ବିବାଦ ଘନେଇଲା ପରେ କୋହଲିଙ୍କ ବଡ଼ ନିଷ୍ପତ୍ତି, ଗାଙ୍ଗୁଲିଙ୍କୁ କଲେ ବାଏବାଏ

ଭାରତୀୟ କ୍ରିକେଟ ଦଳର ରନ୍ ମେସିନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଆଉ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିବାଦ କାହାକୁ ଅଛପା ନାହିଁ । ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ କ୍ଷମତାକୁ ନେଇ ଟଣାଓଟରା ହେଉଥିବା ଖବର ସାମ୍ନାକୁ ଆସିଥାଏ । ଆଉ ଏବେ ଏବେ ଆସିଥିବା ତାଜା ବିବାଦ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ହେଲେ ଖେଳ ସମାପ୍ତ ହେବା ପରେ ଦୁହେଁ ହାତ ନମିଳାଇବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ କ୍ଷିପ୍ର ବେଗରେ ଭାଇରାଲ୍ ହେଉଛି । ଏସବୁ ଆଲୋଚନା ଭିତରେ ବିରାଟ କୋହଲି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ବିରାଟଙ୍କ ଏହି ନିଷ୍ପତ୍ତି କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି ।

ବାସ୍ତବରେ କଥା ହେଉଛି ବିରାଟ କୋହଲି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ପୂର୍ବତନ ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଅନଫଲୋ କରିଦେଇଛନ୍ତି । ସଦ୍ୟ ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଉ ଆରସିବି ମ୍ୟାଚ୍ ପୂର୍ବରୁ ସେ ଗାଙ୍ଗୁଲିଙ୍କୁ ଫଲୋ କରିଆସୁଥଲେ । ସେହିପରି ସୌରଭ ଗାଙ୍ଗୁଲିଙ୍କ ଫଲୋଇଙ୍ଗ ସେକ୍ସନରେ ବିରାଟ କୋହଲିଙ୍କ ନାମ ରହିଛି ।

ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଥିବାବେଳେ ଦୁହିଁଙ୍କ ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଥିଲା । ସେଥିପାଇଁ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ବିରାଟ କୋହଲିଙ୍କୁ କ୍ୟାପ୍ଟେନସିପରୁ ବିଶ୍ରାମ ଦିଆଯାଇ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିଲା । କୋହଲି ଏହାର ପ୍ରତିକ୍ରିୟାରେ କହିଥିଲେ ଯେ,ଏହା ଘୋଷଣା ହେବାର ବହୁତ ଆଗରୁ ତାଙ୍କୁ ଜଣାଥିଲା । ସତେବେଳେ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା ସମ୍ପୂର୍ଣ୍ଣ ଓଲଟା ଥିଲା । ଗାଙ୍ଗୁଲି କହିଥିଲେ,ଏହି ବିଷୟରେ ସେ ବିରାଟଙ୍କ ସହିତ କଥା ହୋଇଛନ୍ତି । ଆଉ ଏହି ଘଟଣା ପରଠାରୁ ଦୁହିଁଙ୍କ ଭିତରେ କିଛି ଠିକ୍ ନଥିବା କୁହାଯାଉଥିଲା ।

Leave a Reply

Your email address will not be published. Required fields are marked *