ମହାକାଳପଡ଼ାର ବିକାଶ ପାଇଁ ଏକାଠି ସାଂସଦ ବିଧାୟକ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଓ କେନ୍ଦ୍ରାପଡା ସାଂସଦୀୟ କ୍ଷେତ୍ରରେ ବିଜେଡି ଦଳୀୟ ପାର୍ଥି ଘୋଷଣା ପରେ ବିଜେଡିର ଦଳୀୟ ବିଧାୟକ ପାର୍ଥି ଅତନୁ ସବ୍ୟସାଚି ନାୟକ ଓ ସାଂସଦ ପାର୍ଥି ଅଂଶୁମାନ ମହାନ୍ତି ନିଜର ଶୁଭେଛୁ ଓ ଦଳୀୟ କର୍ମୀ ମାନଙ୍କୁ ଧରି ଏକ ବିରାଟ ରାଲି ରେ ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ବାଲି ଗୋଡ଼ା ଠାରୁ ବାହାରି ଦରିଆପାରି ମା ରାମଚଣ୍ଡୀ ମନ୍ଦିର ପାଖରେ ପହଁଚି ମା ଙ୍କୁ ପୂଜାଚର୍ଣ୍ଣା କରିଥିଲେ, ମନ୍ଦିର ପରିସରରେ ଆୟୋଜିତ ଏକ ସଭା ରେ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀ ଆମ ଦୁଇ ଭାଇଙ୍କୁ ମହାକାଳପଡ଼ା ର ସେବା ପାଇଁ ସୁଯୋଗ ଦେଇଥିବାରୁ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ମହାକାଳପଡ଼ା ର ବିକାଶ ପାଇଁ ଆମେ ଅଞ୍ଚଳ ବାସୀ ଙ୍କ ଆଶ୍ରୀବାଦ ଲୋଡୁଛୁ ବୋଲି ସାଂସଦ ପାର୍ଥି ଅଂଶୁମାନ ମହାନ୍ତି ଓ ବିଧାୟକ ପାର୍ଥି ଅତନୁ ସବ୍ୟ ସାଚି ନାୟକ କହିଛନ୍ତି, ତେବେ ଆଗାମୀ ଦିନ କହିବ ଜନତାଙ୍କର ଏମାନେ କେତେ ବିଶ୍ବାସ ଭାଜନ ହୋଇପାରୁଛନ୍ତି।…

Leave a Reply

Your email address will not be published. Required fields are marked *