ସାବଧାନ ! IPL ଜୁଆଡ଼ିଙ୍କୁ ଧରିଲା ପୋଲିସ

ଫଟାଫଟ୍ କ୍ରିକେଟ୍ IPLରେ ବ୍ୟାଟିଂ ଅପେକ୍ଷା ବେଟିଂର ଚାହିଦା ବଢୁଛି । ମ୍ୟାଚ୍ ଜିତିବା, ହାରିବା ଉପରେ ବାଜି ଜୋରଦାର ହେଉଛି । ମାନେ ଅର୍ଥ ଲଗାଇ ଜୁଆ ଖେଳ ହେଉଛି । ଖେଳାଳିଙ୍କୁ ଚୌକା, ଛକା ସହ ମ୍ୟାଚ୍ ଜିତିବା ଜରୁରୀ । ହେଲେ ଏଠି ଅର୍ଥ କେତେ ଜିତୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର । କଳେବଳେ କୌଶଳେ, ମ୍ୟାଚରୁ ଆପଣ କେତେ ଟଙ୍କା ଲାଭ ପାଉଛନ୍ତି ତା ଉପରେ ଜୁଆଡ଼ିଙ୍କ ନଜର ଥାଏ । କିନ୍ତୁ ଆପଣ ଜାଣି ନାହାଁନ୍ତି ବୋଧେ ଆପଣଙ୍କ ପିଛା କରୁଛି ପୋଲିସ । କେବେ ମାଡ଼ି ବସିବ ଟିକେ ସାବଧାନ ହୁଅନ୍ତୁ ।

ହଁ ଜୁଆଡ଼ି ବନ୍ଧୁ, IPL ଉପରେ କଡ଼ା ନଜର ରଖିଥିବା ପୋଲିସ ଟିମ୍ ବିଭିନ୍ନ ସ୍ଥାନରୁ ବେଟିଂ କରୁଥିବା ଜୁଆଡ଼ିଙ୍କୁ ଗିରଫ କରୁଛି । ଏବେ ନୂଆପଡ଼ା ଜିଲ୍ଲା ଖରିଆର ରୋଡରେ ଆଇପିଏଲ ବେଟିଂରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି ଖରିଆର ରୋଡ୍ ଟାଉନ୍ ଥାନା ପୋଲିସ । SI ଅରବିନ୍ଦ ମେହେରଙ୍କ ନେତୃତ୍ୱରେ ଏକ ଟିମ୍ ଏକ ଘରେ ରେଡ୍ କରିଥିଲା । ରାତିରେ ପାଟ୍ରୋଲିଂ ବେଳେ ଖବର ପାଇ ଏହି ଚଢା଼ଉ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ର ରାୟପୁର, ବେମାତାରା ଏବଂ ରାଜ ନନ୍ଦଗାଁ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ୨୧ଟି ଫୋନ୍, ୪ଟି ଲାପଟପ୍, ୧୫ ଏଟିଏମ୍ କାର୍ଡ, ୧୦ଟି ଚେକ୍ ବୁକ୍ ଜବତ ହୋଇଛି । ଏଥିସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ୫ଟି ପାସବୁକ୍, ଆଧାର କାର୍ଡ, ଡିଏଲ୍, ଏୟାର ବ୍ୟାଗ୍ ଜବତ କରିଛି ପୋଲିସ । ସମସ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *