IPLରେ ଆଜି ଲଢ଼ିବେ ଚେନ୍ନାଇ ଓ ରାଜସ୍ଥାନ

ଫଟାଫଟ୍ କ୍ରିକେଟ୍ ଆଇପିଏଲରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ଚେନ୍ନାଇରେ ସନ୍ଧ୍ୟା ୭.୩୦ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ।

ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଟିମ୍ ଚେନ୍ନାଇ ଆଜି ଚଳିତ ସିଜିନରେ ଚତୁର୍ଥ ମ୍ୟାଚ୍ ଖେଳିବ । ଧୋନିଙ୍କ ନେତୃତ୍ୱରେ ଦଳ ରାଜସ୍ଥାନ ବିପକ୍ଷରେ ଲଢ଼ିବ । ଇନଫର୍ମ ଗାଏକୱାଡ, କନୱର, ରାହାଣେ, ମୋଇନ୍ ଅଲ୍ଲୀ, ଡୁବେ, ଜାଡେଜାଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ କ୍ୟାପଟେନ୍ କୁଲ । ଦଳ ଖେଳିଥିବା ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି ।

ସେପଟେ, ରାଜସ୍ଥାନ ମଧ୍ୟ ସମାନ ସ୍ଥିତିରେ ରହିଛି । ୨ଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏରେ ହାରିଛି ଟିମ୍ । ବିସ୍ଫୋରକ ବଟଲର ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ବ୍ୟାଟ୍ ଚାଲିଲେ ବିଜୟ ଏକପ୍ରକାର ନିଶ୍ଚିତ । ହେଟମ୍ୟାର, ପାଡିକଲ, ରିୟାନ୍ ପରାଗ ମଧ୍ୟ ବ୍ୟାଟିଂରେ କମାଲ କରିବା ଆଶା ରହିଛି । ସେହିପରି, ବୋଲ୍ଟ, ଚହଲ ଏବଂ ଅଶ୍ୱିନ ବୋଲିଂ ଡିପାର୍ଟମେଣ୍ଟ ସମ୍ଭାଳିବେ । ଉଭୟ ଦଳ ଏଯାଏ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ଆଜି ବିଜୟୀ ହେବାକୁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ।
ଗତକାଲି ଏକ ମ୍ୟାଚରେ ଦିଲ୍ଲୀକୁ ୬ ୱିକେଟରେ ପରାସ୍ତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଥିଲା ମୁମ୍ବାଇ ।

Leave a Reply

Your email address will not be published. Required fields are marked *