ଜାଣନ୍ତୁ IPLରେ କେତେ ଟଙ୍କା ପାଆନ୍ତି ଅମ୍ପାୟାର ?

IPL ଆସିଲେ ପିଲାଠାରୁ ବୁଢା଼ ଯାଏ ସମସ୍ତଙ୍କ ଠାରେ ଦେଖିବାକୁ ମିଳେ ଏକ ନିଆରା କ୍ରେଜ୍ । ଟୁର୍ଣ୍ଣାମେଣ୍ଟର ପ୍ରତି ସିଜିନରେ ପାଣି ଭଳି ଟଙ୍କା ବୋହିଯାଏ । ଖେଳାଳିଙ୍କୁ ଦିଆଯାଏ କୋଟି କୋଟି ଟଙ୍କା । ହେଲେ ଆପଣ ଜାଣିଛନ୍ତି କି ଆଇପିଏଲରେ ଅମ୍ପାୟାରମାନଙ୍କୁ କେତେ ଦରମା ଦିଆଯାଏ । ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।

ବର୍ତ୍ତମାନ ସାରା ବିଶ୍ବ କ୍ରିକେଟର ଦିୱାନା ପାଲିଟିଯାଇଛି । ତେଣୁ କ୍ରିକେଟ୍ ଖେଳାଳିଙ୍କ ଚାହିଦା ଆକାଶ ଛୁଆଁ । କ୍ରିକେଟ୍ ପଡ଼ିଆରେ ଖେଳାଳିଙ୍କ ଯେତିକି ଭୂମିକା ତା ଠାରୁ ଯଥେଷ୍ଟ ଅଧିକ ଭୂମିକା ଅମ୍ପାୟାରଙ୍କ ରହିଛି । କାରଣ ତାଙ୍କ ନିଷ୍ପତ୍ତି ମ୍ୟାଚର ମୋଡ଼ ବଦଳାଇ ଦେଇଥାଏ । ଅମ୍ପାୟାରଙ୍କୁ କେତେ ଟଙ୍କା ମିଳିବ ତାହା ସେମାନଙ୍କ କ୍ୟାଟୋଗୋରୀ ସ୍ଥିର କରିଥାଏ । ଆଇସିସିର ନିୟମ ଅନୁଯାୟୀ ଅମ୍ପାୟାରଙ୍କୁ ଦୁଇଟି ଭାଗରେ ବିଭିକ୍ତ କରାଯାଇଛି । ଆଇସିସିର ପ୍ରଥମ ଶ୍ରେଣୀ ତଥା ଇଲାଇଟ୍ ପ୍ୟାନେଲର ଅମ୍ପାୟାର ମାନେ ପ୍ରତି ମ୍ୟାଚରେ ପାଆନ୍ତି 1.98 ଲକ୍ଷ ଟଙ୍କା । ସେହିପରି ଦ୍ବିତୀୟ ଶ୍ରେଣୀ କ୍ୟାଟେଗୋରୀରେ ଯେଉଁମାନେ ଆସିଥାନ୍ତି ତାଙ୍କୁ ମ୍ୟାଚ୍ ପିଛା ମଳେ 59 ହଜାର ଟଙ୍କା । ତେଣୁ ବିଶ୍ବର ସବୁଠୁ ବ୍ୟୟବହୁଳ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ମଧ୍ୟ ଅମ୍ପାୟାରଙ୍କୁ ସେମାନଙ୍କ କ୍ୟାଟାଗୋରୀ ହିସାବରେ ଟଙ୍କା ମିଳିଥାଏ । ମିଳିଥିବା ସୂଚନା ମୁତାବକ ଗୋଟିଏ ସିଜିନରେ ଜଣେ ଅମ୍ପାୟାର ପାଖାପାଖି 20ଟି ମ୍ୟାଚରେ ଅମ୍ପାୟାରିଂ କରିଥାନ୍ତି । ତେଣୁ ଗୋଟିଏ ସିଜିନରେ ଜଣେ ଜଣେ ଅମ୍ପାୟାର ପାଖାପାଖି 40 ଲକ୍ଷ ଟଙ୍କା ଦରମା ପାଇଥାନ୍ତି । କେବଳ ସେତିକି ନୁହେଁ,ସେମାନଙ୍କ ୟୁନିଫର୍ମରେ ଯେଉଁ କମ୍ପାନୀର ଲୋଗୋ ଲାଗିଥାଏ ସେହି କମ୍ପାନୀ ମଧ୍ୟ ଟଙ୍କା ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *