ଆଜି ଡବଲ ମୁକାବିଲା, ଜିତିବାକୁ ଜୋରଦାର ଉଦ୍ୟମ

ଆଜି IPLରେ ଦୁଇଟି ମ୍ୟାଚ୍ ଖେଳାଯିବ । ବେଙ୍ଗାଲୁରୁରେ ଅପରାହ୍ଣ ୩.୩୦ରେ ମୁହାଁମୁହିଁ ହେବେ ବାଙ୍ଗାଲୋର ଓ ଦିଲ୍ଲୀ । ସେହିପରି ସନ୍ଧ୍ୟା ସାଢ଼େ ୭ଟାରେ ଲକ୍ଷ୍ନୌରେ ଲକ୍ଷ୍ନୌ ଓ ପଞ୍ଜାବ ମଧ୍ୟରେ ମୁକାବିଲା ହେବ ।

ବାଙ୍ଗାଲୋର ୩ଟି ମ୍ୟାଚରୁ ୨ଟିରେ ପରାସ୍ତ ହୋଇଥିବା ବେଳେ ଗୋଟିଏରେ ବିଜୟର ସ୍ୱାଦ ପାଇଛି । ଆଜି ଦିଲ୍ଲୀ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ପାଇଁ ଦଳ ଲକ୍ଷ୍ୟ ରଖିଛି । ଡୁପ୍ଲେସିସ୍, କୋହଲି ଓ ମାକ୍ସୱେଲଙ୍କ ପରି ହାର୍ଡ ହିଟର ଦଳରେ ଥିବାରୁ ବିଜୟୀ ହେବାକୁ ସମସ୍ତ ବଳ ପ୍ରୟୋଗ କରିବ ଆରସିବି । ସେହିପରି ଦିଲ୍ଲୀ ଖେଳିଥିବା ସମସ୍ତ ୪ ମ୍ୟାଚରେ ପରାସ୍ତ ହୋଇଛି । ଅଧିନାୟକ ୱାର୍ଣ୍ଣର ଦଳର ପରଫରମାନ୍ସକୁ ନେଇ ସାମାନ୍ୟ ଟେନସନରେ ଅଛନ୍ତି । ଆଜି ଆରସିବି ବିପକ୍ଷରେ ଭଲ ପ୍ରଦର୍ଶନ କରି ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍ ।

ସେପଟେ, ସନ୍ଧ୍ୟାରେ ଲକ୍ଷ୍ନୌ ଓ ପଞ୍ଜାବ ମୁହାଁମୁହିଁ ହେବେ । ରାହୁଲଙ୍କ ଲକ୍ଷ୍ନୌ ଟିମ୍ ୪ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଥିବା ବେଳେ ଦଳ ମାତ୍ର ଗୋଟିଏ ମୁକାବିଲାରେ ପରାସ୍ତ ହୋଇଛି । ସେପଟେ କିନ୍ତୁ ପଞ୍ଜାବ ୪ଟି ମ୍ୟାଚରୁ ୨ଟିରେ ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ଆଜିର ମ୍ୟାଚ୍ ଜିତିବାକୁ ଜୋରଦାର ପ୍ରୟାସ କରିବ ପଞ୍ଜାବ ।

Leave a Reply

Your email address will not be published. Required fields are marked *