ମା’ ତାରିଣୀଙ୍କ ଚଇତି ଯାତ ଆରମ୍ଭ

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଠାକୁରାଣୀଙ୍କ ଚଇତି ପର୍ବ ପାଳିତ ହୋଇ ଯାଇଛି। ମା ତାରିଣୀଙ୍କ ପୂଜକ ଭୋର ୪ଟା ସମୟରୁ ମାଙ୍କୁ ସୁନା ବେଶରେ ସଜାଇ ମଙ୍ଗଳ ଆଳତି ଶେଷ କରିଥିଲେ। ପରେ ପରେ ମାଙ୍କ ପୀଠରେ ଚଣ୍ଡୀପାଠ ଭାଗବତ ପଠନ ଆରମ୍ଭ ହୋଇଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଧାଡିରେ ଆସି ମାଆଙ୍କ ଦର୍ଶନ ପୂର୍ବକ ପୂଜାର୍ଚ୍ଚନା କରିଥିଲେ। ସାଧାରଣ ଦିନ ଠାରୁ ମାଆଙ୍କ ଚଇତି ପର୍ବ ଅବସରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷିତ ଦର୍ଶନ ବ୍ୟବସ୍ଥା କରାଯିବା ସହ ଜଳ ଯୋଗାଣ, ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଛି। ଭକ୍ତଟିଏ ଶାନ୍ତି ଶୃଙ୍ଖଳାରେ ମାଙ୍କ ସୁନା ବେଶ ଯେମିତି ଦର୍ଶନ କରିପାରିବେ ସେହି କାର୍ଯ୍ୟରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ନିୟୋଜିତ ଥିବା ଦେଖିବାକୁ ମିଳିଛି। ମନ୍ଦିର ପ୍ରଶାସନ ତରଫରୁ ମାଗଣାରେ ହଜାର ହଜାର ଭକ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବଣ୍ଟର ବ୍ୟବସ୍ଥା କରାଯାଇଛି। ମାଆଙ୍କ ଚଇତି ପର୍ବର ଉଦ୍ଘାଟନୀ ଉତ୍ସବରେ ତାରିଣୀ ପ୍ରଶାସନର ଦେବୋତ୍ତର କମିଶନର ଲଲାଟନ୍ଦୁ ଜେନାଙ୍କ ସମେତ ଅତିରିକ୍ତ ସହକାରୀ କମିଶନର ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଚଇତି ପର୍ବ ଏପ୍ରିଲ ୯ ତାରିଖରୁ ଏପ୍ରିଲ ୧୫ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଚାଲିବ। ଏହି ଉତ୍ସବ ଅବସରରେ ସଂଧ୍ୟାରେ ପ୍ରବଚନ, ଭକ୍ତି ସଂଗୀତ ଗାନର ବ୍ୟବସ୍ଛା କରାଯାଇଛି।

Leave a Reply

Your email address will not be published. Required fields are marked *