Category: ମୁଖ୍ୟ ଖବର

  • ମହାକାଳପଡ଼ାର ବିକାଶ ପାଇଁ ଏକାଠି ସାଂସଦ ବିଧାୟକ

    ମହାକାଳପଡ଼ାର ବିକାଶ ପାଇଁ ଏକାଠି ସାଂସଦ ବିଧାୟକ

    କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଓ କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ରରେ ବିଜେଡି ଦଳୀୟ ପାର୍ଥି ଘୋଷଣା ପରେ ବିଜେଡିର ଦଳୀୟ ବିଧାୟକ ପାର୍ଥି ଅତନୁ ସବ୍ୟସାଚି ନାୟକ ଓ ସାଂସଦ ପାର୍ଥି ଅଂଶୁମାନ ମହାନ୍ତି ନିଜର ଶୁଭେଛୁ ଓ ଦଳୀୟ କର୍ମୀ ମାନଙ୍କୁ ଧରି ଏକ ବିରାଟ ରାଲି ରେ ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ବାଲି ଗୋଡ଼ା ଠାରୁ ବାହାରି ଦରିଆପାରି ମା ରାମଚଣ୍ଡୀ ମନ୍ଦିର ପାଖରେ ପହଁଚି ମା ଙ୍କୁ ପୂଜାଚର୍ଣ୍ଣା କରିଥିଲେ, ମନ୍ଦିର ପରିସରରେ ଆୟୋଜିତ ଏକ ସଭା ରେ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀ ଆମ ଦୁଇ ଭାଇଙ୍କୁ ମହାକାଳପଡ଼ା ର ସେବା ପାଇଁ ସୁଯୋଗ ଦେଇଥିବାରୁ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ମହାକାଳପଡ଼ା ର ବିକାଶ ପାଇଁ ଆମେ ଅଞ୍ଚଳ ବାସୀ ଙ୍କ ଆଶ୍ରୀବାଦ ଲୋଡୁଛୁ ବୋଲି ସାଂସଦ ପାର୍ଥି ଅଂଶୁମାନ ମହାନ୍ତି ଓ ବିଧାୟକ ପାର୍ଥି ଅତନୁ ସବ୍ୟ ସାଚି ନାୟକ କହିଛନ୍ତି, ତେବେ ଆଗାମୀ ଦିନ କହିବ ଜନତାଙ୍କର ଏମାନେ କେତେ ବିଶ୍ବାସ ଭାଜନ ହୋଇପାରୁଛନ୍ତି।…

  • ମା’ ତାରିଣୀଙ୍କ ଚଇତି ଯାତ ଆରମ୍ଭ

    ମା’ ତାରିଣୀଙ୍କ ଚଇତି ଯାତ ଆରମ୍ଭ

    କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଠାକୁରାଣୀଙ୍କ ଚଇତି ପର୍ବ ପାଳିତ ହୋଇ ଯାଇଛି। ମା ତାରିଣୀଙ୍କ ପୂଜକ ଭୋର ୪ଟା ସମୟରୁ ମାଙ୍କୁ ସୁନା ବେଶରେ ସଜାଇ ମଙ୍ଗଳ ଆଳତି ଶେଷ କରିଥିଲେ। ପରେ ପରେ ମାଙ୍କ ପୀଠରେ ଚଣ୍ଡୀପାଠ ଭାଗବତ ପଠନ ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଧାଡିରେ ଆସି ମାଆଙ୍କ ଦର୍ଶନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ସାଧାରଣ ଦିନ ଠାରୁ ମାଆଙ୍କ ଚଇତି ପର୍ବ ଅବସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷିତ ଦର୍ଶନ ବ୍ୟବସ୍ଥା କରାଯିବା ସହ ଜଳ ଯୋଗାଣ, ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି। ଭକ୍ତଟିଏ ଶାନ୍ତି ଶୃଙ୍ଖଳାରେ ମାଙ୍କ ସୁନା ବେଶ ଯେମିତି ଦର୍ଶନ କରିପାରିବେ ସେହି କାର୍ଯ୍ୟରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ନିୟୋଜିତ ଥିବା ଦେଖିବାକୁ ମିଳିଛି। ମନ୍ଦିର ପ୍ରଶାସନ ତରଫରୁ ମାଗଣାରେ ହଜାର ହଜାର ଭକ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବଣ୍ଟର ବ୍ୟବସ୍ଥା କରାଯାଇଛି। ମାଆଙ୍କ ଚଇତି ପର୍ବର ଉଦ୍ଘାଟନୀ ଉତ୍ସବରେ ତାରିଣୀ ପ୍ରଶାସନର ଦେବୋତ୍ତର କମିଶନର ଲଲାଟନ୍ଦୁ ଜେନାଙ୍କ ସମେତ ଅତିରିକ୍ତ ସହକାରୀ କମିଶନର ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଚଇତି ପର୍ବ ଏପ୍ରିଲ ୯ ତାରିଖରୁ ଏପ୍ରିଲ ୧୫ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଚାଲିବ। ଏହି ଉତ୍ସବ ଅବସରରେ ସଂଧ୍ୟାରେ ପ୍ରବଚନ, ଭକ୍ତି ସଂଗୀତ ଗାନର ବ୍ୟବସ୍ଛା କରାଯାଇଛି।

  • ଯାଜପୁର ଜିଲ୍ଲା ଧନତ୍ରୀ ବାଲି ଖାଦାନକୁ ନେଇ ବିବାଦ

    ଯାଜପୁର ଜିଲ୍ଲା ଧନତ୍ରୀ ବାଲି ଖାଦାନକୁ ନେଇ ବିବାଦ

    ଯାଜପୁର ଜିଲ୍ଲା ଧନତ୍ରୀ ବାଲି ଖାଦାନକୁ ନେଇ ବିବାଦ । ଏହି ବାଲି ଖାଦାନକୁ ବିରୋଧ କରିବାରୁ ବିରୋଧକାରୀଙ୍କ ନାମରେ ମିଛ ମାମଲା କରି ପୋଲିସର କୋର୍ଟ ଚାଲାଣକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। କିଛି ଦିନ ପୂର୍ବରୁ ଧନତ୍ରୀ ବାଲି ଖାଦାନକୁ ବିରୋଧ କରି ଥାନା ଘେରାଉ କରାଯାଇଥିଲା। ଗ୍ରାମବାସୀଙ୍କ ବିରୋଧ ପରେ ଗଣ୍ଡଗୋଳ ଓ ଗାଡି ଭଙ୍ଗାରୁଜା ଅଭିଯୋଗ ଆଣି ପୋଲିସ ମୋଟ ୧୧ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାର ପ୍ରତିବାଦରେ ଆଜି ଗ୍ରାମବାସୀ ଜିଲାପାଳ ଅଫିସ ଘେରାଉ କରିଛନ୍ତି

    ସରକାରୀ ନିୟମରେ ଯେତିକି ଯାଗା ଦିଆଯାଇଥିଲା ବାଲି ଖୋଲିବାକୁ, ବାଲି ମାଫିଆ ବିଜେଡି ନେତାଙ୍କୁ ହାତ କରି ତାଠୁ ବହୁ ଗୁଣା ଅଧିକ ଯାଗାକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ତେଣୁ ଅଭିଯୁକ୍ତମାନଙ୍କ ସହ ଏଥିରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଦାବି ପୂରଣ ନ ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଲେଣି ସ୍ଥାନୀୟ ଲୋକେ

  • ଖୋର୍ଦ୍ଧାଜିଲ୍ଲା ବିଜେପି ପକ୍ଷରୁ ବିରାଟ ” ଜନ ସମ୍ପର୍କ ପଦଯାତ୍ରା”

    ଖୋର୍ଦ୍ଧାଜିଲ୍ଲା ବିଜେପି ପକ୍ଷରୁ ବିରାଟ ” ଜନ ସମ୍ପର୍କ ପଦଯାତ୍ରା”

    ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ଟିକେଟ କାହାକୁ ମିଳିବ ଚାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ,ଚେବେ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଚଥା ଆଶାୟୀ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତ ରାୟ ଙ୍କୁ ଦଳ ଏଥର ଭରସା କରିବ ନା ବିଜେଡି ରୁ ସଦ୍ୟ ଆମଦାନୀ ନେତା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଟିକେଟ ଦେବ ତାହାକୁ ନେଇ ଦଳରେ କଦଳ ଓ ଦ୍ଵଦ ଯାରି ରହିଛି।ମାତ୍ର ସେପଟେ ବିଜେପି ନେତା ଶ୍ରୀ ଖଣ୍ଡାୟତ ରାୟ ଟିକେଟ ଘୋଷଣା ପୂର୍ବରୁ ନିଜର ଜୟ ଜୟେ କାର ସହିତ ବିଜେପି ଜିନ୍ଦାବାଦ ଆରମ୍ଭ କରିଛନ୍ତି।

    ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କୁ ନେଇ ଖୋର୍ଦ୍ଧା ସହରରେ ନିଜର ଉପସ୍ଥିତି ଜାହିର କରିବା ସହିତ ନିଜର ବୃହତ୍ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏନେଇ ଆଶାୟୀ ପ୍ରାର୍ଥୀ ଶ୍ରୀ ଖଣ୍ଡାୟତ ରାୟ ଙ୍କ ନେତୃତ୍ବରେ ସ୍ଥାନୀୟ ମୁକୁଦପ୍ରସାଦ ଠାରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ।ଏହି ପଦଯାତ୍ରା ରେ ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର , ରାଜ୍ୟ ସେଲ୍ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ସଭାନେତ୍ରୀ ଶୁଚିଶ୍ମିତା ବଡ଼ଜେନା, ଲକ୍ଷ୍ମୀ ଧର ମିଶ୍ର, ସିନେ ତାରକା ଅଖିଳ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।ଚେବେ ଷ୍ଟେଟ୍ ବ୍ୟାଙ୍କ ଛକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କୁ ଅଖଦେଖା କରି ଗାଡି ବୁଲାଇ ଚାଲି ଯାଇଥିବା କୁହାଯାଉଛି।

    ସୂଚନା ଯୋଗ୍ୟ ଯେ, ନିକଟରେ ବିଜେପି ରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ଖୋର୍ଦ୍ଧା ଦାୟିତ୍ଵ ଦେବା ନେଇ ଏକ କାର୍ଯ୍ୟକ୍ରମ ରେ ସାଂସଦ ଅପରାଜିତା ଘୋଷଣା କରିଥିଲେ।ଯାହାକୁ ନେଇ ବିଜେପି ସମର୍ଥକ ମାନେ ଅପରାଜିତା କୁ ସମାଲୋଚନା କରିଥିଲେ। ଏବଂ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଏହାକୁ ବିରୋଧ ପ୍ରଦର୍ଶନ କରିବା ସହିତ କାଳୁ ଖଣ୍ଡାୟତ ରାୟ ଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିଲେ। ମାତ୍ର ଗତ ଦୁଇଦିନ ପୂର୍ବେ ଟାଙ୍ଗି ବ୍ଳକ ବିଜେପି କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ରେ ଅପରାଜିତା ଯୋଗଦେଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ଜଗଦେବ ଙ୍କ ନାମ ଖୁବ ଶିଘ୍ର ଘୋଷଣା ହୋଇଯିବ ବୋଲି କହିଥିଲେ।ଯାହାକୁ ନେଇ ପୁର୍ଣ୍ଣ ବାର କର୍ମ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୋୖଣସି ଆମ ଦାନୀ ନେତା ଙ୍କୁ ପ୍ରାର୍ଥୀ କରାଗଲେ ଚହାକୁ ବିରୋଧ କରାଯିବ ବୋଲି ମତ ପୋଷଣ ପାଇଥିଲା।

    ଅନ୍ୟପଟେ ଅପରାଜିତା କୈାଣସି କାର୍ଯ୍ୟକ୍ରମ ରେ ଦେଖା ମିଳୁ ନଥିବା ଚର୍ଚା ଜୋର ଧରିଥିଲା। ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଯୋଗ ବୋଲି କହିଥିଲେ ଦେଇ ଖୋର୍ଦ୍ଧା ବାସୀ ପରିବର୍ତନ ଚାହୁଁଛନ୍ତି ଏଣୁ ପ୍ରଧାନ ମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନାକୁ ଲୋକ ଚାହୁଁ ଛନ୍ତି ଏଣୁ ପରିବର୍ତନ ର ସୂର ଶୁଭା ଯାଉଛି ବୋଲି କହିଥିଲେ।

  • ମାଓବାଦୀ ଓ ପୋଲିସ ଗୁଳି ବିନିମୟ

    ମାଓବାଦୀ ଓ ପୋଲିସ ଗୁଳି ବିନିମୟ

    ବରଗଡ଼ ଜିଲ୍ଲା ପାଇକମାଲ ,ପାଇକମାଲ ପୋଲିସ ଓ ବଲାଂଗୀର-ବରଗଡ଼-ମହାସମୁନ ମାଓ ଡିଭିଜନ ମାଓବାଦୀ ର ଆଜି ରାତିରୁ ଗୁଳିବିନିମୟ ଚାଲୁରହିଛି । ପାଇକମାଲରେ ଥିବା ଗନ୍ଧମାର୍ଦ୍ଧନ ପର୍ବତରେ ଏହି ଗୁଳି ବିନିମୟ ଜାରି ରହିଛି । କିଛିଦିନ ପୂର୍ବରୁ ମଧ୍ୟ ଏପରି ଗୁଳି ବୁନିମୟ ହୋଇଥିଲା ଓ ପୋଲିସ କେବଳ କିଛି ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲା । ଆଜିପୁଣି ଗୁଳିବିନମୟ ଜାରି ରହିଛି , ଦେଖିବାକୁ ଗଲେ କିଛିଦିନ ହେବ ମାଓବାଦୀର ଏହି ଅଞ୍ଚଳରେ ପୁଣି ସକ୍ରିୟ ହୋଇଥିବା ଏଥିରୁ ଅନୁମାନ କରାଯାଉଛି ।

  • ଘର ଖଣ୍ଡିଏ ପାଇଁ ଦୌଡି ଦୌଡି ନିରାଶ ବିପିନ…

    ଘର ଖଣ୍ଡିଏ ପାଇଁ ଦୌଡି ଦୌଡି ନିରାଶ ବିପିନ…

    ରାଜ୍ୟ ପାଇଛି ସ୍ଥିର ସରକାର। ଏହି ସରକାର ପ୍ରତି ପରିବାର ମୁଣ୍ଡ ଉପରେ ଛାତ ଦେଇଥିବା ପିଟୁଛି ଡିଣ୍ଡିମ। ହେଲେ ଏହି ଡିଣ୍ଡିମ ବା ବାସ୍ତବତା ମଧ୍ୟରେ ରହିଛି ଆକାଶ ପାତାଳ ଫରକ। ଏଠି ମଣିଷ ବର୍ଷା ଦିନେ ପର ଦୁଆରେ ଆଶ୍ରା ନେଉଥିବା ବେଳେ ଖରା ଓ ଶୀତରେ ଭଙ୍ଗା ଦଦରା, ପାଲ ଟଣା ଘରେ କଟେ ଜୀବନ। ଦିନ ତମାମ ହାଡ ଭଙ୍ଗା ପରିଶ୍ରମ ପରେ ବି ତା କୁଟୁମ୍ବ ପ୍ରତିପୋଷଣ କାଠିକର ପାଠ। ପଖାଳ କଂସାଏ ତା ପାଇଁ ଷାଠିଏ ପଉଠିକୁ ବଳି ହୋଇଯାଇଥିବା ବେଳେ ଘର ଖଣ୍ଡେ ତୋଳିବା ତା ପାଇଁ ସାତ ସ୍ବପ୍ନ। ହେଲେ ତା ଦୁଃଖ ଶୁଣିବାକୁ ନାହିଁ ବାବୁ ଭାୟାଙ୍କ ତର। ସରପଞ୍ଚଙ୍କୁ କହିଲେ ସେ ବିନା ହାତଗୁଞ୍ଜାରେ କାମ କରିବାକୁ ନାରାଜ। ହେଲେ ହାତଗୁଞ୍ଜା ଆସିବ କେଉଁଠୁ। ସେଥିପାଇଁ ଏହି ଚାଳଛପର, ଦରିପାଲ ଖେରା ଘରେ ବହୁ କଷ୍ଟରେ ବୁତିଛି ଜୀବନ।

    ଆମେ କହୁଛୁ ବିପିନ ସେଠୀଙ୍କ କଥା। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ କରଞ୍ଜ ପଞ୍ଚାୟତ କରଞ୍ଜ ଗ୍ରାମରେ ବିପିନ ଓ ତାଙ୍କ ପରିବାର ବସବାସ କରନ୍ତି। ଝାଟିମାଟି ଦୁଇ ବଖରା ଘର ସାଙ୍ଗକୁ ଗୋଟିଏ ପଲା। କାନ୍ଥରୁ ମାଟି ଖସିଗଲାଣି। ତେଣୁ ପାଲ ଟଣାହୋଇଛି।

    ବହୁ ଦୁର୍ଦିନରେ କାଳ କାଟୁଛନ୍ତି ବିପିନ, ତାଙ୍କ ସ୍ତ୍ରୀ ଓ ମାଙ୍କୁ ନେଇ ତାଙ୍କ ତିନି ପ୍ରାଣୀ କୁଟୁମ୍ବ। ସରକାର ଗରିବଙ୍କୁ ବିଭିନ୍ନ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବା ବେଳେ ଏହି ପରିବାର ସେହି ଯୋଜନାରୁ ପଡିଛି ବାଦ। ଏନେଇ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରି ଥକିଲେଣି ହେଲେ ଘର ମିଳୁନି। ସେପଟେ ସରପାଞ୍ଚ ଘର ଦେବାକୁ ମୋଟା ଅଙ୍କର ଲାଞ୍ଚ ମାଗୁଥିବା ଅଭିଯୋଗ କରନ୍ତି ବିପିନ। ପ୍ରଶାସନକୁ କହି ନିରାଶ ହେବା ପରେ ସେମାନଙ୍କ ଶେଷ ଆଶା ସ୍ଥାନୀୟ ବିଧାୟକ। ବିଧାୟକ ଚାହିଁଲେ ଘର ଖଣ୍ଡେ ମିଳନ୍ତା ବୋଲି ଆଶାବାଦୀ ବିପିନଙ୍କ ପରିବାର।

    ଏଠାରେ କହି ରଖୁଛୁ କି, ବର୍ଷା ଦିନ ହେଲେ ପାଣି ପଶିଯିବାରୁ ଏହି କୁଡିଆରେ ଚଳପ୍ରଚଳ ଏମାନଙ୍କ ପାଇଁ ଅସମ୍ଭବ ହୋଇପଡେ। ତେଣୁ ବର୍ଷା ଋତୁରେ ସାହି ପଡିଶାଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜନ୍ତି ଏହି ଗରିବ ପରିବାର। ପଞ୍ଚାୟତରେ ଅନେକ ଥିଲାବାଲା ସରକାରୀ ଯୋଜନାରେ ଘର ପାଇଥିବା ବେଳେ ଗରିବ ଏସବୁରୁ ବଞ୍ଚିତ ବୋଲି ଅଭିଯୋଗ କରି ସେମାନଙ୍କ ଗୁହାରୀ ଶୁଣିବାକୁ ବିଧାୟକଙ୍କୁ ଗଣମାଧ୍ୟମ ଜରିଆରେ ଗୁହାରି କରୁଛି ଏହି ଗରିବ ପରିବାର ।

  • ଅବ୍ୟବସ୍ଥାରେ ଅଙ୍ଗନବାଡି କେନ୍ଦ୍ର, ଅସନ୍ତୋଷରେ ଗ୍ରାମବାସୀ

    ଅବ୍ୟବସ୍ଥାରେ ଅଙ୍ଗନବାଡି କେନ୍ଦ୍ର, ଅସନ୍ତୋଷରେ ଗ୍ରାମବାସୀ

    ୭ ମାସରୁ ଉର୍ଦ୍ଧ ସମୟ ହେବ ଗର୍ଭବତୀଙ୍କୁ ମିଳୁନାହିଁ ପୃଷ୍ଟିକର ଖାଦ୍ୟ କି ସରକାରୀ ସହାୟତା । ଏପରିକି ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା କୁନି କୁନି ପିଲାଙ୍କୁ ଦିଆଯାଉ ନାହିଁ ସକାଳ ଜଳଖିଆ । ଖାଦ୍ୟରେ ଅଣ୍ଡା ଦେବା ଅଙ୍ଗନବାଡି ଦିଦି ଏକ ପ୍ରକାର ଭୁଲିଯାଇଛନ୍ତି । ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଗୁଣ୍ଡୁଣିଆ ପଞ୍ଚାୟତରେ ରହିଥିବା ହାତୀଆନସା ଅଙ୍ଗନବାଡି କେନ୍ଦ୍ର ବିରୋଧରେ । ଅଙ୍ଗନବାଡି ଦିଦିଙ୍କ ମନ ମର୍ଜିରେ କେନ୍ଦ୍ର ଚାଲୁଥିବାରୁ ଏହାକୁ ନେଇ ତେଜୁଛି ଅସନ୍ତୋଷ । ସେପଟେ ଏହି ଅବ୍ୟସ୍ଥାକୁ ନେଇ ଅଙ୍ଗନବାଡି ଦିଦିଙ୍କ ଉତ୍ତରରେ କେହି ସନ୍ତୁଷ୍ଟ ନୁହନ୍ତି ।

    କେନ୍ଦ୍ରକୁ ଆସୁଥିବା କୁନିକୁନି ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଦେବା ତ ଦୂରର କଥା ସକାଳର ଜଳଖିଆ ମଧ୍ୟ ମିଳୁନାହିଁ । ଗ୍ରାମର ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ କୌଣସି ପୃଷ୍ଟିକର ଖାଦ୍ୟ ଦିଆଯାଉ ନାହିଁ । ସେହିପରି ଜନ୍ମ ମୃତ୍ୟୁର ପଞ୍ଜିକରଣ କରାଯାଉ ନଥିବାରୁ ଗ୍ରାମର ଲୋକେ ପ୍ରମାଣପତ୍ର ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ବହୁବାର ଚମ୍ପୁଆ ଉପଜିଲ୍ଲାପାଳ ତଥା ଝୁମ୍ପୁରା ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସମ୍ପୃକ୍ତ ଅଙ୍ଗନବାଡି ଦିଦିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏହାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖା ଦେଉଛି । ଏଥିସହ ଆଜି ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରରେ ହୋ-ହାଲ୍ଲା କରିଥିବା ମଧ୍ୟ ଦେଖିବାକୁ ମିଳିଛି ।

  • ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ

    ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ

    ଯାଜପୁର ଜିଲ୍ଲା ଜଜ୍‌କୋର୍ଟରେ ଗତ ଶନିବାର ଦିନ ୩ଟି ବାର୍ ର ନିର୍ବାଚନ ଶେଷ ହୋଇଥିବା ବେଳେ ଯାଜପୁର ଜିଲ୍ଲା ଜଜ୍‌କୋର୍ଟ ପରିସରରେ ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ୍ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଭାବେ ପ୍ରବୀର କୁମାର ରାୟ, ଉପସଭାପତି ମାନସ ରଂଜନ ତ୍ରିପାଠୀ, ସଂପାଦକ ଅନନ୍ତ ବାସୁଦେବ ମିଶ୍ର, ସହ ସଂପାଦକ ଅଶ୍ୱିନୀ କୁମାର ନାୟକ ଏବଂ ମିହିର କୁମାର ମହାପାତ୍ର କୋଷାଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ।
    ବାଇଟ୍

  • ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ରଙ୍କ ନାମ ଘୋଷଣା ପରେ ବଲାଙ୍ଗୀର ଉତ୍ସବ ମୁଖର

    ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ରଙ୍କ ନାମ ଘୋଷଣା ପରେ ବଲାଙ୍ଗୀର ଉତ୍ସବ ମୁଖର

    ବିଜେଡି ଦଳ ପକ୍ଷରୁ ବିଧାନସଭା ଓ ଲୋକସଭା ପ୍ରାଥୀ ଘୋଷଣା କରିଛି ବିଜେଡି । ଦଳର ସୁପ୍ରିମ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଆସନ ପାଇଁ ଟିକେଟ ଘୋଷଣା କରି ଥିବା ବେଳେ ବଲାଙ୍ଗୀର ଲୋକ ସଭା ପାଇଁ ପ୍ରାଥୀ ଘୋଷଣା କରିଛି ବିଜେଡି । ବଲାଙ୍ଗୀର ଜିଲ୍ଲା ର ହେବିୱଟ ନେତା ସୁରେନ୍ଦ୍ର ସିଂହ ଭୋଇ ଙ୍କୁ ପ୍ରାଥୀ କରିଛି ଦଳ ।ଯାହାକୁ ନେଇ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ରେ ଖୁସି ମାହୋଲ ଦେଖାଦେଇଛି ।

    ତେବେ ଟିକେଟ ଘୋଷଣା ହେବା ପରେ ସଇଁତଲା ବାସ ଭବନରେ ବିଜେଡି କର୍ମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ସ୍ୱଗତ ସମ୍ବର୍ଦନାମଧ୍ୟ ଦିଆଯାଇଛି ।

  • ଦୁଇ ପୃଥକ ସଡକ ଦୁର୍ଘଟଣାରେ ୩ ମୃତ

    ଦୁଇ ପୃଥକ ସଡକ ଦୁର୍ଘଟଣାରେ ୩ ମୃତ

    ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ସଡକ ଦୁର୍ଘଟଣା ଓ ସେଥିରେ ଘଟୁଥିବା ମୃତ୍ୟୁସଂଖ୍ଯା। କେନ୍ଦ୍ରେପଡାରେ ଜଣେ ଶିକ୍ଷୟିତ୍ରୀ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ଏକ ଲୁହା ବୋଝେଇ ଟ୍ରକ ପଥର ଖଣିକୁ ଖସିଯିବାରୁ ଚାଳକ ଓ ହେଲପରଙ୍କ ମୃତ୍ୟୁ ହୋଇଛି। ସୂଚନାମୁତାବକ, କେନ୍ଦ୍ରାପଡା ସଦର ଥାନା ଅଧୀନ ଇଟିପୁର ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଯମୁନା ସାମଲ ଓ ତାଙ୍କ ସହକର୍ମୀ ଶିକ୍ଷୟିତ୍ରୀ ସ୍କୁଲ ସାରି ସ୍କୁଟିରେ ଜଜାଙ୍ଗ ସ୍ଥିତ ନିଜ ନିଜ ଘରକୁ ଫେରୁଥିଲେ। କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଟ୍ଟାମୁଣ୍ଡାଇ ପଟୁ ଏକ ହାଇୱା ଦ୍ରୁତ ଗତିରେ ଆସି ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା |ଫଳରେ ସ୍କୁଟି ଚଳାଉଥିବା ଶିକ୍ଷୟିତ୍ରୀ ଜଣଙ୍କ ରାସ୍ତା କଡ଼କୁ ଛିଟିକି ପଡିଥିବାବେଳେ, ଯମୁନା ରାସ୍ତା ଉପରେ ପଡିଯାଇଥିଲେ ଓ ଯମୁନାଙ୍କ ଉପରେ ହାଇୱା ଚଢ଼ିଯାଇଥିଲା। ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା |

    ସ୍ଥାନୀୟ ଲୋକେ ହାଇୱାକୁ ଗୋଡ଼ାଇ ଗୋଡାଇ ଗରାପୁର ଛକରୁ ଧରି ପୋଲିସ ଜିମା ଦେଇଥିଲେ। ଉତ୍ତ୍ୟକ୍ତ ଜନତା ତରାଣ୍ଡ ଛକରେ ରାସ୍ତାକୁ ଅବରୋଧ କରିଦେଇଥିବା ବେଳେ ପୋଲିସ ଲୋକଙ୍କୁ ବୁଝାଶୁଝା କରିବା ପରେ ଲୋକେ ରାସ୍ତାରୋକରୁ ଉଠିଥିଲେ ତଥା ଯାତାୟାତ ସ୍ବାଭାବିକ ହୋଇଥିଲା। ଯମୁନାଙ୍କ ମୃତଦେହ ଜବତ କରି ପୋଲିସ ଵେବ୍ୟଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ହାଇୱା ଜବତ କରି ତଦନ୍ତ ଜାରି ରଖିଛି |

    ସେପରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧିନ ୧୬ ନମ୍ବର ଜାତୀୟ ରାଜପଥର ପଥରବନ୍ଧ ନର୍ସରୀ ଛକ ନିକଟରେ ଏକ ଲୁହା ଆଙ୍ଗେଲ ବୋଝୋଇ ଟ୍ରକ ଭାରସାମ୍ୟ ହରାଇ ନିକଟରେ ଥିବା ଏକ ପଥରଖଣି ଭିତରକୁ ପଶି ଯାଇଥିଲା। ଫଳରେ ଗାଡ଼ିରେ ଥିବା ଲୁହା ଆଙ୍ଗେଲ ଡ୍ରାଇଭର କ୍ୟାବିନ୍ ଉପରେ ଅଜାଡି ହୋଇପଡିଥିଲା। ଘଟଣାସ୍ଥଳରେ ଉଭୟ ଚାଳକ ଓ ହେଲପର୍ ଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଚାଳକ ଓ ହେଲପର୍ ଙ୍କର ମୃତ ଦେହକୁ ଉଦ୍ଧାର କରି ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ଟ୍ରକ ଟି କଲିକତା ରୁ ଲୁହା ଟାୱାର ନେଇ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଗାଡ଼ିଟି ଦୁର୍ଘଟଣା ର ଶିକାର ହୋଇଛି। ମୃତକ ଦ୍ଵୟଙ୍କ ପରିଚୟ ମିଳିପାରିନାହିଁ। ଟାଙ୍ଗୀ ପୋଲିସ ଗାଡ଼ି ଜବତ୍ କରିବା ସହିତ ତଦନ୍ତ ଚଳାଇଛି ।