IPL : ମୁମ୍ବାଇ V କୋଲକାତା, ଗୁଜରାଟ V ରାଜସ୍ଥାନ

IPLରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ମୁମ୍ବାଇରେ ପ୍ରଥମ ମ୍ୟାଚ୍ ଅପରାହ୍ଣ ୩.୩୦ରେ ଖେଳାଯିବାକୁ ଥିବାବେଳେ ସନ୍ଧ୍ୟା ୭.୩୦ରେ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଓ ରାଜସ୍ଥାନ ।

ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟ୍ରାକକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀକୁ ପରାସ୍ତ କରି ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଥିଲା ଦଳ । ଆଜି ବି ଭଲ ପରଫରମାନ୍ସ କରିବାକୁ ଦଳ ଆଶାବାଦୀ । ୩ଟି ମ୍ୟାଚରେ ମାତ୍ର ଗୋଟିଏରେ ବିଜୟୀ ହୋଇଛି ରୋହିତ ଆଣ୍ଡ କୋ । ସେପଟେ, କୋଲକାତା ୪ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ଅଧିନାୟକ ନିତିଶ ରାଣା, ଭେଙ୍କେଟେସ ଆୟର, ରିଙ୍କୁ ସିଂ ଭଲ ଫର୍ମରେ ଅଛନ୍ତି । ତେବେ, ରସେଲ ଓ ନାରିନ ବ୍ୟାଟିଂରେ କମାଲ କଲେ ଦଳ ବିଜୟୀ ହେବା ନିଶ୍ଚିତ । ତେଣୁ ଉଭୟଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

ଦ୍ୱିତୀୟ ମ୍ୟାଚରେ ଗୁଜରାଟର ସାମ୍ନା କରିବ ରାଜସ୍ଥାନ । ଗତଥରର ଫାଇନାଲିଷ୍ଟ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ କଡ଼ା ମୁକାବିଲା ହେବ । ଉଭୟ ଟିମ୍ ୪ଟି ମ୍ୟାଚରୁ ୩ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ଆଜି ଆଉ ଏକ ରୋମାଞ୍ଚକ ମ୍ୟାଚ୍ ଉପଭୋଗ କରିବେ ଦର୍ଶକ ।

Leave a Reply

Your email address will not be published. Required fields are marked *