IPL : ଆଜି ମୈଦାନରେ ଲଢ଼ିବେ ମୁମ୍ବାଇ ଓ ହାଇଦ୍ରାବାଦ

ଫଟାଫଟ୍ କ୍ରିକେଟ IPLରେ ଆଜି ଖେଳାଯିବ ଗୋଟିଏ ମ୍ୟାଚ୍ । ସନରାଇଜର୍ସ ହାଇଦ୍ରାବାଦର ସାମ୍ନା କରିବ ମୁମ୍ବାଇ ଇଣ୍ଡିଆନ୍ସ । ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍ ଖେଳାଯିବ ।

ହାଇଦ୍ରାବାଦ ପ୍ରଥମ ଦୁଇଟି ମ୍ୟାଚରେ ହାରିବା ପରେ କମବ୍ୟାକ୍ କରିଛି । ଲଗାତାର ଦୁଇଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଛି । ୪ଟି ମ୍ୟାଚରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି ଦଳ । ବ୍ରୁକ୍ସ, ଅଧିନାୟକ ମାରାକ୍ରମ, ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ କରିବା ସହ ଏବେ ପୁରା ଫର୍ମରେ ଅଛନ୍ତି । ତେଣୁ ମୁମ୍ବାଇ ବିପକ୍ଷରେ ଭଲ ପରଫରମାନ୍ସ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଖେଳାଳି ।

ସେପଟେ, ଶକ୍ତିଶାଳୀ ମୁମ୍ବାଇ ମଧ୍ୟ ଟ୍ରାକକୁ ଫେରିଛି । ଗତ ୨ଟି ମ୍ୟାଚରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି । ୪ଟି ମ୍ୟାଚରୁ ୨ଟିରେ ପରାସ୍ତ ହୋଇଥିବା ୨ଟିରେ ବିଜୟର ସ୍ୱାଦ ପାଇଛି ମୁମ୍ବାଇ ଇଣ୍ଡିଆନ୍ସ । ବ୍ୟାଟିଂ ଓ ବୋଲିଂରେ କମାଲ କରୁଛନ୍ତି ଖେଳାଳି । ଆଜି ହାଇଦ୍ରାବାଦ ଓ ମୁମ୍ବାଇ ମଧ୍ୟରେ କଡ଼ା ମୁକାବିଲା ହେବା ଆଶା କରାଯାଉଛି ।

ଗତକାଲି ଏକ ମ୍ୟାଚରେ ବାଙ୍ଗାଲୋରକୁ ୮ ରନରେ ପରାସ୍ତ କରିଥିଲା ଚେନ୍ନାଇ ସୁପର କିଙ୍ଗସ ।

Leave a Reply

Your email address will not be published. Required fields are marked *