ୟାଚରେ ଗୋଟିଏ ଜିତିଥିବା ବେଳେ ଅନ୍ୟଟିରେ ପରାସ୍ତ ହୋଇଛି । ଗତ ମ୍ୟାଚରେ ଦଳ ବାଙ୍ଗାଲୋରକୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା । ଆଜି ପୁଣି ଆଉ ଏକ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ କେକେଆର ।

    ସନ୍ଧ୍ୟା ୭.୩୦ରେ ପଞ୍ଜାବ ଓ ହାଇଦ୍ରାବାଦ କଡ଼ା ଟକ୍କର ଦେଖିବାକୁ ମିଳିବ । ଇନଫର୍ମ ପଞ୍ଜାବ ୨ଟି ଯାକ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେପଟେ, ସିଜିନ୍ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ହାଇଦ୍ରାବାଦ । ଖେଳିଥିବା ୨ଟି ମ୍ୟାଚରେ ପରାସ୍ତ ହୋଇଛି ଟିମ୍ । ଆଜି ଟ୍ରାକକୁ ଫେରିବାକୁ ସମସ୍ତ ବଳ ପ୍ରୟୋଗ କରିବେ ଖେଳାଳି ।

    ଗତକାଲି IPLରେ ୨ଟି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ହରାଇଥିଲା ରାଜସ୍ଥାନ । ସେହିପରି ଅନ୍ୟ ଏକ ମ୍ୟାଚରେ ଚେନ୍ନାଇ ଠାରୁ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ ।

  • ପ୍ରଥମ ବିଜୟ ଆଶାରେ ଦିଲ୍ଲୀ ଓ ମୁମ୍ବାଇ

    ପ୍ରଥମ ବିଜୟ ଆଶାରେ ଦିଲ୍ଲୀ ଓ ମୁମ୍ବାଇ

    ଫଟାଫଟ୍ କ୍ରିକେଟ୍ ଆଇପିଏଲରେ ଆଜି ୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ମୁହାଁମୁହାଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଗୌହାଟିରେ ଅପରାହ୍ଣ ୩.୩୦ରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ସନ୍ଧ୍ୟା ୭.୩୦ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହେବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭେଟାଭେଟି ହେବେ ଦୁଇ ଟିମ୍ ।

    ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ବିଜୟୀ ହେବା ପରେ କିନ୍ତୁ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଥିଲା । ଆଜି ଦଳ ତୃତୀୟ ମ୍ୟାଚ୍ ଖେଳିବ । ବିସ୍ଫୋରକ ବଟଲର, ହେଟମ୍ୟାର, ବୋଲ୍ଟଙ୍କ ପରି ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ ଅଧିନାକୟ ସଞ୍ଜୁ ସାମସନ୍ । ସେପଟେ, ଦିଲ୍ଲୀ ଆରମ୍ଭରୁ ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଖେଳିଥିବା ୨ଟି ଯାକ ମ୍ୟାଚରେ ହାରିଛି ଟିମ୍ । ଆଜି କମବ୍ୟାକ୍ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

    ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇ ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଛି । ଆଜି ଦଳ ଦ୍ୱିତୀୟ ମ୍ୟାଚରେ ଧୋନି ବାହିନୀକୁ ସାମ୍ନା କରିବ । ଅଧିନାୟକ ରୋହିତ, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଜୋଫ୍ରା ଆର୍ଚରଙ୍କ ପରି ଟପ୍ ପ୍ଲେୟାର ଦଳରେ ସାମିଲ ଅଛନ୍ତି । ଆଜିର ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବ ରୋହିତ ଆଣ୍ଡ କୋ । ସେପଟେ, ଚେନ୍ନାଇ ପ୍ରଥମ ମ୍ୟାଚରେ ହାରିବା ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ୍ କରିଥିଲା । ଆଜି ମଧ୍ୟ ଉନ୍ନତ ପ୍ରଦର୍ଶନ ପାଇଁ ଦଳ ଲକ୍ଷ୍ୟ ରଖିଛି ।

  • IPL ଲଢ଼େଇ : ଟ୍ରାକକୁ ଫେରିବ କି ହାଇଦ୍ରାବାଦ ?

    IPL ଲଢ଼େଇ : ଟ୍ରାକକୁ ଫେରିବ କି ହାଇଦ୍ରାବାଦ ?

    IPL : LSG VS SH

    IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ସନରାଇଜର୍ସ ହାଇଦ୍ରାବାଦ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ ମଧ୍ୟରେ ଏହି ମୁକାବିଲା ହେବ । ଲକ୍ଷ୍ନୌରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍ ଖେଳାଯିବ ।
    କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ମୈଦାନକୁ ଓହ୍ଲାଇବ ଲକ୍ଷ୍ନୌ ସୁପର ଜିଆଣ୍ଟ । ଦଳ ଖେଳିଥିବା ୨ଟି ମ୍ୟାଚରୁ ଗୋଟିଏରେ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ପରାସ୍ତ ହୋଇଛି । ଡିକକ୍ ଆଜିର ମ୍ୟାଚରେ ଖେଳିବେ । ତେଣୁ ଦଳର ମନୋବଳ ଟିକେ ବଢ଼ିଛି । ହାଇଦ୍ରାବାଦକୁ ହରାଇବାକୁ ଜୋରଦାର ଉଦ୍ୟମ କରିବା ଟିମ୍ ।

    ସେପଟେ, ସେପଟେ ଆଜିର ମ୍ୟାଚରେ ହାଇଦ୍ରାବାଦ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ଖେଳିଥିବା ଏକମାତ୍ର ମ୍ୟାଚରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି ଦଳ । ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ମାରକ୍ରମଙ୍କ ପରି ଖେଳାଳିଙ୍କ ଉପରେ ଦଳର ବିଜୟ ନିର୍ଭର କରୁଛି । ଆଜିର ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବା ନେଇ ଆଶା ରଖିଛନ୍ତି କ୍ରୀଡ଼ାପ୍ରେମୀ ।

  • କମ୍ ବ୍ୟାକ୍ କରିବ KKR !

    କମ୍ ବ୍ୟାକ୍ କରିବ KKR !

    IPL: KKR VS RCB

    IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । କୋଲକାତା ନାଇଟ୍ ରାଇଡର୍ସର ସାମ୍ନା କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସନ୍ଧ୍ୟା ୭.୩୦ରେ ଇଡେନ ଗାର୍ଡେନରେ ଏହି ମ୍ୟାଚ୍ ଖେଳାଯିବ ।

    କୋଲକାତା ନାଇଟ୍ ରାଇଡର୍ସ ତାର ପ୍ରଥମ ମ୍ୟାଚରେ ପଞ୍ଜାବ ଠାରୁ ପରାସ୍ତ ହୋଇଛି । ଆଜି ଦଳ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ନିତିଶ ରାଣାଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇବ । ବିସ୍ଫୋରକ ରସେଲ, ଗୁରବାଜ, ରିଙ୍କୁ ସିଂ, ନାରିନ୍, ସାଉଦିଙ୍କ ପରି ଖେଳାଳିଙ୍କୁ ନେଇ ଲଢ଼ିବ କେକେଆର୍ ।

    ସେପଟେ, ବିଜୟରୁ ଅଭିଯାନ ଆରମ୍ଭ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଖେଳିଥିବା ଏକମାତ୍ର ମ୍ୟାଚରେ ମୁମ୍ବାଇକୁ ହରାଇଛି ଆରସିବି । ତେଣୁ ଖେଳାଳିଙ୍କ ମନୋବଳ ବଢ଼ିଛି । କୋହଲି, ଅଧିନାକୟ ଡୁପ୍ଲେସିସ୍ ଫୁଲ୍ ଫର୍ମରେ ଅଛନ୍ତି । ବିସ୍ଫୋରକ ମ୍ୟାକ୍ସୱେଲ ମଧ୍ୟ ବଡ଼ ଇନିଂସ ଅପେକ୍ଷାରେ । ତେଣୁ ମ୍ୟାଚ୍ ବେଶ୍ ରୋମାଞ୍ଚକ ହେବା ନେଇ ଆଶା କରାଯାଉଛି ।
    ଗତକାଲି IPLରେ ଗୋଟିଏ ମ୍ୟାଚ୍ ଖେଳାଯାଇଥିଲା । ରାଜସ୍ଥାନ ରୟାଲ୍ସକୁ ୫ ରନରେ ପରାସ୍ତ କରିଥିଲା ପଞ୍ଜାବ କିଙ୍ଗସ ।

  • IPL ମହାସମର…ଆଜି ରାଜସ୍ଥାନ-ପଞ୍ଜାବ ମୁକାବିଲା

    IPL ମହାସମର…ଆଜି ରାଜସ୍ଥାନ-ପଞ୍ଜାବ ମୁକାବିଲା

    IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ରାଜସ୍ଥାନ ରୟାଲ୍ସ(Rajasthan Royals) ଏବଂ ପଞ୍ଜାବ କିଙ୍ଗସ(Punjab Kings) ମଧ୍ୟରେ ଏହି ମୁକାବିଲା ହେବ । ଗୌହାଟିରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍ ଖେଳାଯିବ ।

    ରାଜସ୍ଥାନ ରୟାଲ୍ସ ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ବେଳେ ଆଜି ପଞ୍ଜାବକୁ ହରାଇବା ପାଇଁ ଦଳ ପ୍ରୟାସ କରିବ । ଅଧିନାୟକ ସଞ୍ଜୁ ସାମସନ, ବିସ୍ଫୋରକ ବଟଲର, ହେଟମ୍ୟାର, ଅଶ୍ୱିନ, ଚହଲ, ବୋଲ୍ଟଙ୍କ ପରି ଖେଳାଳିଙ୍କୁ ନେଇ ପଡି଼ଆକୁ ଓହ୍ଲାଇବେ ଅଧିନାୟକ ।

    ସେପଟେ, ପଞ୍ଜାବ ମଧ୍ୟ ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରି କୋଲକାତାକୁ ହରାଇଛି । ଅଧିନାୟକ ଧାୱନ, ଭାନୁକା ରାଜପକ୍ଷେ,ସିକନ୍ଦର ରାଜା,ସାମ କରନଙ୍କ ପରି ପ୍ଲେୟାର ଏବେ ପୁରା ଫର୍ମରେ(inform) ଅଛନ୍ତି । ତେଣୁ ଦଳ ରାଜସ୍ଥାନ ବିପକ୍ଷରେ ଲଢ଼ି ବିଜୟୀ(win) ହେବାକୁ ପ୍ରୟାସ କରିବ । ଗତକାଲି ଏକ ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରିଥିଲା ଗୁଜରାଟ ଟାଇଟନ୍ସ ।

  • IPL2023….ଆଜି ଦିଲ୍ଲୀ-ଗୁଜରାଟ ମୁକାବିଲା

    IPL2023….ଆଜି ଦିଲ୍ଲୀ-ଗୁଜରାଟ ମୁକାବିଲା

    IPL : DELHI VS GUJARAT

    ଫଟାଫଟ୍ କ୍ରିକେଟ୍ IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)ଏବଂ ଗୁଜରାଟ ଟାଇଟନ୍ସ(Gujarat titans) ମଧ୍ୟରେ ଏହି ମୁକାବିଲା ହେବ । ସନ୍ଧ୍ୟା ୭.୩୦ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ ।

    ଦିଲ୍ଲୀ ତାର ପ୍ରଥମ ମ୍ୟାଚରେ ଲକ୍ଷ୍ନୌ ଠାରୁ ପରାସ୍ତ ହୋଇଛି । ଆଜି ଦ୍ୱିତୀୟ ମ୍ୟାଚରେ ଟ୍ରା(track)କକୁ ଫେରିବାକୁ ଉଦ୍ୟମ କରିବ ଦିଲ୍ଲୀ କ୍ୟାପିଟାଲ୍ସ । ଅଧିନାୟକ ୱାର୍ଣ୍ଣରଙ୍କ ସମେତ ମିଚେଲ ମାର୍ଶ,ରୋଭମାନ ପୋୱେଲ, ଅକ୍ଷର ପଟେଲ, ପୃଥ୍ୱୀ ଶ’ଙ୍କ ପରି ଖେଳାଳିଙ୍କ ଉପରେ ଦଳର ବିଜୟ ନିର୍ଭର କରୁଛି । ସେପଟେ, ଉଦଘାଟନୀ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଚେନ୍ନାଇକୁ ହରାଇଛି ଗୁଜରାଟ । ଆଜି ଟିମ୍ ତାର ଦ୍ୱିତୀୟ ମ୍ୟାଚ୍ ଖେଳିବ । ଏହି ବିଜୟ ଧାରା ଜାରି ରଖିବାକୁ ପ୍ରୟାସ କରିବେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ..ଗତକାଲି IPLର ଏକ ମ୍ୟାଚରେ ଲକ୍ଷ୍ନୌକୁ ୧୨ ରନରେ ପରାସ୍ତ କରିଛନ୍ତି ଚେନ୍ନାଇ ସୁପର କିଙ୍ଗସ ।