ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ

ଯାଜପୁର ଜିଲ୍ଲା ଜଜ୍‌କୋର୍ଟରେ ଗତ ଶନିବାର ଦିନ ୩ଟି ବାର୍ ର ନିର୍ବାଚନ ଶେଷ ହୋଇଥିବା ବେଳେ ଯାଜପୁର ଜିଲ୍ଲା ଜଜ୍‌କୋର୍ଟ ପରିସରରେ ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ୍ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ଭାବେ ପ୍ରବୀର କୁମାର ରାୟ, ଉପସଭାପତି ମାନସ ରଂଜନ ତ୍ରିପାଠୀ, ସଂପାଦକ ଅନନ୍ତ ବାସୁଦେବ ମିଶ୍ର, ସହ ସଂପାଦକ ଅଶ୍ୱିନୀ କୁମାର ନାୟକ ଏବଂ ମିହିର କୁମାର ମହାପାତ୍ର କୋଷାଧ୍ୟକ୍ଷ ଭାବେ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନବ ନିର୍ବାଚିତ କର୍ମକର୍ତ୍ତା ଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ।
ବାଇଟ୍

Leave a Reply

Your email address will not be published. Required fields are marked *