IPL : ତୃତୀୟ ବିଜୟ ଆଶାରେ ଉଭୟ ଟିମ୍

IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେବ । ବେଙ୍ଗାଳୁରୁରେ ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍ ଖେଳାଯିବ ।

ରୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଯାଏ ୪ଟି ମ୍ୟାଚ୍ ଖେଳି ୨ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ଡୁପ୍ଲେସିସ୍, କୋହଲି, ମାକ୍ସୱେଲଙ୍କ ପରି ବିସ୍ଫୋରକ ତଥା ଇନଫର୍ମ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଆରସିବି । ବୋଲିଂ ଡିପାର୍ଟମେଣ୍ଟ ଠିକଠାକ୍ ରହିଲେ ଚେନ୍ନାଇ ଅଡୁଆରେ ପଡ଼ିପାରେ ।

ସେପଟେ, ରେକର୍ଡ ଅନୁସାରେ ଆରସିବି ଠାରୁ ବେଶ୍ ଆଗରେ ରହିଛି ଚେନ୍ନାଇ । ଦଳ ଆଜି ଆଉ ଏକ ବିଜୟ ଆଶାରେ ପଡି଼ଆକୁ ଓହ୍ଲାଇବ । ବ୍ୟାଟିଂ ଓ ବୋଲିଂରେ ଟପ୍ ପରଫରମାନ୍ସ ଦେବେ ଖେଳାଳି । ମ୍ୟାଚ୍ ଜିତିବାକୁ ଧୋନି ବାହିନୀ ସବୁ ବଳ ପ୍ରୟୋଗ କରିବ । ଧୋନି, ଜାଡେଜା, ଗାଏକୱାଡ, ମୋଇନ୍ ଅଲ୍ଲୀଙ୍କ ପରି ଖେଳାଳିଙ୍କୁ ନେଇ ଲଢ଼ିବ ଚେନ୍ନାଇ ।
ଗତକାଲି ଏକ ମ୍ୟାଚରେ କୋଲକାତାକୁ ପରାସ୍ତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସେହିପରି ଅନ୍ୟ ଏକ ମ୍ୟାଚରେ ଗୁଜରାଟ ବିପକ୍ଷରେ ରାଜସ୍ଥାନ ରୋମଞ୍ଚକ ବିଜୟ ହାସଲ କରିଥିଲା ।

Leave a Reply

Your email address will not be published. Required fields are marked *