ଖାଇକୁ ଖସିଲା ବସ୍, ଚାଲିଗଲା 12 ଜୀବନ

ମହାରାଷ୍ଟ୍ରର ପୁଣେରେ ବଡ ଧରଣ ଦୁର୍ଘଟଣା। ଏଥିରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଆହତ ହୋଇଛନ୍ତି। ପୁଣେର ପୁରୁଣା ସଡକରେ ଏକ ଯାତ୍ରୀବାହି ବସ ଖାଇକୁ ଖସି ଯାଇଛି। ଦୁର୍ଘଟଣା  ଖୋପୋଲି ଥାନାର ଶିଙ୍ଗରୋବା ମନ୍ଦିର ପଛପଟେ ହୋଇଛି। ଏକ ପାରମ୍ପରିକ ସଙ୍ଗୀତ ଗ୍ରୁପର 41ସଦସ୍ୟମାନଙ୍କୁ ନେଇ ପୁଣେରୁ  ମୁମ୍ବାଇ ଯାଉଥିବା ବେଳେ ଭୋର ପ୍ରାୟ 4.50ରେ ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଖୋପୋଲି ଗ୍ରାମୀଣ ହସ୍ପିଟାଲ ଓ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖୋପୋଲି ମୁମ୍ବାଇରୁ  ପ୍ରାୟ 70 କିମି ଦୂରରେ ଅବସ୍ଥିତ।

ମୁମ୍ବାଇର ଗୋରେଗାୱରୁ ବାଜି ପ୍ରଭୁ ମ୍ୟୁଜିକ ଗ୍ରୁପ ପୁଣେରୁ କାର୍ଯ୍ୟକ୍ରମ ଶେଷକରି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ରାୟଗଢ ଏସପି ସୋମନାଥ ଘାର୍ଗେ କହିଛନ୍ତି କି, ବସରେ ଥିବା ଯାତ୍ରୀ ମୁମ୍ବାଇର ସାୟନ ଓ ଗୋରେଗାୱ ତଥା ପାଲଘର ଜିଲ୍ଲାର ଥିଲେ। ହାଇକର୍ସ ଟିମ, ଆଇଆରବି ଟିମ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ସହାୟତା କରୁଛନ୍ତି।

ଏଏସପି ଅତୁଲ କହିଛନ୍ତି କି ମୃତକ ଓ ଆହତଙ୍କ ମଧ୍ୟରେ 18-25 ବର୍ଷ ବୟସ ବର୍ଗର ଯୁବକ ରହିଛନ୍ତି। ସ୍ଥାନୀୟ ପୁଲିସର ଏକ ଟିମ ଓ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।  ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଭୀର ଶୋକବ୍ୟକ୍ତ କରିବା ସଦ ପ୍ରତି ମୃତକଙ୍କ ପିଛା 5 ଲକ୍ଷ ଟଙ୍କାର ଅନୁକମ୍ପାରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *